ଦିଲ୍ଲୀ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେପି, କେଜରିୱାଲଙ୍କ ବିରୋଧରେ ପରଭେଶ
ନୂଆଦିଲ୍ଲୀ: ବହୁ ଚର୍ଚ୍ଚା, ଆଲୋଚନା, ସମାଲୋଚନା ପରେ ଆଜି ପରିଶେଷରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି । ପ୍ରଥମ ତାଲିକାରେ ୨୯ ପ୍ରାର୍ଥୀଙ୍କ ନାଁ ଦେଇଛି ବିଜେପି । ୨୯ ଜଣିଆ ଏହି ତାଲିକାରେ ଅରବିନ୍ଦ କେଜରିୱାଲ ଏବଂ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ପ୍ରାର୍ଥୀ ଘୋଷଣା କରାଯାଇଛି ।

ପୂର୍ବତନ ଲୋକସଭା ସାଂସଦ ପ୍ରବେଶ ବର୍ମା ନୂଆଦିଲ୍ଲୀ ଆସନରୁ ଆପ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଲଢ଼ିବେ । ସେହିପରି ବିଜେପି ବରିଷ୍ଠ ନେତା ରମେଶ ବିଧୁରୀ କାଲକାଜିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମରଲେନଙ୍କ ବିରୋଧରେ ଲଢିବାକୁ ଟିକେଟ ଦେଇଛି ବିଜେପି ।












Click it and Unblock the Notifications