Get Updates
Get notified of breaking news, exclusive insights, and must-see stories!

ଆସନ୍ତାକାଲିଠୁ ଆରମ୍ଭ ହେବ ଦିଲ୍ଲୀ ବିଧାନସଭା ଅଧିବେଶନ: ଅରବିନ୍ଦର ସିଂହ ଲଭ୍‌ଲି କାମଚଳା ବାଚସ୍ପତି

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭାର ଅଧିବେଶନ ଆସନ୍ତା ସୋମବାରରୁ ଆରମ୍ଭ ହେବ। ଉପରାଜ୍ୟପାଳ ଭି.କେ ସକ୍‌ସେନା ବିଜେପିର ଅରବିନ୍ଦର ସିଂହ ଲଭ୍‌ଲିଙ୍କୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତ କରିଛନ୍ତି। ସୋମବାର ପୂର୍ବାହ୍ଣ ୧୧ଟାରେ ନିର୍ବାଚିତ ବିଧାୟକମାନଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି ।

ସେହିପରି ଅପରାହ୍ଣ ୨ଟାରେ ବିଧାନସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଉପରାଜ୍ୟପାଳ ଭି.କେ ସକ୍‌ସେନା ଫେବୃଆରୀ ୨୫ରେ ବିଧାନସଭାରେ ନିଜ ବକ୍ତବ୍ୟ ରଖିବେ। ଏହାପରେ ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପିତ ହେବ। ସେହିଦିନ ଅପରାହ୍ଣରେ ଉପରାଜ୍ୟପାଳଙ୍କ ବକ୍ତବ୍ୟ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେବାର କାର୍ଯ୍ୟସୂଚୀ ରହିଛି। ଫେବୃଆରୀ ୨୬ରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ସହ ଉପ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ।

ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ଯେ, ଆସନ୍ତାକାଲି (ସୋମବାର) ଦିଲ୍ଲୀ ସରକାରଙ୍କ ପ୍ରଥମ ଅଧିବେଶନ ଏବଂ ପ୍ରଥମ ଦିନ ହେବ, ଯେଉଁଥିରେ ସମସ୍ତ ମାନ୍ୟବର ବିଧାୟକ ଶପଥ ନେବେ। ସେ କହିଛନ୍ତି ଯେ ବିଧାନସଭାରେ ପ୍ରଥମ ଦିନରେ ବାଚସ୍ପତି ଏବଂ ଉପବାଚସ୍ପତି ନିର୍ବାଚିତ ହେବେ। ଏହା ସହିତ ଦିଲ୍ଲୀବାସୀଙ୍କ ହିତ ପାଇଁ ସମସ୍ତ କାର୍ଯ୍ୟ ଆରମ୍ଭ ହେବ।

Delhi assembly session from Feb 24

ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ଯେ, ପ୍ରଥମ ଅଧିବେଶନରେ CAG (କଣ୍ଟ୍ରୋଲର ଏବଂ ଅଡିଟର ଜେନେରାଲ) ରିପୋର୍ଟ ଉପସ୍ଥାପିତ ହେବ, ଯେଉଁଥିରେ ଦିଲ୍ଲୀ ସରକାରଙ୍କ ଆର୍ଥିକ ସ୍ଥିତିର ଏକ ହିସାବ ଉପସ୍ଥାପିତ ହେବ। ଏହା ବ୍ୟତୀତ ରେଖା ଗୁପ୍ତା ମହିଳା ମାନଙ୍କ ପାଇଁ ୨୫ଶହ ଟଙ୍କା ଦେବା ପାଇଁ ଏକ ଯୋଜନା ଘୋଷଣା କରିଛନ୍ତି। ଆମେ ମହିଳା ମାନଙ୍କ ପାଇଁ ମାସିକ ୨୫ଶହ ଟଙ୍କା ଭତ୍ତା ଦେବୁ ବୋଲି ସେ କହିଛନ୍ତି। "ଆମେ ପର୍ଯ୍ୟାୟକ୍ର ମେ ବୈଠକ କରୁଛୁ, ପୂର୍ବ ସରକାର ଆମ ପାଇଁ ଛାଡିଯାଇଥିବା ପରିସ୍ଥିତି ବିଷୟରେ ଅଧିକାରୀଙ୍କ ଠାରୁ ସ୍ଥିତି ରିପୋର୍ଟ ନେଉଛୁ ବୋଲି ସେ କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+