ଏହି ଦିନଠୁ ଶୀତରେ ଥରିବ ରାଜଧାନୀ
ଦିଲ୍ଲୀର ତାପମାତ୍ରା ଆଶାତୀତ ଭାବେ ହ୍ରାସ ପାଇବ। ସ୍ଥିତି ଏପରି ହେବ ଯେ ୧୦ ତାରିଖରୁ ପାରଦ ସିଧା ୩ ଡିଗ୍ରୀରେ ପହଞ୍ଚିଯିବ। ଫଳରେ ରାଜଧାନୀରେ ପ୍ରବଳ ଥଣ୍ଡା ଅନୁଭବ ହେବ ବୋଲି ଆଣି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କେବଳ ଦିଲ୍ଲୀ ନୁହେଁ, ଡିସେମ୍ବର ୧୪ ଯାଏ ପଞ୍ଜାବ, ହରିୟାଣା ଓ ପଶ୍ଚିମ ଉତ୍ତର ପ୍ରଦେଶରେ ଅସହ୍ୟ ଜାଡ଼ ଅନୁଭୂତ ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରହିଛି। ହେଲେ ଆଗକୁ ଥଣ୍ଡା ଆହୁରି ବଢ଼ିବ।

ନର୍ଦ୍ଦନ ହିଲ୍ସରେ ତୁଷାର ପାତ ଓ ପଶ୍ଚିମା ଘୂର୍ଣ୍ଣିଝଡ଼ ଯୋଗୁ ରାଜଧାନୀରେ ପାରଦ ହ୍ରାସ ପାଇବ। ଘୂର୍ଣ୍ଣିବଳୟ ଯୋଗୁ ଡିସେମ୍ବର ୮ ଓ ୯ ତାରିଖରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାରୁ ରହିଛି। ଏହା ତାପମାତ୍ରା ହ୍ରାସ କରିବାରେ ସହାୟକ ହେବ ବୋଲି ବିଭାଗ କହିଛି। ସେହିପରି ଉତ୍ତର ଭାରତରେ ଆସନ୍ତାକାଲି ଓ ୧୦ ତାରିଖରେ ଘନ କୁହୁଡ଼ି ପଡ଼ିବାର ଆଶଙ୍କା ରହିଥିବା ମଧ୍ୟ ଆଇଏମଡି ପୂର୍ବାନୁମାନ କରିଛି। ପ୍ରବଳ ଥଣ୍ଡା ଅନୁଭୂତ ହେବାର ଆଭାସ ମଧ୍ୟ ଏବେ ଠାରୁ ହରିୟାଣାରେ ମିଳି ସାରିଲାଣି। କାରଣ ହିର୍ସାରେ ଆଜି ତାପମାତ୍ରା ୪.୭ ଡିଗ୍ରୀ ରେକର୍ଡ କରାଯାଇଛି। ଏହା ସବୁଠାରୁ ଥଣ୍ଡା ସହର ହେବାର ରେକର୍ଡ ମଧ୍ୟ କରିଛି।












Click it and Unblock the Notifications