ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ,ପୋଲିସକୁ କଲ୍ କରି....
ଜାତୀୟ ରାଜଧାନୀ ଦିଲ୍ଲୀରୁ ଏକ ବଡ଼ ଖବର ଆସିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ହତ୍ୟା ଧମକ ମିଳିଛି। ଅଭିଯୁକ୍ତ ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ୍ କରି ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଧମକ ଦେଇଛି। ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ଗାଜିଆବାଦ ପୋଲିସକୁ ପିସିଆର କଲ୍ ଆସିଥିଲା । ଏହାପରେ ଗାଜିଆବାଦ ପୋଲିସ ଦିଲ୍ଲୀ ପୋଲିସକୁ ଏହା ବିଷୟରେ ସୂଚନା ଦେଇଥିଲା । ଘଟଣାକୁ ନେଇ ପୋଲିସ ଯାଞ୍ଚ କରିବା ପରେ ଅଭିଯୁକ୍ତ ଫୋନ ସୁଇଚ୍ ଅଫ୍ ବୋଲି ଜଣାପଡିଛି ।

ରେଖା ଗୁପ୍ତା ୧୯୯୫-୯୬ ମସିହାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘର ସଚିବ ହୋଇଥିଲେ । ରେଖା ଗୁପ୍ତା ୧୯୯୬ ରୁ ୧୯୯୭ ପର୍ଯ୍ୟନ୍ତ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ର ସଂଘର ସଭାପତି ଭାବରେ ରାଜନୀତିରେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ । ରେଖା ପେଶାରେ ଜଣେ ଓକିଲ । ଏହା ପୂର୍ବରୁ ସେ ଜଣେ କାଉନସିଲର ମଧ୍ୟ ଥିଲେ । ଦିଲ୍ଲୀ ବିଜେପିର ମହାସଚିବ ଓ ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଥିବା ରେଖା ଗୁପ୍ତା ଦକ୍ଷିଣ ଦିଲ୍ଲୀ ନଗର ନିଗମ ମେୟର ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି ।












Click it and Unblock the Notifications