ଗିରଫ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ

Delhi liquor policy case:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗିରଫ , ମଦ ଦୁର୍ନୀତି ମାମଲାରେ କେଜରିୱାଲଙ୍କୁ ଗିରଫ କଲା ଇଡି..ଦିଲ୍ଲୀ ବାସଭବନରେ ପଚରାଉଚରା ପରେ କେଜରିୱାଲଙ୍କୁ ଗିରଫ କରାଯାଇଛିଦିଲ୍ଲୀର ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ଗିରଫ କରିଛି।

arvind kejriwal

ତାଙ୍କୁ ସିଏମ ବାସଭବନରେ ପଚରାଉଚରା ପରେ ଗିରଫ କରାଯାଇଥିଲା। ଆଜି ସଂନ୍ଧ୍ୟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଂଚି ବିଭିନ୍ନ କାଗଜପତ୍ର ଯାଂଚ କରିବା ସହ ଶେଷରେ ତାଙ୍କୁ ଗିରଫ କରିଛି । ଗିରଫ ପୂର୍ବରୁ ଇଡି ଅରବିନ୍ଦ କେଜ୍ରିୱାଲଙ୍କ ମୋବାଇଲ ଫୋନ ଜବତ କରିଥିଲା ।

ମନି ଏଜେନ୍ସି ଲଣ୍ଡରିଂ ଆକ୍ଟ (PMLA) ର ଧାରା 50 ଅନୁଯାୟୀ ତଦନ୍ତକାରୀ ଦଳ ବର୍ତ୍ତମାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ରେକର୍ଡ କରିଥିଲେ। ଏହାପରେ ତାଙ୍କୁ ଇଡି ଗିରଫ କରିଛି।ଆତିଶି କହିଛନ୍ତି ଯେ ଦୁଇ ବର୍ଷ ମଧ୍ୟରେ ଇଡି ଗୋଟିଏ ଟଙ୍କା ମଧ୍ୟ ପୁନରୁଦ୍ଧାର କରିବାରେ ସକ୍ଷମ ହୋଇ ନାହିଁ। ଆଜି ଦିଲ୍ଲୀ ହାଇକୋର୍ଟ କେଜ୍ରିଓ୍ବାଲଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିବା ପରେ ଇଡି ଟିମ ତାଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲା । ଇଡି ପକ୍ଷରୁ ପ୍ରଥମେ ତାଙ୍କ ବାସଭବନକୁ ଯାଞ୍ଚ କରାଯାଇଥିଲା । ଏହି ସମୟରେ ଇଡି ପକ୍ଷରୁ ତାଙ୍କୁ ୧୦ ସମନ ଦିଆଯାଇଥିଲା ।

ପୂର୍ବରୁ ୯ ଥର ସମନ ଦିଆଯାଇଥିଲେ ବି କେଜ୍ରିଓ୍ବାଲ ଇଡିରେ ହାଜର ହୋଇନଥିଲେ । କେଜ୍ରିଓ୍ବାଲଙ୍କ ଗିରଫଦାରିକୁ ବିରୋଧ କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି । ଏକ୍ସରେ ସେ ଲେଖିଛନ୍ତି ଯେ, ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରିବା ସମ୍ପୂର୍ଣ୍ଣ ଭୁଲ ଏବଂ ଅସାମ୍ବିଧାନିକ । ରାଜନୀତିର ସ୍ତରକୁ ଏଭଳି ଭାବରେ ହ୍ରାସ କରିବା ପ୍ରଧାନମନ୍ତ୍ରୀ କିମ୍ବା ତାଙ୍କ ସରକାରଙ୍କ ପାଇଁ ଶୋଭା ଦେଉନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+