ଦିଲ୍ଲୀ କାର୍ ବିସ୍ଫୋରଣ ; ଶାହ IB ଚିଫ୍ ଓ NIA କୁ ଦେଲେ କଡ଼ା ନିର୍ଦ୍ଦେଶ
ଦିଲ୍ଲୀ ବିସ୍ଫୋରଣ ଘଟଣାର ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସେ ଘଟଣା ବିଷୟରେ ଆଇବି(ଗୁଇନ୍ଦା ବ୍ୟୁରୋ) ମୁଖ୍ୟ ତପନ ଡେକାଙ୍କ ସହିତ ଆଲୋଚନା କରିଛନ୍ତି।
ଅନ୍ୟପଟେ ଘଟଣାରେ ଆତଙ୍କବାଦୀଙ୍କ ସମ୍ପୃକ୍ତି ରହିଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। କେଉଁ ପରିସ୍ଥିତିରେ ଏହି ବିସ୍ଫୋରଣ ଘଟିଲା ତାହାର ସୁରାକ ମଧ୍ୟ ମିଳିନାହିଁ। ଦିଲ୍ଲୀ ଲାଲ୍ କିଲ୍ଲା ନିକଟ ମେଟ୍ରୋ ଷ୍ଟେସନ ପାଖ ୧ ନମ୍ବର ଗେଟ୍ ନିକଟରେ ଏହି ବିସ୍ଫୋରଣ ଘଟିଥିବାବେଳେ ୮ ଜଣଙ୍କ ମୃତ୍ୟୁ ଘଟିଛି।

ଗୃହମନ୍ତ୍ରୀ ସିଆରପିଏଫ୍ ଡିଜିଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସୂତ୍ରାନୁସାରେ , ଘଟଣା ବିଷୟରେ କେମିତି ଆଉଟିକେ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରାଯାଇ ପାରିବ, ସେଥିପାଇଁ ଏନଏସଜିକୁ ମଧ୍ୟ ଘଟଣାସ୍ଥଳକୁ ଏକ ଟିମ୍ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏବେସୁଦ୍ଧା ସରକାରୀ ଭାବେ ବୋମା କିମ୍ୱା କୌଣସି ବିସ୍ଫୋରକର ବ୍ୟବହାର କରି ବ୍ଲାଷ୍ଟ କରାଯାଇଥିବା ସ୍ପଷ୍ଟ କରାଯାଇ ନାହିଁ।
ଘଟଣା ପରେ ଏନଆଇଏ ଏବଂ ଏନଏସଜି ତନାଘନା ଆରମ୍ଭ କରିଛନ୍ତି। ସିଆରପିଏଫ ଡିଆଇଜି କିଶୋର ପ୍ରସାଦ ଘଟରାସ୍ଥଳରେ ପହଞ୍ଚିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ କିଛି କହି ହେବ ନାହିଁ। ସ୍ଥିତିର ନିରୀକ୍ଷଣ କରାଯିବା ପରେ କିଛି କୁହାଯାଇପାରିବ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଷ୍ଟେସନରେ ଲାଗିଥିବା କାଚ ଭାଙ୍ଗିଯାଇଥିଲା। ଘଟଣା ପରେ ସମ୍ପୂର୍ଣ୍ଣ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।












Click it and Unblock the Notifications