କେଜ୍ରିୱାଲ ସରକାରଙ୍କୁ ବଡ଼ ଆଶ୍ୱସ୍ତି, ୨୦୨୩-୨୪ ବଜେଟ ଉପସ୍ଥାପନ କରିବା ପାଇଁ ମିଳିଲା ମଞ୍ଜୁରୀ

କେଜ୍ରିୱାଲ ସରକାରଙ୍କୁ ବଡ଼ ଆଶ୍ୱସ୍ତି । ୨୦୨୩-୨୪ ବଜେଟ ଉପସ୍ଥାପିତ କରିବା ପାଇଁ ମିଳିଲା ମଞ୍ଜୁରୀ । ଗତ ସୋମବାରଠୁ ବିଧାନସଭାରେ ବହୁ ହଙ୍ଗାମା ଲାଗିରହିଥିଲା । ଯାହା ପରେ ଦିଲ୍ଲୀ ବଜେଟକୁ ଆଜି ଗ୍ରୀନ୍ ସିଗନାଲ୍ ମିଳିଛି ।

ARVIND KEJRIWAL

ନୂଆଦିଲ୍ଲୀ: କେଜ୍ରିୱାଲ ସରକାରଙ୍କୁ ବଡ଼ ଆଶ୍ୱସ୍ତି । ୨୦୨୩-୨୪ ବଜେଟ ଉପସ୍ଥାପନ କରିବା ପାଇଁ ମିଳିଲା ମଞ୍ଜୁରୀ । ଗତ ସୋମବାରଠୁ ବିଧାନସଭାରେ ବହୁ ହଙ୍ଗାମା ଲାଗିରହିଥିଲା । ଯାହା ପରେ ଦିଲ୍ଲୀ ବଜେଟକୁ ଆଜି ଗ୍ରୀନ୍ ସିଗନାଲ୍ ମିଳିଛି । ଗୃହ ମନ୍ତ୍ରାଳୟ ଦିଲ୍ଲୀ ବଜେଟ୍ ୨୦୨୩-୨୪କୁ ଉପସ୍ଥାପନ କରିବା ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଦିଲ୍ଲୀ ସରକାରଙ୍କୁ ଏନେଇ ସୂଚନା ମଧ୍ୟ ଦିଆଯାଇଛି ।

ସୂଚନାଥାଉ ଯେ, ଆଜି ଦିଲ୍ଲୀ ସରକାରଙ୍କ ବଜେଟ୍ ଉପସ୍ଥାପନ ହେବାର ଥିଲା । ହେଲେ ଏଥିରେ ଗୃହ ମନ୍ତ୍ରାଳୟ ପକ୍ଷରୁ ରୋକ ଲଗାଯାଇଥିଲା । ଯାହା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ବଜେଟ ବନ୍ଦ ନ କରିବା ପାଇଁ ଅନୁରୋଧ କରିଥିଲେ । ଅନ୍ୟପକ୍ଷରେ ମଧ୍ୟ ଆଲୋଚନା ହେଉଛି ଯେ, ଯଦି ବିଜେପି ଏବଂ ଆପ ମଧ୍ୟରେ ବିବାଦର ସମାଧାନ ନହୁଏ ଏବଂ ମାର୍ଚ୍ଚ ୩୧, ୨୦୨୩ ସୁଦ୍ଧା ଦିଲ୍ଲୀ ବିଧାନସଭାରେ ବଜେଟ୍ ଉପସ୍ଥାପିତ ନହୁଏ, ତେବେ ଦିଲ୍ଲୀ ସରକାରଙ୍କ ଅଡୁଆ ଆହୁରି ବଢିପାରେ ।

ସୂଚନାଥାଉ ଯେ, ଗୃହ ମନ୍ତ୍ରଣାଳୟ ଆପ ସରକାରଙ୍କୁ ସ୍ପଷ୍ଟିକରଣ ମାଗିଥିଲା ଯେ, ବଜେଟ୍ ପ୍ରସ୍ତାବରେ ବିଜ୍ଞାପନ ବାବଦକୁ ଏତେ ଟଙ୍କା କାହିଁକି ରଖାଯାଇଛି । ବିଜ୍ଞାପନ ତୁଳନାରେ ଭିତ୍ତିଭୂମି ଓ ବିକାଶ ପାଇଁ କମ ଟଙ୍କା ରଖାଯାଇଛି । ହେଲେ କେଜ୍ରିୱାଲ ସରକାର କୌଣସି ଉତ୍ତର ଦେଇ ନଥିଲା । ଯେଉଁଥି ପାଇଁ ବଜେଟ ଉପରେ ରୋକ ଲଗାଯାଇଥିଲା ।

ଅନ୍ୟପକ୍ଷରେ ଆପ୍ ସରକାର ପକ୍ଷରୁ କୁହାଯାଉଛି ଯେ, ଏହା ସମ୍ପୁର୍ଣ୍ଣ ମିଥ୍ୟା ଅଭିଯୋଗ । ଦିଲ୍ଲୀ ଅର୍ଥମନ୍ତ୍ରୀଙ୍କ ସୂଚନା ଅନୁସାରେ,ଦିଲ୍ଲୀର ମୋଟ୍ ବଜେଟ ୭୮.୮୦୦ କୋଟି ଟଙ୍କାର । ସେଥି ମଧ୍ୟରୁ ୨୨.୦୦୦ କୋଟି ଟଙ୍କା ଭିତ୍ତିଭୂମି ବିକାଶ ପାଇଁ ଏବଂ ବିଜ୍ଞାପନ ପାଇଁ ମାତ୍ର ୫୫୦ କୋଟି ଟଙ୍କା ଖର୍ଚ୍ଚ ହେବ । ଗତବର୍ଷ ମଧ୍ୟ ବିଜ୍ଞାପନ ପାଇଁ ସମାନ ଅର୍ଥ ବ୍ୟୟ ହୋଇଥିଲା । ତେଣୁ ବିଜ୍ଞାପନ ପାଇଁ ଅଧିକ ଟଙ୍କାର ବ୍ୟୟବରଦା କରାଯିବ ନାହିଁ ବୋଲି ଆପ୍ ସରକାର ସ୍ପଷ୍ଟୀକରଣ ରଖିସାରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+