ଆଜି ପ୍ରକାଶ ପାଇବ ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ
Delhi Assembly Election: ଆଜି ପ୍ରକାଶ ପାଇବ ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ । ଗତ ୫ ତାରିଖ ବୁଧବାର ଦିନ ଦିଲ୍ଲୀର ମୋଟ୍ ୭୦ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ହୋଇଥିଲା। ଚଳିତ ବର୍ଷ ମୋଟ୍ ୬୯୯ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ, ଯେଉଁଥିରେ ୬୦୨ ପୁରୁଷ ପ୍ରାର୍ଥୀ, ୯୬ ମହିଳା ପ୍ରାର୍ଥୀ ଏବଂ ଜଣେ ଅନ୍ୟାନ୍ୟ ପ୍ରାର୍ଥୀ ଥିଲେ । ୨୦୨୫ ନିର୍ବାଚନରେ ପ୍ରାର୍ଥୀଙ୍କ ସଂଖ୍ୟା ୩୧ ବୃଦ୍ଧି ହୋଇ ୬୯୯ରେ ପହଞ୍ଚିଛି । ସକାଳ 8ଟାରୁ ଭୋଟ ଗଣତି ଆରମ୍ଭ ହେବ ।
ନୂଆଦିଲ୍ଲୀ, କାଲକାଜୀ, ଜଙ୍ଗପୁରା, ପାଟପରଗଞ୍ଜ, ବାଦଲି, ଓଖଲା, ମୁସ୍ତାଫାବାଦ, କରାୱାଲ ନଗର ଏବଂ ଗ୍ରେଟର କୈଳାସ ଆସନ ଉପରେ ରହିଛି ସମସ୍ତଙ୍କ ନଜର। ନୂଆଦିଲ୍ଲୀରେ, ଅରବିନ୍ଦ କେଜରିୱାଲ ବିଜେପିର ପ୍ରବେଶ ବର୍ମା ଏବଂ କଂଗ୍ରେସର ସନ୍ଦୀପ ଦୀକ୍ଷିତଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। କାଲକାଜୀ ଆସନରୁ ଆତିଶୀଙ୍କ ମୁକାବିଲା ବିଜେପିର ରମେଶ ବିଧୁରୀ ଏବଂ କଂଗ୍ରେସର ଅଳକା ଲାମ୍ବାଙ୍କ ସହିତ ହେଉଛି। ଏହା ବ୍ୟତୀତ ଜଙ୍ଗପୁରାରେ ମନୀଷ ସିସୋଦିଆ କଂଗ୍ରେସର ଫରହାଦ ସୁରୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଛି ।

ଦିଲ୍ଲୀରେ କେତେ ମତଦାନ ହୋଇଛି
ଏଥର ଦିଲ୍ଲୀରେ ମୋଟ 60.5 ପ୍ରତିଶତ ମତଦାନ ହୋଇଛି। ପୂର୍ବରୁ, ୨୦୨୦ ବିଧାନସଭା ନିର୍ବାଚନରେ ୬୨.୮୨ ପ୍ରତିଶତ ମତଦାନ ହୋଇଥିଲା। ଆପ ବିପୁଳ ବହୁମତ ସହିତ ସରକାର ଗଠନ କରିଥିଲା। ଏହା ୭୦ଟି ଆସନରୁ ୬୨ଟି ଜିତିଥିଲା ଯେତେବେଳେ ବିଜେପି ମାତ୍ର ୧୦ଟି ଆସନ ଜିତିବା ପାଇଁ ସଫଳ ହୋଇଥିଲା । ଅନ୍ୟପକ୍ଷରେ କଂଗ୍ରେସ ଖାତାରେ ଗୋଟେବି ଆସନ ପଡି ନଥିଲା । ୨୦୧୫ ନିର୍ବାଚନରେ ଆମ ଆଦମୀ ପାର୍ଟି ୭୦ଟି ଆସନରୁ ୬୭ଟି ଜିତି ସରକାର ଗଠନ କରିଥିଲା।












Click it and Unblock the Notifications