ଜେଲ ଯିବା ପୂର୍ବରୁ ଭାବପ୍ରବଣ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ଆଜି ଜେଲ୍‌ ଯିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ସେ ତିହାର ଯାଇ ସରେଣ୍ଡର କରିବେ। ତେବେ ଜେଲ୍‌ ଯିବା ପୂର୍ବରୁ ଆମ୍‌ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ ଭାବୁକ ହୋଇପଡିଛନ୍ତି। ସେ ସୋଶାଲ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରି ଛନ୍ତି।

Arvind Kejriwal

ଆଜି ଅପରାହ୍ଣ ୩ଟାରେ ସେ ଆତ୍ମସମର୍ପଣ କରିବେ ବୋଲି ତାଙ୍କ ପୋଷ୍ଟରେ କହିଛନ୍ତି। ସେ କହିଛନ୍ତି, 'ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ମୁଁ ୨୧ ଦିନ ପାଇଁ ନିର୍ବାଚନ ପ୍ରଚାର ପାଇଁ ଜାମିନରେ ବାହାରକୁ ଆସିଥିଲି। ଏଥିପାଇଁ ମାନ୍ୟବର ସୁପ୍ରିମକୋର୍ଟଙ୍କୁ ଅନେକ ଅନେକ ଧନ୍ୟବାଦ। ଆଜି ମୁଁ ତିହାରକୁ ଯାଇ ଆତ୍ମସମର୍ପଣ କରିବି। ମୁଁ ଅପରାହ୍ନ ୩ ଟାରେ ଘରୁ ବାହାରିଯିବି।'

ସେ ଆହୁରି କହିଛନ୍ତି, 'ପ୍ରଥମେ ମୁଁ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବି। ସେଠାରୁ ମୁଁ ହନୁମାନ ଜୀଙ୍କର ଆଶୀର୍ବାଦ ନେବା ପାଇଁ କନଟ୍‌ ପ୍ଲେସରେ ଥିବା ହନୁମାନ ମନ୍ଦିରକୁ ଯିବି। ସେଠାରୁ ମୁଁ ପାର୍ଟି କାର୍ଯ୍ୟାଳୟକୁ ଯାଇ ସମସ୍ତ କର୍ମୀ ଏବଂ ଦଳର ନେତାଙ୍କୁ ଭେଟିବି। ଏହାପରେ ମୁଁ ତିହାର ଜେଲ ଅଭିମୁଖେ ବାହାରିବି। ଆପଣ ସମସ୍ତେ ନିଜର ଯତ୍ନ ନିଅନ୍ତି। ଜେଲରେ ମୁଁ ଆପଣ ସମସ୍ତଙ୍କ ବିଷୟରେ ଚିନ୍ତିତ ହେବି। ଯଦି ତୁମେ ଖୁସିରେ ରହିବ ତେବେ ତୁମର କେଜ୍ରିୱାଲ ମଧ୍ୟ ଜେଲରେ ଖୁସି ହେବ।'

କହିରଖୁ ଯେ, ଲୋକସଭା ନିର୍ବାଚନ ପାଇଁ ମତଦାନ ସରିବା ପରେ ଶନିବାର ଶେଷ ହୋଇଥିବା ପ୍ରଚାର ପାଇଁ ସୁପ୍ରିମକୋର୍ଟ ତାଙ୍କୁ ତିନି ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। କିଛି ଗୁରୁତର ଅସୁସ୍ଥତା କାରଣ ଦର୍ଶାଇ କେଜ୍ରିୱାଲ ଅନ୍ତରୀଣ ଜାମିନକୁ ବଢ଼ାଇବାକୁ ସୁପ୍ରିମକୋର୍ଟଙ୍କୁ ଅପିଲ କରିଥିଲେ। କିନ୍ତୁ ଇଡିର ବିରୋଧ ପରେ କୋର୍ଟ ତାଙ୍କ ଆବେଦନ ଉପରେ ଶୁଣାଣି କରିବାକୁ ମନା କରି ଦେଇଥିଲେ। ଏହାପରେ ସେ ନିମ୍ନ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ରାଉଜ ଆଭେନ୍ୟୁ କୋର୍ଟରେ ସେ ଜାମିନ ଆବେଦନ କରିଥଇଲେ। ଏହି ଆବେଦନର ଶୁଣାଣି ଆସନ୍ତା ୫ ତାରିଖରେ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+