କିଏ ହେବେ ମୁଖ୍ୟମନ୍ତ୍ରୀ? ୧୮ ନୁହେଁ ଏହି ଦିନ ଘୋଷଣା ହୋଇପାରେ ନାଁ
ନୂଆଦିଲ୍ଲୀ: କିଏ ହେବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ। ଏନେଇ ଚୂଡାନ୍ତ ନିଷ୍ପତ୍ତି ହେବ। ଫଳାଫଳ ଘୋଷଣାକୁ ଏଭିତରେ ଗୋଟିଏ ସପ୍ତାହ ବିତି ସାରିଥିଲେ ମଧ୍ୟ ସସପେନ୍ସ ଜାରି ରହିଛି । ଏହାରି ଭିତରେ ଆଜି ବସିବାକୁ ଥିବା ବିଜେପି ବିଧାୟକ ଦଳର ବୈଠକକୁ ସ୍ଥଗିତ ରଖାଯାଇଛି । ଆସନ୍ତା ୧୯ ତାରିଖ ନହେଲେ ୨୦ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେଇପାରନ୍ତି ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ତେବେ ୪୮ ବିଧାୟକଙ୍କ ମଧ୍ୟରୁ ୯ଜଣଙ୍କ ନାଁ ସଟ୍ଲିଷ୍ଟ ହୋଇଥିବା ସୂଚନା ମିଳିଛି ।
ମୁଖ୍ୟମନ୍ତ୍ରୀ ରେସରେ ଆଗରେ ରହିଛନ୍ତି ରେଖା ଗୁପ୍ତା, ପ୍ରବେଶ ବର୍ମା, ମୋହନ ସିଂହ ବିଷ୍ଟ, ବିଜେନ୍ଦ୍ର ଗୁପ୍ତା, ସତିଶ ଉପାଧ୍ୟାୟ । ତେବେ ମୁଖ୍ୟମନ୍ତ୍ରୀ ଜଣେ ବିଧାୟକ ହେବେ ବୋଲି ନିଷ୍ପତ୍ତି ହେବା ପରେ ଅନେକ ହେଭିୱେଟ ଏହି ଦୌଡରୁ ବାଦ ପଡିଛନ୍ତି । ପୂର୍ବ କେନ୍ଦ୍ରମନ୍ତ୍ରୀ ସ୍ମୁତି ଇରାନି, ସାଂସଦ ବାଂଶୁରୀ ସ୍ବରାଜ, ସାଂସଦ ମନୋଜ ତିୱାରି ରେସରୁ ଓହରିଯାଇଥିବା ଚର୍ଚ୍ଚା ହେଉଛି ।

ନୂତନ ସରକାର ସ୍ୱଚ୍ଛ ପାନୀୟ ଜଳ ଯୋଗାଣ, ଉନ୍ନତ ନାଗରିକ ଭିତ୍ତିଭୂମି ଆଦିକୁ ପ୍ରାଥମିକତା ଦେବେ ବୋଲି ଦଳୀୟ ନେତାମାନେ କହିଛନ୍ତି। ନବନିର୍ବାଚିତ ବିଜେପି ବିଧାୟକ ତଥା ଦଳର ରାଷ୍ଟ୍ରୀୟ ସମ୍ପାଦକ ମନ୍ଜିନ୍ଦର ସିଂହ ସିରସା କହିଛନ୍ତି, ବିଜେପି ବିଧାୟକ ଦଳ ବୈଠକ ପାଇଁ ଖୁବ୍ ଶୀଘ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯିବ। ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁଯାୟୀ ନୂଆ କ୍ୟାବିନେଟର ପ୍ରଥମ ବୈଠକରେ ହିଁ 'ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଯୋଜନା' ଦିଲ୍ଲୀରେ କାର୍ଯ୍ୟକାରୀ କରିବା ନିଷ୍ପତ୍ତି ହେବ ବୋଲି ସେ କହିଛନ୍ତି।












Click it and Unblock the Notifications