For Quick Alerts
Turn On Notification  
For Daily Alerts
Oneindia App Download

ମେକ ଇଣ୍ଡିଆ ନଂ ୧’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଅରବିନ୍ଦ କେଜ୍ରିୱାଲ

New Delhi :Delhi CM Arvind Kejriwal Launches "Make India Number 1" Pitch ମେକ ଇଣ୍ଡିଆ ନଂ ୧’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଅରବିନ୍ଦ କେଜ୍ରିୱାଲ

|

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟିର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ଆଜି ମେକ ଇଣ୍ଡିଆ ନଂ ୧' କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ସେ ପ୍ରତ୍ୟକ ଭାରତୀୟଙ୍କୁ ଆହ୍ୱାନ ଦେଇଛନ୍ତି । ଏପରିକି ମେକ ଇଣ୍ଡିଆ ନଂ ୧' ବା ଭାରତକୁ ନମ୍ବର ୱାନ୍ କରିବା ପାଇଁ କେଜ୍ରିୱାଲ ବିଜେପି ଓ କଂଗ୍ରେସ ଭଳି ରାଜନୀତିକ ଦଳକୁ ତାଙ୍କର ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଛନ୍ତି । ଯାହା ନେଇ ଆଜି ଚର୍ଚ୍ଚା ଜୋରଧରିଛି । ଅନ୍ୟପଟ ଏହି କାର୍ଯ୍ୟକ୍ରମରେ ସେ ଦୁଇ ରାଜନୀତି ଦଳକୁ ସମାଲୋଚନା ମଧ୍ୟ କରିଛନ୍ତି । କିଏ ପରିବାର ପ୍ରିୟ ତ କିଏ ବନ୍ଧୁ ପ୍ରିୟ ହେଲେ ଆମେ ଦେଶ ପାଇଁ ଚିନ୍ତିତ ବୋଲି କହି ବିଜେପି ଓ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି କେଜ୍ରିୱାଲ୍ । ତେବେ ଆଗକୁ ୨୦୨୪ ନିର୍ବାଚନ ପାଇଁ ଏହା କେଜ୍ରିୱାଲଙ୍କର ପ୍ରସ୍ତୁତି ବୋଲି ମଧ୍ୟ କୁହାଯାଉଛି ।

Arvind Kejriwal

ଆଜି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ମାଗଣାରେ ସମସ୍ତଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ,ଯୁବବର୍ଗଙ୍କୁ ଚାକିରି ଓ ମହିଳାଙ୍କୁ ସମାନ ଅଧିକାର ଓ ସମ୍ମାନ ଏବଂ ଚାଷୀଙ୍କୁ ସେମାନଙ୍କ ଉତ୍ପାଦ ପାଇଁ ଉପଯୁକ୍ତ ମୂଲ୍ୟ ଯୋଗାଇ ଦେବା ହିଁ ମେକ ଇଣ୍ଡିଆ ନଂ ୧' କାର୍ଯ୍ୟକ୍ରମର ମୂଳଲକ୍ଷ ।

2
ଏହି କାର୍ଯ୍ୟକ୍ରମର ପ୍ରଚାର,ପ୍ରସାର ପାଇଁ କେଜ୍ରିୱାଲ ଦେଶର ବିଭିନ୍ନ ପ୍ରାନ୍ତକୁ ଗସ୍ତ କରିବେ । ଏହାସହ ସାଧାରଣ ଲୋକଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ କରଯିବ ବୋଲି କହିଛନ୍ତି କେଜ୍ରିୱାଲ । ସେ ଏହା ମଧ୍ୟ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ କେବଳ ଦେଶର ଉନ୍ନତି ସେଥିପାଇଁ ଏହି କାର୍ଯ୍ୟକ୍ରମରୁ ରାଜନୀତିକୁ ଦୂରେଇ ରଖାଯିବ । ଏହା କୌଣସି ରାଜନୀତିକ ଦଳର ଲକ୍ଷ୍ୟ ନୁହେଁ । ଏହା ଏକ ଜାତୀୟ ତଥା ଦେଶର ମିଶନ ଏଥିପାଇଁ ବିଜେପି ଓ ଅନ୍ୟ ରାଜନୀତିକ ଦଳଗୁଡ଼ିକୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ସମସ୍ତେ ଏକାଠି ମିଶି ଭାରତକୁ ବିଶ୍ୱରେ ୧ନଂ କରିବା ପାଇଁ ଚେଷ୍ଟା କରିବା । ସିଙ୍ଗାପୁର ଭଳି ଅନେକ ଦେଶ ଭାରତ ସହ ସ୍ୱାଧୀନତା ପାଇଥିଲା ହେଲେ ଆଜି ସେ ଆମ ଦେଶ ତୁଳନା ଖୁବ ଆଗରେ ଅଛନ୍ତି ବୋଲି ମଧ୍ୟ କହିଥିଲେ କେଜ୍ରିୱାଲ । ନିଜ ୨୦ ମିନିଟ୍ ଭାଷଣରେ ସେ ଦେଶର ଉନ୍ନତି ପାଇଁ ଅନେକ ଯୋଜନା ବିଷୟରେ ଆଲୋଚନା କରିଥିଲେ ।
ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Delhi CM Arvind Kejriwal Launches "Make India Number 1" Pitch
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X