୧୭ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଆଗ୍ରାରୁ ଗିରଫ ହେଲା ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ
୧୭ ଛାତ୍ରୀଙ୍କୁ ଅଶ୍ଳୀଳ ମେସେଜ, ଯୌନ ଉତ୍ପୀଡ଼ନ ଏବଂ ଜାଲିଆତି ଅଭିଯୋଗରେ ଗିରଫ ହୋଇଛନ୍ତି ସ୍ୱାମୀ ଚୈତନ୍ୟାନନ୍ଦ । ଆଗ୍ରାର ଏକ ହୋଟେଲରେ ଲୁଚିଥିଲେ । ଶନିବାର ବିଳମ୍ବିତ ରାତିରେ ଦିଲ୍ଲୀ ପୁଲିସ ବାବାଙ୍କୁ ଗିରଫ କରିଛି । ଇଡବ୍ଲ୍ୟୁଏସ ସ୍କଲାରସିପରେ ପିଜିଡିଏମ କରାଇଦେବାକୁ କହି ଛାତ୍ରୀଙ୍କୁ ଶୋଷଣ କରୁଥିଲେ ବାବା ।

ପୂର୍ବରୁ ଦିଲ୍ଲୀର ପଟିଆଲା ହାଇକୋର୍ଟ ସ୍ୱାମୀ ଚୈତନ୍ୟାନନ୍ଦଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଏହି ସମୟରେ ଦିଲ୍ଲୀ ପୋଲିସ ବାବା ଚୈତନ୍ୟାନନ୍ଦଙ୍କ ୮ କୋଟି ଟଙ୍କା ଫ୍ରିଜ୍ କରିଛି। ୨୦୧୬ ମସିହାରେ, ଦିଲ୍ଲୀର ଶ୍ରୀ ଶାରଦା ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟ ଆଣ୍ଡ୍ ରିସର୍ଚ୍ଚରେ ଛାତ୍ରୀମାନଙ୍କୁ ନିର୍ଯାତନା ଦେଇଥିବା ଚୈତନ୍ୟାନନ୍ଦ ସରସ୍ୱତୀଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଥିଲା।












Click it and Unblock the Notifications