ଗାଦି ଛାଡ଼ିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ; କିଏ ନେବ ତାଙ୍କ ସ୍ଥାନ ? ଏହି ସବୁ ନାଁ ନେଇ ହେଉଛି ଚର୍ଚ୍ଚା

ଜେଲରୁ ଆସିବା ପରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ବୋଲି ଘୋଷଣା କରିସାରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏହାକୁ ନେଇ ଦିଲ୍ଲୀ ରାଜନୀତିରେ ହଇଚଇ ଖେଳିଯାଇଥିବା ବେଳେ ସାରାଦେଶରେ ମଧ୍ୟ ଚର୍ଚ୍ଚା ଜୋରଧରିଛି। ଏସବୁ ଭିତରେ ଦିଲ୍ଲୀ ବିଧାନସଭାର ବାଚସ୍ପତିଙ୍କୁ ଭେଟିଛନ୍ତି କେଜ୍ରିୱାଲ। ବୈଠକ ପରେ ବାଚସ୍ପତି ରାମ ନିୱାସ ଗୋଏଲ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପଦ ଜାବୁଡ଼ି ରଖିବାକୁ କେଜ୍ରିୱାଲ ଲୋଭି ନୁହଁନ୍ତି। ଏହାସହ ଚଳିତମାସରେ ହିଁ ବିଧାନସଭାର ଏକ ସ୍ବତନ୍ତ୍ର ଅଧିବେଶନ ଡକାଯିବ ବୋଲି ରାମ ନିୱାସ ଗୋଏଲ କହିଛନ୍ତି।

Arvind Kejriwal

୪୮ ଘଂଟା ଭିତରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ରବିବାର କେଜ୍ରିୱାଲ ଘୋଷଣା କରିଛନ୍ତି। ଏହାସହ ଦିଲ୍ଲୀବାସୀ ତାଙ୍କୁ ପୁଣରି ଥରେ ସାଧୁତାର ସାଟିଫିକେଟ ଦେଲେ ହିଁ ସେ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ବୋଲି କହିଛନ୍ତି। ଏହାସହ ମହାରାଷ୍ଟ୍ର ସହ ଦିଲ୍ଲୀ ବିଧାନସଭା ନିର୍ବାଚନକୁ ମଧ୍ୟ ଆଗୁଆ କରିବାକୁ ସେ ଦାବି କରିଛନ୍ତି। ତେଣୁ ଆଜି କେଜ୍ରିୱାଲ ଇସ୍ତଫା ଦେଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଅବକାରୀ ଦୁର୍ନୀତି ମାମଲାରେ ପ୍ରଥମେ ଇଡି ଓ ପରେ ସିବିଆଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିଥିଲା।

ପୂର୍ବରୁ ଇଡି ମାମଲାରେ ଜାମିନ ମିଳିଥିଲା। ଦୁଇଦିନ ତଳେ ସିବିଆଇ ମାମଲାରେ ଜାମିନ ପାଇ ତିହାର ଜେଲରୁ ମୁକୁଳିଛନ୍ତି। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟଙ୍କ କଡ଼ା ସର୍ତ ରହିଛି। କେଜ୍ରିୱାଲଙ୍କ ସଚିବାଳୟ ଗସ୍ତ ଓ ସରକାରୀ ଫାଇଲରେ ଦସ୍ତଖତ ଉପରେ କଟକଣା ଲାଗିଛି। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ କେଜ୍ରିୱାଲ ଜଣେ ଅନୁଗତଙ୍କୁ ବସାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

କେଜ୍ରିୱାଲଙ୍କ ପତ୍ନୀ ସୁନୀତାଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ପାଇଁ ଦଳ ଯୋଜନା କରୁଛି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଦିଲ୍ଲୀର ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ତାଲିକାରେ କିଏ କିଏ ଅଛନ୍ତି ଆସନ୍ତୁ ନଜର ପକାଇବା ।ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ କେଜ୍ରିୱାଲ ଜଣେ ଅନୁଗତଙ୍କୁ ବସାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। କେଜ୍ରିୱାଲଙ୍କ ପତ୍ନୀ ସୁନୀତାଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ପାଇଁ ଦଳ ଯୋଜନା କରୁଛି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଦିଲ୍ଲୀର ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ତାଲିକାରେ କିଏ କିଏ ଅଛନ୍ତି ଆସନ୍ତୁ ନଜର ପକାଇବା ।
--
ସୁନୀତା କେଜ୍ରିୱାଲ
ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନି ସୁନୀତା କେଜ୍ରିୱାଲ
ଅରବିନ୍ଦ ଜେଲ ଯିବା ପରେ ଦଳ ସମ୍ଭାଳିଥିଲେଟ
ଦଳର ବିଭିନ୍ନ କାର୍ୟ୍ୟକ୍ରମରେ ହୋଇଛନ୍ତି ସାମିଲ
ଦଳୀୟ ନିଷ୍ପତ୍ତିରେ ମଧ୍ୟ ରହିଛି ଭୁମିକା

ଆତିଶୀ ମାର୍ଲେନା
ଅରବିନ୍ଦ କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ
ଆତିଶୀଙ୍କ ହାତରେ ବର୍ତ୍ତମାନ ଦିଲ୍ଲୀ କ୍ୟାବିନେଟରେ ପାଞ୍ଚଟି ବିଭାଗ ରହିଛି
ମହିଳା ଓ ଶିଶୁ ବିକାଶ, ଶିକ୍ଷା, ପର୍ୟ୍ୟଟନ, କଳା
ସଂସ୍କୃତି ଏବଂ ଭାଷା, ପୂର୍ତ୍ତ ବିଭାଗ ଏବଂ ଶକ୍ତି ମନ୍ତ୍ରାଳୟ
ଆତିଶୀ କେଜ୍ରିୱାଲଙ୍କ ଖୁବ୍‌ ବିଶ୍ବସ୍ତ ହୋଇଥିବାରୁ ମିଳିପାରେ ବଡ଼ ଦାୟିତ୍ବ

କୈଳାସ ଗେହଲେଟ
ଆପ ସରାକରରେ ମନ୍ତ୍ରୀ ଅଛନ୍ତି କୈଳାସ ଗେହଲେଟ
କୈଳାସଙ୍କ ହାତରେ ରହିଛି ୮ଟି ବଡ଼ ବିଭାଗ
ଆଇନ, ପରିବହନ, ଆଇଟି, ଅର୍ଥ ବିଭାଗ ବୁଝୁଛନ୍ତି କୈଳାସ

ସୌରଭ ଭରଦ୍ୱାଜ
ସୌରଭ ଭରଦ୍ୱାଜଙ୍କ ହାତରେ ରହିଛି ଗୁରୁତ୍ବପୂରର୍ଣ୍ଣ ବିଭାଗ
ଭିଜିଲାନ୍ସ, ସେବା, ସ୍ୱାସ୍ଥ୍ୟ, ଶିଳ୍ପ
ନଗର ଉନ୍ନୟନ, ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ
ସୌରଭ ଭରଦ୍ୱାଜଙ୍କ ହାତରେ ୭ଟି ବିଭାଗ ରହିଛି
ମୁଖ୍ୟମନ୍ତ୍ରୀ ରେସରେ ସେ ବି ଅଛନ୍ତି ଆଗରେ

ଗୋପାଳ ରାୟ
ଦିଲ୍ଲୀ ସରକାରଙ୍କ ବରିଷ୍ଠ କ୍ୟାବିନେଟ୍ ମନ୍ତ୍ରୀ
ଗୋପାଳଙ୍କ ପାଖରେ ରହିଛି ୫ଟି ବିଭାଗର ଦାୟିତ୍ବ
ଜାତୀୟ ରାଜଧାନୀର ଉନ୍ନୟନ, ସାଧାରଣ ପ୍ରଶାସନ ବିଭାଗ
ପରିବେଶ ଏବଂ ଜଙ୍ଗଲ ଓ ବନ୍ୟପ୍ରାଣୀ ମନ୍ତ୍ରୀ

ଇମ୍ରାନ ହୁସେନ
ଆପର ସଂଖ୍ୟାଲଘୁ ଚେହେରା ଇମ୍ରାନ୍ ହୁସେନ୍
ଦିଲ୍ଲୀରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରହିଛନ୍ତି ହୁସେନ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+