ଦିଲ୍ଲୀ ବିସ୍ଫୋରଣ; ମିଳିଲା ଆତଙ୍କୀଙ୍କ ଲାଲ ରଙ୍ଗର କାର୍
ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଜବତ ହେଲା ଲାଲ୍ ରଙ୍ଗର କାର୍ । ହରିୟାଣାରୁ ଜବତ ହେଲା ଆତଙ୍କୀଙ୍କ ଏହି କାର୍ । ଦିଲ୍ଲୀ ଲାଲକିଲ୍ଲା ନିକଟରେ ଆଇ-୨୦ କାର୍ରେ ଶକ୍ତିଶାଳୀ ବିସ୍ଫୋରଣ ଘଟଣାରେ ସନ୍ଦିଗ୍ଧର ଆଇ-୨୦ କାର୍ ସହ ଲାଲ୍ ରଙ୍ଗର ଇକୋସ୍ପୋର୍ଟ କାର୍ ଥିବା ସୂଚନା ମିଳିଥିଲା। ଏହାପରେ ଦିଲ୍ଳୀ , ଉତ୍ତରପ୍ରଦେଶ ଓ ହରିୟାଣା ପୁଲିସ୍ ଏହି କାର୍କୁ ଖୋଜିଥିଲେ । ଦିଲ୍ଳୀ ପୁଲିସ୍ର ୫ଟି ଦଳକୁ କାର୍ ଖୋଜିବା ପାଇଁ ଦାୟୀତ୍ଵ ଦିଆଯାଇଥିଲା । ପରେ ଡିଏଲ୍-୧୦ସିକେ-୦୪୫୮ ବିଶିଷ୍ଟ ଆତଙ୍କୀଙ୍କ ଏହି ଲାଲ୍ ରଙ୍ଗର ଇକୋସ୍ପୋର୍ଟ କାର୍ ହରିୟାଣା ପୁଲିସ୍କୁ ମିଳିଥିବା ସୂଚନା ମିଳିଛି । ଫରିଦାବାଦର ଖଣ୍ଡଓ୍ବାଲି ଗାଁ ପାଖରୁ ଏହି କାର୍ ମିଳିଥିବା ସୂଚନା ଦେଲେ ଫରିଦାବାଦ ପୁଲିସ୍ ।
ସୂଚନା ଅନୁସାରେ, କାରଟି ୨୦୧୭ ନଭେମ୍ବର ୨୨ରେ ଦିଲ୍ଲୀର ରାଜୌରୀ ଗାର୍ଡେନ୍ RTOରେ ପଞ୍ଜିକୃତ ହୋଇଥିଲା। ତଦନ୍ତରୁ ଜଣାପଡିଛି ଯେ କାରଟି ଉମର ଉନ୍ ନବି ଓରଫ ଉମର ମହମ୍ମଦଙ୍କ ନାମରେ କିଣାଯାଇଥିଲା । ଯିଏ ଦିଲ୍ଲୀ ବିସ୍ଫୋରଣ ମାମଲାର ପ୍ରମୁଖ ସନ୍ଦିଗ୍ଧ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ।













Click it and Unblock the Notifications