ଆଜି ସିବିଆଇରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା । ଆଜି ସିବିଆଇରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଯାହାକୁ ନଜରରେ ରଖି ସିବିଆଇ କାର୍ଯ୍ୟାଳୟ ପରିସରରେ ସୁରକ୍ଷା ବ୍ୟରସ୍ଥା କଡାକଡ଼ି କରାଯାଇଛି । ଅନ୍ୟପକ୍ଷରେ ସାମ୍ବାଦିକ ସମ୍ମଳନୀ କରି କେନ୍ଦ୍ର ସରକାର ଏବଂ ସିବିଆଇ ଉପରେ ବର୍ଷିଛନ୍ତି କେଜ୍ରିୱାଲ ।
ଯଦି କେହି ସିବିଆଇ କାର୍ଯ୍ୟାଳୟ ରାସ୍ତାରେ ବିକ୍ଷୋଭ କରନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପୋଲିସ ସୂଚନା ଦେଇଛି । ଏହାସହ ସିବିଆଇ କାର୍ଯ୍ୟାଳୟ ସାମ୍ନାରେ ବ୍ୟାରିକେଟିଂ କରାଯାଇଛି । ଅନ୍ୟପଟେ ଆମ୍ ଆଦମୀ ପାର୍ଟି କର୍ମୀମାନେ କାଶ୍ମୀର ଗେଟରୁ ବିକ୍ଷୋଭ ପ୍ରଦର୍ଶନ କରିବା ଆରମ୍ଭ କରିଦେଇଛନ୍ତି । ସେଠାରେ ଏକ ବିରାଟ ଜନସମାଗମ ଦେଖିବା ପାଇଁ ମିଳିଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସେପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମଧ୍ୟ ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ପହଞ୍ଚିଛନ୍ତି। ସେ ଆଜି AAP ମୁଖ୍ୟଙ୍କ ସହ ସିବିଆଇ ମୁଖ୍ୟାଳୟକୁ ଯିବା ନେଇ ସୂଚନା ରହିଛି । ତାଙ୍କ ସହ ଦଳର ଅନ୍ୟ ସମସ୍ତ ନେତା ମଧ୍ୟ ଉପସ୍ଥିତ ରହିବେ ।
ସୂଚନାଥାଉ ଯେ, ପୂର୍ବରୁ ସିବିଆଇ ସିସୋଦିଆଙ୍କୁ ୨୬ ଫେବୃଆରୀ ୨୦୨୩ରେ ଗିରଫ କରିଥିଲା । ପରେ ତାଙ୍କୁ ମାର୍ଚ୍ଚ ୯ରେ ତିହାର ଜେଲରେ ଘଣ୍ଟା ଘଣ୍ଟା ପଚରାଉଚରା ପରେ ଇଡି ଗିରଫ କରିଥିଲା ।












Click it and Unblock the Notifications