ମାର୍ଚ୍ଚ ୧୨ ପର୍ଯ୍ୟନ୍ତ ଦିଲ୍ଲୀରେ କୌଣସି ସମାବେଶ ହୋଇପାରିବ ନାହିଁ
ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନକୁ ନଜରେ ରଖି ଦିଲ୍ଲୀରେ ସମାବେଶ ଉପରେ ଲାଗିଲା କଟକଣା । ମାର୍ଚ୍ଚ ୧୨ ତାରିଖା ପର୍ଯ୍ୟନ୍ତ ଦେଶର ରାଜଧାନୀ ଦିଲ୍ଲୀରେ ବଡ଼ ଧରଣର ସମାବେଶ ହୋଇପାରିବ ନାହିଁ । ଏନେଇ ସୂଚନା ଜାରି କଲେ, ଦିଲ୍ଲୀ ପୋଲିସ କମିଶନର । ସେହିପରି ରାଜଧାନୀ ଭିତରକୁ ଟ୍ରାକ୍ଟର ପ୍ରବେଶ କରିପାରିବ ନାହିଁ ବୋଲି କହିଛନ୍ତି ଦିଲ୍ଲୀ କମିଶନର । ପିସ୍ତଲ, ଜ୍ୱଳନଶୀଳ ପଦାର୍ଥ, ଅସ୍ତ୍ରଶସ୍ତ୍ର ପ୍ରବେଶ ଉପରେ ମଧ୍ୟ ରୋକ୍ ଲଗାଯାଇଛି । ସେହିପି ଚାଷ ଆନ୍ଦୋଳନ ପାଇଁ ଇଟା, ପଥର, ପେଟ୍ରୋଲ ବୋମା, ସୋଡ଼ା ବୋତଲ ଉପରେ ମଧ୍ୟ ନଜର ରଖାଯିବ ।

ଆସନ୍ତାକାଲି ଦିଲ୍ଲୀରେ ହଜାର ହଜାର କୃଷକ ବିକ୍ଷୋଭ ସାଙ୍ଗକୁ ଟ୍ରାକ୍ଟର ରାଲି କରିବା ନେଇ ସୂଚନା ରିହିଛି । ପଞ୍ଜାବ ଓ ହରିୟାଣାର ୨୦୦ କୃଷକ ସଂଗଠନ 'ଦିଲ୍ଲୀ ଚଲୋ'ଡାକରା ଦେଇଛନ୍ତି । ଯେଉଁଥିରେ ପାଖାପାଖି ୨୦ ହଜାରରୁ ଅଧିକା ଚାଷୀ ଏକ ସମୟରେ ଆନ୍ଦୋଳନ କରିବା ପାଇଁ ଯାଉଛନ୍ତି । ସେଥିପାଇଁ ଦିଲ୍ଲୀ, ପଞ୍ଜାବ ଏବଂ ହରିୟାଣାର ସୁରକ୍ଷା ବ୍ୟବସ୍ଥା କଡ଼଼ାକଡି କରାଯାଇଛି ।
ସେହିପରି କୃଷକ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦୁଇଟି ଅସ୍ଥାୟୀ ଜେଲର ମଧ୍ୟ ବ୍ୟବସ୍ଥା କରାଯାଇଛି । ଦିଲ୍ଲୀ ପୋଲିସ କମିଶନର ରାଜଧାନୀରେ ମାର୍ଚ୍ଚ ୧୨ ତାରିଖ ପର୍ଯ୍ୟନ୍ତ ସମସ୍ତ ସମାବେଶ ଉପରେ ରୋକ୍ ଲଗାଇଛନ୍ତି । ସେହିପରି ରାଜଧାନୀ ଭିତରକୁ ଟ୍ରାକ୍ଟର ପ୍ରବେଶ କରିପାରିବ ନାହିଁ ବୋଲି କହିଛନ୍ତି ଦିଲ୍ଲୀ କମିଶନର । ଏହାସହ ଲାଉଡ ସ୍ପିକର ବ୍ୟବହାର ଉପରେ ମଧ୍ୟ କଡ଼କଣା ଲଗାଯାଇଛି ।
ପିସ୍ତଲ, ଜ୍ୱଳନଶୀଳ ପଦାର୍ଥ, ଅସ୍ତ୍ରଶସ୍ତ୍ର ପ୍ରବେଶ ଉପରେ ମଧ୍ୟ ରୋକ୍ ଲଗାଯାଇଛି । ସେହିପି ଚାଷ ଆନ୍ଦୋଳନ ପାଇଁ ଇଟା, ପଥର, ପେଟ୍ରୋଲ ବୋମା, ସୋଡ଼ା ବୋତଲ ଉପରେ ମଧ୍ୟ ନଜର ରଖାଯିବ । ଯଦି ଏହି ସାମଗ୍ରୀ କେହି ସଂଗ୍ରହ କରନ୍ତି ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି ସୂଚନା ଜାରି କରାଯାଇଛି । ତେବେ ଏହି ସମସ୍ତ ନିୟମ ଉଲ୍ଲଂଘନ କଲେ ପୋଲିସ ଭକ୍ତ ବ୍ୟକ୍ତିଙ୍କୁ ଗିରଫ କରିବ ବୋଲି ମଧ୍ୟ ସୂଚନା ରହିଛି ।
ସୂଚନାଥାଉ ଯେ, ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ ତଥା ଏମଏସପି ଉପରେ ଆଇନଗତ ଗ୍ୟାରେଣ୍ଟି ଏବଂ ଏମଏସ ସ୍ୱାମୀନାଥନ ଆୟୋଗର ସୁପାରିଶକୁ କାର୍ଯ୍ୟକାରୀ କରିବାକୁ କୃଷକଙ୍କ ଦୀର୍ଘ ଦିନ ହେବ ଦାବି କରି ଆସୁଛନ୍ତି । ଦେଲେ ଦାବି ପୂରଣ କରାଯାଉ ନାହିଁ । ତେଣୁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏହି ଆନ୍ଦୋଳନ କରାଯାଉଛି ବୋଲି ଚାଷୀ ନେତାଙ୍କ ପକ୍ଷରୁ ସୂଚନା ଜାରି କରାଯାଇଥିଲା ।












Click it and Unblock the Notifications