ନିର୍ବାଚନ ପୂର୍ବରୁ କେଜ୍ରିିୱାଲଙ୍କୁ ଲାଗିଲା ବଡ଼ ଝଟକା, ରାଜନୀତିରୁ ସନ୍ୟାସ ନେଲେ ଦିଲ୍ଲୀ ବିଧାନସଭା ବାଚସ୍ପତି

ନୂଆଦିଲ୍ଲୀ: ନିର୍ବାଚନର ପୂର୍ବରୁ ଆମ୍‌ ଆଦମୀ ପାର୍ଟିକୁ ବଡ଼ ଝଟ୍‌କା । ରାଜନୀତିରୁ ସନ୍ୟାସ ନେଲେ ଦିଲ୍ଲୀ ବିଧାନସଭା ବାଚସ୍ପତି ଓ ଆମ୍ ଆଦ୍‌ମୀ ପାର୍ଟିର ବରିଷ୍ଠ ବିଧାୟକ ରାମ ନିବାସ ଗୋଏଲ । ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି ରାମ ନିବାସ ଗୋଏଲ । ଅରବିନ୍ଦ କେଜ୍ରିଓ୍ୱାଳଙ୍କୁ ଲେଖିଥିବା ଚିଠିରେ ରାମ ନିବାସ ଗୋଏଲ କହିଛନ୍ତି ଯେ, 'ଗତ ୧୦ ବର୍ଷ ଧରି ମୁଁ ବିଧାନସଭାର ବିଧାୟକ ତଥା ବାଚସ୍ପତି ଭାବରେ ମୋର ଦାୟିତ୍ୱକୁ ଦକ୍ଷତାର ସହ ପାଳନ କରିଛି।

ତୁମେ ମୋତେ ସବୁବେଳେ ବହୁତ ସମ୍ମାନ ଦେଇଛ, ଯାହା ପାଇଁ ମୁଁ ତୁମ ପାଖରେ ସର୍ବଦା କୃତଜ୍ଞ ରହିବ। ଦଳ ଏବଂ ସମସ୍ତ ବିଧାୟକ ମଧ୍ୟ ମୋତେ ବହୁତ ସମ୍ମାନ ଦେଇଛନ୍ତି, ଏଥିପାଇଁ ମୁଁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି। ମୋର ବୟସ ହେତୁ ମୁଁ ରାଜନୀତିରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଛି। କିନ୍ତୁ ମୁଁ ମୋର ସମସ୍ତ ହୃଦୟ, ମନ ଏବଂ ଧନ ସହିତ ଆମ୍ ଆଦମୀ ପାର୍ଟିର ସେବା ଜାରି ରଖିବି।

Arvind Kejriwal

ଆପଣ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ମୁଁ କରିବାକୁ ଚେଷ୍ଟା କରିବି।' କହିରଖୁ ଯେ, ରାମ ନିବାସ ଗୋଏଲ ଶାହଦରାରୁ ଆମ୍‌ ଆଦମୀ ପାର୍ଟି ବିଧାୟକ ଅଟନ୍ତି। ସେ ଫେବ୍ରୁଆରୀ ୨୦୧୫ରୁ ଲଗାତର ଦିଲ୍ଲୀ ବିଧାନସଭାର ବାଚସ୍ପତି ଅଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+