ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଗିରଫ
ଦିଲ୍ଲୀ ବୋମା ବିସ୍ଫୋରଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା-ଏନ୍.ଆଇ.ଏ. ଆଉ ଜଣେ କଥିତ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏନ୍.ଆଇ.ଏ ଦେଇଥିବା ସୂଚନା ଅନୁଯାୟୀ, ଜାମ୍ମୁ-କାଶ୍ମୀରର ଶ୍ରୀନଗର ଅର୍ନ୍ତଗତ ସୋଫିଆନ୍ର ବାସିନ୍ଦା ୟସିର ଅହମ୍ମଦଦାରଙ୍କୁ ଏହି ଘଟଣାରେ ଜଡ଼ିତ ଅଭିଯୋଗରେ ଦିଲ୍ଲୀରୁ ଗିରଫ କରାଯାଇଛି।

ଗତ ମାସରେ ଦିଲ୍ଲୀରେ ଘଟିଥିବା ବୋମା ବିସ୍ଫୋରଣ ଘଟଣାରେ ଏ ପର୍ଯ୍ୟନ୍ତ ୯ ଜଣଙ୍କୁ ଗିରଫ କରିଛି ବୋଲି ଏନ୍.ଆଇ.ଏ. କହିଛି। ତଦନ୍ତରୁ ଜଣାପଡ଼ିଛି ୟାସିର ଦାର ବିସ୍ଫୋରଣରେ ଜଡ଼ିତ ଉମର ଉନ୍ ନବି ଏବଂ ମୁପ୍ତି ଇର୍ଫାନ୍ଙ୍କ ସହ ଘନିଷ୍ଠ ସମ୍ପର୍କରେ ରହିଥିଲେ।












Click it and Unblock the Notifications