ଦିଲ୍ଲୀ ବିସ୍ଫୋରଣ ମାମଲା; ଆଜି ଗୃମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ

ଦିଲ୍ଲୀ ବିସ୍ଫୋରଣ । ସବୁ ଦିଗରୁ ତଦନ୍ତ ହେବ କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ସୁରକ୍ଷା ସ୍ଥିତି ନେଇ ଆଜି ଗୃହ ମନ୍ତ୍ରାଳୟର ଗୁରୁତ୍ବପୂଣ୍ଣ ବୈଠକ । ଶାହ ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶାହ କହିଛନ୍ତି, ଆଜି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଦିଲ୍ଲୀ ଲାଲକିଲ୍ଲା ନିକଟସ୍ଥ ସୁଭାଷ ମାର୍ଗ ଟ୍ରାଫିକ୍‌ ସିଗନାଲ ନିକଟରେ ଏକ ହୁଣ୍ଡାଇ ଆଇ୨୦ କାର୍‌ରେ ବିସ୍ଫୋରଣ ହୋଇଛି ।

Home Minister

ବିସ୍ଫୋରଣରେ ଅନେକ ଲୋକ ମୃତାହତ ହୋଇଛନ୍ତି ଗାଡ଼ି ମୋଟର ଜଳିଯାଇଛି । ଘଟଣା ଘଟିବାର ୧୦ ମିନିଟ୍‌ ମଧ୍ୟରେ ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ଏବଂ ସ୍ବତନ୍ତ୍ର ଶାଖାର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏନଏସଜି, ଏନଆଇଏ ଏବଂ ଏଫଏସଏଲ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାରେ ମୁଁ ଦିଲ୍ଲୀ ପୁଲିସ କମିସନର ଏବଂ ସ୍ବତନ୍ତ୍ର ବ୍ରାଞ୍ଚ୍‌ ପ୍ରଭାରୀଙ୍କ ସହ କଥା ହୋଇଛି । ବିସ୍ଫୋରଣ ଘଟଣାର ସମସ୍ତ ଦିଗରୁ ତଦନ୍ତ କର‌ାଯିବ ବୋଲି ଶାହ କହିଛନ୍ତି ।

ଦିଲ୍ଲୀ ବିସ୍ଫୋରଣ ସଂକ୍ରାନ୍ତରେ ଗଣମାଧ୍ୟମରେ ଟିପ୍ପଣୀ ରଖିବାପରେ ଶାହ ଲୋକ ନାରାୟଣ ଜୟ ପ୍ରକାଶ ହସ୍ପିଟାଲରେ ପହଞ୍ଚିଥିଲେ । ହସ୍ପିଟାଲରେ ଆହତଙ୍କୁ ଭେଟିବାପରେ ଶାହ ଦିଲ୍ଲୀ ପୁଲିସ କମିସନର ସତୀଶ ଗୋଲଚା ଏବଂ ଅନ୍ୟ ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ଶାହ ମଧ୍ୟ ବିସ୍ଫୋରଣ ସ୍ଥଳ ପରିଦର୍ଶନ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+