ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ତ୍ରୀ ସୁନୀତା କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ନୋଟିସ, ଜାଣନ୍ତୁ କାହିଁକି ?

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପତ୍ନୀ ସୁନୀତା କେଜ୍ରିଓ୍ୱାଲଙ୍କ ଅଡୁଆ। ତାଙ୍କୁ ଦିଲ୍ଲୀ ହାଇକୋର୍ଟ ନୋଟିସ୍‌ ଜାରି ହୋଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମରୁ ମଦ ନୀତି ମାମଲାରେ କୋର୍ଟ ଶୁଣାଣି ବେଳର ଭିଡିଓ ରେକର୍ଡିଂ ହଟାଇବାକୁ ସୁନୀତା କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

sunita kejriwal

କେଜ୍ରିୱାଲଙ୍କ ହାଜର ସମୟରେ ସୋସିଆଲ ମିଡିଆରେ ଏହି ମାମଲାର ଶୁଣାଣି ବେଳର ଭିଡିଓ ପୋଷ୍ଟ କରିଥିବାରୁ ସୁନୀତା କେଜ୍ରିୱାଲଙ୍କ ବିରୋଧରେ ଏକ ମାମଲା ରୁଜୁ କରିବାକୁ କୋର୍ଟରେ ଆବେଦନ ହୋଇଥିଲା। ଏହି ଆବେଦନ ଉପରେ ଆଜି ଦିଲ୍ଲୀ ହାଇକୋର୍ଟ ଶୁଣାଣି କରି ସୁନୀତା କେଜ୍ରିଓ୍ୱାଲଙ୍କ ସମେତ ସମସ୍ତ ପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି।

ବାସ୍ତବରେ ଯେତେବେଳେ ତାଙ୍କ ସ୍ୱାମୀଙ୍କୁ ମଦ ଦୁର୍ନୀତି ମାମଲାରେ ଇଡି ଗିରଫ କରିବା ପରେ କୋର୍ଟରେ ବ୍ୟକ୍ତିଗତ ରୂପେ ହାଜର ହୋଇ ନିଜ ମତ ରଖିଥିଲେ ସେତବେଳର ଏହି ଭିଡିଓକୁ ସୁନୀତା କେଜ୍ରିଓ୍ୱାଲ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ। ଏହାକୁ ବିରୋଧ କରି ଦିଲ୍ଲୀର ଜଣେ ଓକିଲ ବୈଭବ ସିଂହଙ୍କ ତରଫୁର କୋର୍ଟରେ ଆବେଦନ ହୋଇଥିଲା।

ଜଷ୍ଟିସ ନୀନା ବନସଲ କୃଷ୍ଣ ଏବଂ ଜଷ୍ଟିସ ଅମିତ ଶର୍ମାଙ୍କ ଏକ ବେଞ୍ଚ ଏହି ମାମଲାର ଆଜି ଶୁଣାଣି କରିଛନ୍ତି। ଭିଡିଓ କନଫରେନ୍ସିଂ ନିୟମ ଉଲ୍ଲଂଘନ ଅଭିଯୋଗରେ ସୁନୀତା କେଜ୍ରିୱାଲ ଏବଂ ଅନ୍ୟ କେତେକଙ୍କ ବିରୋଧରେ ବେଞ୍ଚ ଏକ ନୋଟିସ ଜାରି କରିଛନ୍ତି। ଭିଡିଓକୁ ସୋଶାଲ ମିଡିଆରୁ ହଟାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+