ଦିଲ୍ଲୀ ବୋମା ମାଡ଼: ଆଉ ଜଣେ ଡାକ୍ତର ଗିରଫ
ଦିଲ୍ଲୀ ଲାଲକିଲ୍ଲା ନିକଟରେ ଘଟିଥିବା ବିସ୍ଫୋରଣ ଘଟଣାରେ ପୋଲିସ ଏବଂ ସୁରକ୍ଷା ଏଜେନ୍ସିଗୁଡିକ ସାରା ଦେଶରେ ଚଢାଉ କରୁଛନ୍ତି। ଏହି ତଦନ୍ତରେ ପୋଲିସକୁ ଆଉ ଏକ ବଡ ସଫଳତା ମିଳିଛି। ଆଜି ଜମ୍ମୁ ଏବଂ କାଶ୍ମୀରରେ ଆଉ ଜଣେ ଡାକ୍ତରଙ୍କୁ ଅଟକ ରଖାଯାଇଛି।

ସୂତ୍ର ଅନୁଯାୟୀ, ଆତଙ୍କବାଦୀ ଡାକ୍ତରଙ୍କୁ କୁଲଗାମ୍ ଜିଲ୍ଲାର ବାସିନ୍ଦା ଡାକ୍ତର ତାଜାମୁଲ ଭାବରେ ଚିହ୍ନଟ କରାଯାଇଛି। ସେ ଶ୍ରୀନଗର ଏସଏମଏଚଏସ ହସ୍ପିଟାଲରେ କାର୍ଯ୍ୟରତ ଥିଲେ। ପୋଲିସ ଡାକ୍ତର ତାଜାମୁଲଙ୍କୁ କରଣ ସିଂହ ନଗରରୁ ଗିରଫ କରିଛି। ପୋଲିସ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ଏବେ ଡାକ୍ତରଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।












Click it and Unblock the Notifications