Get Updates
Get notified of breaking news, exclusive insights, and must-see stories!

ଦିଲ୍ଲୀର ଇସ୍ରାଏଲ୍ ଦୂତାବାସ ନିକଟରେ ବିସ୍ଫୋରଣ

ରାଜଧାନୀ ଦିଲ୍ଲୀର ଇସ୍ରାଏଲ୍ ଦୂତାବାସ ନିକଟରେ ଏକ ଭୟାନକ ବିସ୍ଫୋରଣ ଘଟିଛି । ଦୂତାବାସ ବାହାରେ ଫୁଟପାଥ ନିକଟରେ ଏହି ବିସ୍ଫୋରଣ ଘଟିଛି।

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଇସ୍ରାଏଲ୍ ଦୂତାବାସ ନିକଟରେ ଏକ ଭୟାନକ ବିସ୍ଫୋରଣ ଘଟିଛି । ଦୂତାବାସ ବାହାରେ ଫୁଟପାଥ ନିକଟରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣର ତୀବ୍ରତା ଅଧିକ ନ ଥିଲା । ଏହି ବିସ୍ଫୋରଣରେ ତିନିରୁ ଚାରିଟି କାର କାଚ ଭାଙ୍ଗିଥିବା ଜଣାପଡିଛି । ବିସ୍ଫୋରଣରେ କେହି ଆହତ ହୋଇ ନାହାନ୍ତି ।

ବିସ୍ଫୋରଣ ପରେ ଦିଲ୍ଲୀ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିସହିତ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ନିଜ ଅଧୀନରେ ନେଇଛନ୍ତି। ପୋଲିସ ବ୍ୟତୀତ ଅଗ୍ନିଶମ ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । ଉଲ୍ଲେଖଥାଉ କି, ଇସ୍ରାଏଲ୍ ଦୂତାବାସ ଦିଲ୍ଲୀର ଭିଭିଆଇପି ଅଞ୍ଚଳର ଏପିଜେ ଅବଦୁଲ କଲାମ ରୋଡରେ ଅବସ୍ଥିତ।

ଦିଲ୍ଲୀ ବିସ୍ଫୋରଣ

ବିସ୍ଫୋରଣକୁ ନେଇ କଣ କହୁଛି ପୋଲିସ:

ଦିଲ୍ଲୀ ପୋଲିସ କହିଛି ଯେ ଜିନ୍ଦଲ ହାଉସ ନିକଟ ଏପିଜେ ଅବଦୁଲ କଲାମ ରୋଡରେ ଅପରାହ୍ନ 5.05 ମିନିଟରେ ଅତି ନିମ୍ନ ତୀବ୍ରତା ବିସ୍ଫୋରଣ ଘଟିଛି। ତିନୋଟି କାରର କାଚ ଭାଙ୍ଗିଛି । ଏହା ବ୍ୟତୀତ ଅନ୍ୟ କୌଣସି କ୍ଷୟକ୍ଷତି ହୋଇନାହିଁ କିମ୍ବା କୌଣସି ସମ୍ପତ୍ତି ନଷ୍ଟ ହୋଇନାହିଁ। ଜାତୀୟ ତଦନ୍ତକାରୀ ସଂସ୍ଥା ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି। ବିସ୍ଫୋରଣ ପଛରେ କେଉଁ କାରଣ ରହିଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏଥି ସହିତ ଇସ୍ରାଏଲ୍ ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଛି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ଘଟଣାରେ ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀଙ୍କ ସହ କଥା ହୋଇଛନ୍ତି। ସେମାନେ ନିରନ୍ତର ପରିସ୍ଥିତି ଉପରେ ନଜର ରଖିଛନ୍ତି। ଏଥି ସହ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଇସ୍ରାଏଲର ବୈଦେଶିକ ମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରି କହିଛନ୍ତି ଯେ ଏହି ବିସ୍ଫୋରଣକୁ ନେଇ ସରକାର ଗୁରୁତର ଅଛନ୍ତି। ତଦନ୍ତ ଚାଲିଛି ଏବଂ ଦୂତାବାସର ସୁରକ୍ଷା ବୃଦ୍ଧି କରାଯାଇଛି।

ପ୍ରକାଶ ଯେ, ଏନଆଇଏର ଏକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏନଆଇଏ ମଧ୍ୟ ଏହାର ତଦନ୍ତ ଆରମ୍ଭ କରିଛି। ଫୋରେନସିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି। ପୋଲିସ କହିଛି ଯେ ସିସିଟିଭି ଫୁଟେଜ ମଧ୍ୟ ବାହାର କରାଯାଉଛି। ଯାହାଫଳରେ ସତ୍ୟ ଜାଣିହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+