ଆତୀଶଙ୍କ ବିରୋଧରେ କଂଗ୍ରେସରୁ ଲଢ଼ିବେ ଅଳକା

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆପ ଠାରୁ ଆରମ୍ଭ କରି ବିଜେପି ଓ କଂଗ୍ରେସ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହିକ୍ରମରେ କଂଗ୍ରେସ ଦିଲ୍ଲୀର ଆଉ ୨୭ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିଛି। ଏହି ୨୭ ଜଣଙ୍କ ମଧ୍ୟରେ ଅଳକା ଲାମ୍ବାଙ୍କ ନାଁ ରହିଛି। ସେ ଆପ୍‌ ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି। ଗୁରୁତ୍ୱପୂର୍ଣ୍ଣ କାଲକାଜୀ ଆସନରେ ଆତିଶୀ ଓ ଅଳକାଙ୍କ ଲଢ଼େଇ ହେବ। ସେହିପରି ଜଙ୍ଗପୁରାରେ କଂଗ୍ରେସ ଫରହାଦ ସୁରୀଙ୍କୁ ଟିକେଟ ଦେଇଥିବା ବେଳେ ସୀମାପୁରୀରୁ ରାଜେଶ ଲିଲୋଥିଆ ଓ ମାଟିଆ ମହଲରୁ ଅସିମ ଅହମଦ ପ୍ରାର୍ଥୀ ହୋଇଛନ୍ତି।

CONGRESS

କୁହାଯାଉଛି ଯେ କଂଗ୍ରେସ ଦିଲ୍ଲୀରେ ନିର୍ବାଚନ ଜିତିବା ପାଇଁ ମହିଳାଙ୍କ ପାଇଁ ମାସିକ ୩ ହଜାର ଟଙ୍କା ଓ ମାଗଣା ୪୦୦ ୟୁନିଟ ଯାଏ ମାଗଣା ବିଜୁଳି ଯୋଜନା ଘୋଷଣା କରିପାରେ। ଏହାପୂର୍ବରୁ କଂଗ୍ରେସ ଦିଲ୍ଲୀର ୨୧ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ। ଏବେ ଆଉ ୨୭ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+