ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ; ଭୋଟଦାନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା

ଆଜି ପଡିବ ଭୋଟ। ଆସନ୍ତା ଫେବ୍ରୁଆରି ୮ତାରିଖରେ ଫଳାଫଳ ପ୍ରକାଶ ପାଇବ। ଦିଲ୍ଲୀର ୧.୫୬ କୋଟି ଭୋଟର ସେମାନଙ୍କ ମତାଧିକାର ଆଜି ସାବ୍ୟସ୍ତ କରିବେ। ଦିଲ୍ଲୀରେ ମତଦାନ ପାଇଁ ୧୩ହଜାର ୭୬୬ ପୋଲିଂ ବୁଥ୍ ପ୍ରସ୍ତୁତ କରାଯାଇଛି।

Delhi assembly election today

ବିଧାନସଭା ନିର୍ବାଚନ ପାଇଁ ପଡ଼ିବ ଭୋଟ୍‌। ସ୍ବଛ ଓ ଅବାଧ ନିର୍ବାଚନ ଅନୁଷ୍ଠିତ ନେଇ ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ହୋଇଛି ସ୍ବତନ୍ତ୍ର ପ୍ରସ୍ତୁତି। କିପରି ବହୁ ସଂଖ୍ୟାରେ ଭୋଟର ଗଣତନ୍ତ୍ରର ମହାପର୍ବରେ ସାମିଲ ହେବେ। ଉତ୍ସାହର ସହ ମତାଧିକାର ସାବ୍ୟସ୍ତ କରିବେ ତାହା ଉପରେ ଗୁରୁତ୍ବ ଦେଇଛନ୍ତି ନିର୍ବାଚନ କମିଶନ। ଏଥିପାଇଁ ଦିଲ୍ଲୀର ସମସ୍ତ ସରକାରୀ ଓ ବେସରକାରୀ କାର୍ୟ୍ୟାଳୟ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ତେବେ ଏହି ସମୟରେ ଦିଲ୍ଲୀ ମେଟ୍ରୋ ଓ ବସ ସେବା ଭଳି ଅତ୍ୟାବଶକରୟ ସେବାଗୁଡ଼ିକ ଜାରି ରହିବ।

ଏଥର ବିଧାନସଭା ନିର୍ବାଚନ ଜିତି ହାଟ୍ରିକ ବିଜୟ ଆଶାରେ ଅଛି ଆପ୍। ଗତ ଦୁଇ ଦିଲ୍ଲୀ ଲୋକସଭା ନିର୍ବାଚନ ୭ରୁ ୭ ଆସନ ଜିତୁଥିବା ବିଜେପି ଏଥର ବିଧାନସଭା ନିର୍ବାଚନରେ ଐତିହାସିକ ସଫଳତା ପାଇବାକୁ ଚେଷ୍ଟା ଚଳାଇଛି। ସେପଟେ ଗତ ୨୦୧୫, ୨୦୨୦ରେ ଗୋଟିଏ ଆସନରେ ଜିତିନଥିବା କଂଗ୍ରେସ ଏଥର ବଡ଼ ଚ୍ୟାଲେଞ୍ଜ ହାଟ୍ରିକ ଶୁନକୁ ପ୍ରତିହତ କରିବା।
୨୦୧୩ରେ ବିଜେପି ୩୨, ଆପ ୨୮, କଂଗ୍ରେସ ୮ ଟି ଜିତିଥିଲା
୨୦୧୫ରେ ଆପ୍ ୬୭, ବିଜେପି ୩ ଟି ବିଜୟୀ ହୋଇଥିଲା
୨୦୨୦ରେ ଆପ୍ ୬୨, ବିଜେପି ୮ ଆସନ ଜିତିଥିଲା
କିନ୍ତୁ ୨୦୧୯, ୨୦୨୪ ଲୋକସଭାରେ ବିଜେପି ୭ରୁ ୭ ଆସନ ଜିତିଛି
ବିଧାନସଭା ନିର୍ବାଚନରେ ବଜେପିର ଭୋଟ ପ୍ରତିଶତ ବଢିଥିଲେ ମଧ୍ୟ ଆସନ ସଂଖ୍ୟା ବଢିନି
ଏଥର ଲୋକସଭା ଭୋଟ ବିଧାନସଭାରେ ପରିବର୍ତ୍ତନ ଆଶା ରଖିଛନ୍ତି ବିଜେପିର ନେତୃବୃନ୍ଦ।

ଏଥର ନିର୍ବାଚନରେ ଦିଲ୍ଲୀ ମଦ ଦୁର୍ନୀତି ମାମଲା ଆପ ପାଇଁ ମହଙ୍ଗା ହୋଇପାରେ । ଏହି ଦୁର୍ନୀତିରେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ, ମନୀଷ ସିସୋଦିଆ, ସଞ୍ଜୟ ସିଂ ଗିରଫ ହୋଇଥିଲେ। ଏହାଛଡା ନିର୍ବାଚନ ପୂର୍ବରୁ ୮ ଜଣ ଆପ୍ ବିଧାୟକ ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି। ସେପଟେ କଂଗ୍ରେସ ମଧ୍ୟ ଏଥର ଆପ ପାଇଁ କଣ୍ଟା ସାଜିଛି। କିନ୍ତୁ ୮ରୁ ମ୍ୟାଜିକ ନମ୍ବର ୩୬ ଛୁଇଁବା ବିଜେପି ପାଇଁ ଏତେ ସହଜ ହୋଇନପାରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+