Delhi Assembly elections :ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ

ରାତି ପାହିଲେ ଦିଲ୍ଲୀ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଅଡୁଆରେ ପଡିଛନ୍ତି । ତାଙ୍କ ବିରୋଧରେ ବିଏନଏସ ଧାରା ୧୮୮ରେ ମାମଲା ରୁଜ୍ଜୁ ହୋଇଛି । ମଙ୍ଗଳବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀଙ୍କ ନାମରେ ଦୁଇଟି ମାମଲା ରୁଜୁ କରିଛି। ପ୍ରଥମଟି ଅତିଶୀ ଆଚରଣ ସଂହିତା ଉଲ୍ଲଂଘନ କରିଛନ୍ତି ବୋଲି ଓ ଦ୍ବିତୀୟଟି ତାଙ୍କର ଜଣେ ସମର୍ଥକ ପୁଲିସ୍‌କୁ ଆକ୍ରମଣ କରିବା ଅଭିଯୋଗରେ।

କାଲକାଜିର ଆପ ପ୍ରାର୍ଥୀ ଦିଲ୍ଲୀ ପୁଲିସ ଉପରେ ପ୍ରବଳ ବର୍ଷିଛନ୍ତି। ସେ ଦାବି କରିଛନ୍ତି ଯେ ସେ ତାଙ୍କ ପ୍ରତିନ୍ଦ୍ବନ୍ଦୀ ରମେଶ ବିଧୁରୀଙ୍କ ବିରୋଧରେ ଆଦର୍ଶ ଆଚରଣ ସଂହିତା ଅଭିଯୋଗ ଆଣିବା ପରେ ଏପରି ଦଣ୍ଡ ଦିଆଯାଉଛି। ବିଧୁରୀଙ୍କ ପ୍ରତି ଆଖି ବନ୍ଦ କରି ସମ୍ବେଦନଶୀଳ ହେବା ଅଭିଯୋଗ ଆଣି ସେ ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଏବଂ ଦିଲ୍ଲୀ ପୁଲିସ ଉଭୟଙ୍କୁ ନିନ୍ଦା କରିଛନ୍ତି। ଅତିଶୀ ଏକ ଏକ୍ସ ପୋଷ୍ଟ୍‌ ଜରିଆରେ କହିଛନ୍ତି, ମାମଲା ରୁଜ୍ଜୁ ହେବାକୁ ନେଇ ନିର୍ବାଚନ କମିଶନରଙ୍କୁ ଟାର୍ଗେଟ କରିଛନ୍ତି ଆତିଶୀ ।

CM Atishi

ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ନିର୍ବାଚନ ଆୟୋଗ ବି ବଡ ଗଜବ! ରମେଶ ବିଧୁଡୀଙ୍କ ପରିବାର ସଦସ୍ୟ ଖୋଲାଖୋଲି ନିର୍ବାଚନ ଆଚରଣ ସଂହିତା ଉଲ୍ଲଘଂନ କରୁଛନ୍ତି । ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ମୁଁ ଅଭିଯୋଗ ପାଇଁ ପୋଲିସକୁ ଡାକିଥିଲି । ଏହାକୁ ନେଇ ମୋ ଉପରେ ମାମଲା ଦାୟର ହୋଇଛି । ରାଜୀବ କୁମାର ଜୀ ଆପଣ ନିର୍ବାଚନ ପ୍ରକ୍ରିୟାର କେତେ ଅପମାନ କରିବେ ।'

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+