ଦିଲ୍ଲୀ ବିସ୍ଫୋରଣ: i20 ଚଳାଉଥିଲେ ଡାକ୍ତର ଉମର, DNA ଟେଷ୍ଟରୁ ଜଣାପଡ଼ିଲା ସତ

ଗତ ସୋମବାର ସନ୍ଧ୍ୟାରେ ଲାଲକିଲ୍ଲା ନିକଟରେ i20 କାରରେ ହୋଇଥିବା ବିସ୍ଫୋରଣରେ ଉମର ମହମ୍ମଦ ନାମକ ଜଣେ ଡାକ୍ତର ହିଁ ଗାଡ଼ି ଚଳାଉଥିଲେ ବୋଲି DNA ପରୀକ୍ଷା ରିପୋର୍ଟରୁ ଜଣାପଡ଼ିଛି । ସୂତ୍ରରୁ ଏହି ଖବର ଜଣାପଡିଛି। ଏହି ବିସ୍ଫୋରଣରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଥିଲେ।

ଫରିଦାବାଦର ଅଲ ଫଲାହ ବିଶ୍ୱବିଦ୍ୟାଳୟରେ ବରିଷ୍ଠ ଡାକ୍ତର ଭାବେ କାର୍ଯ୍ୟ କରୁଥିବା ଡାକ୍ତର ଉମରଙ୍କର ହାଡ଼, ଦାନ୍ତ ଏବଂ ବିସ୍ଫୋରଣସ୍ଥଳରୁ ମିଳିଥିବା ପୋଷାକର ଅଂଶରୁ DNA ନମୁନା ସଂଗ୍ରହ କରାଯାଇଥିଲା। ଏହି DNA ତାଙ୍କ ମାଆ ଏବଂ ଭାଇଙ୍କ DNA ସହିତ ଶତ ପ୍ରତିଶତ ମେଳ ଖାଇଛି ।

Delhi blast Doctor Umar was driving i20 DNA test reveals truth

ପୂର୍ବରୁ ଉମରଙ୍କ ମାଆଙ୍କୁ ପୁଲୱାମାରେ DNA ପରୀକ୍ଷା ପାଇଁ ଅଟକ ରଖାଯାଇଥିଲା। ବିସ୍ଫୋରଣ ପରେ ସୋମବାର ରାତିରେ ଉମରଙ୍କ ମାଆ ଏବଂ ଦୁଇ ଭାଇଙ୍କୁ ମଧ୍ୟ ପଚରାଉଚରା ପାଇଁ ଅଟକ ରଖାଯାଇଥିଲା।

i20 ଗାଡ଼ିର ମାଲିକ ଉମର ମହମ୍ମଦ, ପୂର୍ବରୁ ଗିରଫ ହୋଇଥିବା ଡାକ୍ତର ମୁଜାମ୍ମିଲ ଶକିଲ ଓ ଆଦିଲ ରାଥରଙ୍କ ଗିରଫଦାରୀ ପରେ ଭୟଭୀତ ହୋଇ ବିସ୍ଫୋରଣ ଘଟାଇଥିବା ସୂଚନା ରହିଛି। ଶକିଲ ଓ ରାଥରଙ୍କୁ 'ଜୈଶ-ଏ-ମହମ୍ମଦ' ସହିତ ସମ୍ପୃକ୍ତି ଅଭିଯୋଗରେ ଗିରଫ କରାଯାଇଥିଲା।

ସିସିଟିଭି ଫୁଟେଜ୍ ଅନୁଯାୟୀ, ବିସ୍ଫୋରଣ ପୂର୍ବରୁ ଉମର ଲାଲକିଲ୍ଲା ନିକଟରେ ଥିବା ଏକ ମସଜିଦ୍‌କୁ ଯାଇଥିଲେ। ସେ ସନ୍ଧ୍ୟା ୩.୧୯ରେ ସୁନେହେରୀ ମସଜିଦ୍ ପାର୍କିଂରେ i20 କାର୍ ପାର୍କ କରିଥିଲେ ଏବଂ ୩ ଘଣ୍ଟା ଧରି ମସଜିଦ୍‌ରେ ନମାଜ ପଢ଼ିଥିଲେ।

ଘଟଣାର ତଦନ୍ତ ଭାର ଏବେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ନେଇଛି ଏବଂ ସମସ୍ତ ଦିଗରୁ ତଦନ୍ତ ଜାରି ରଖିଛି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ 10 ନଭେମ୍ବର 2025 ସନ୍ଧ୍ୟାରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା ଏକ ଆତଙ୍କବାଦୀ କାର ବିସ୍ଫୋରଣ ଘଟଣାରେ ପ୍ରାଣହାନି ପାଇଁ ଗଭୀର ଶୋକ ପ୍ରକାଶ କରିଛି। ଏଥିରେ ଜୀବନ ହରାଇଥିବା ନିର୍ଦ୍ଦୋଷ ଲୋକଙ୍କ ସ୍ମୃତିଚାରଣ କରି କ୍ୟାବିନେଟ୍ ଦୁଇ ମିନିଟ୍ ନିରବତା ଅବଲମ୍ବନ କରିଛି।
କ୍ୟାବିନେଟ୍ ମଧ୍ୟ ନିମ୍ନଲିଖିତ ପ୍ରସ୍ତାବ ଗ୍ରହଣ କରିଛି:
10 ନଭେମ୍ବର 2025 ସନ୍ଧ୍ୟାରେ ଲାଲକିଲ୍ଲା ନିକଟରେ ଏକ କାର ବିସ୍ଫୋରଣ ମାଧ୍ୟମରେ ଦେଶ ବିରୋଧୀ ଶକ୍ତିମାନେ ଏକ ଜଘନ୍ୟ ଆତଙ୍କବାଦୀ ଘଟଣା ଘଟଣାଇଛନ୍ତି । ଏହି ବିସ୍ଫୋରଣରେ ବହୁ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଲୋକ ଆହତ ହୋଇଛନ୍ତି ।
ଏହି ହିଂସାରେ ପୀଡିତଙ୍କ ପ୍ରତି କ୍ୟାବିନେଟ୍ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛି।
କ୍ୟାବିନେଟ୍ ସମସ୍ତ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛି ଏବଂ ପୀଡିତଙ୍କୁ ସହାୟତା ଏବଂ ସେବା ପ୍ରଦାନ କରୁଥିବା ସ୍ୱାସ୍ଥ୍ୟକର୍ମୀ ଏବଂ ଜରୁରୀକାଳୀନ ସେବାରେ ନିୟୋଜିତ କର୍ମୀଙ୍କ ତ୍ୱରିତ ପ୍ରୟାସକୁ ପ୍ରଶଂସା କରୁଛି।
କ୍ୟାବିନେଟ୍ ନିର୍ଦ୍ଦୋଷ ଜୀବନ ହାନିର କାରଣ ହୋଇଥିବା ଏହି ଘୃଣ୍ୟ ଏବଂ କାପୁରୁଷତାପୂର୍ଣ୍ଣ କାର୍ଯ୍ୟକୁ ଦୃଢ଼ ଭାବରେ ନିନ୍ଦା କରୁଛି।
ସମସ୍ତ ପ୍ରକାର ଏବଂ ସ୍ୱରୂପରେ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତାର ନୀତି ପ୍ରତି ଭାରତର ଅଟଳ ପ୍ରତିବଦ୍ଧତାକୁ କ୍ୟାବିନେଟ୍ ଦୋହରାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+