ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ସ୍ପଷ୍ଟ: ୨୭ ବର୍ଷ ପରେ ବିଜେପିର ସରକାର
ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ସ୍ପଷ୍ଟ ହୋଇଛି । ୨୭ ବର୍ଷ ପରେ ବିଜେପିର ସରକାର । ବହୁମତଠାରୁ ବିଜେପି ବହୁ ଆଗରେ । ବିଜେପି ଏକତରଫା ବିଜୟ ମୁହାଁ ହୋଇଛି । ବିଜେପିର ଯାଦୁ କାମ କରିଛି ।ହଟ୍ ସିଟ୍ରେ ଆପ୍ର ସ୍ଥିତି ଖରାପ ରହିଛି ।
ବିଜେପି ୪୯ ଆସନରେ ଆଗୁଆ ରହିଥିବାବେଳେ ଆପ୍ ୨୧ ଆସନରେ ଆଗୁଆ ରହିଛି। ଫଳରେ ଦିଲ୍ଲୀ ସିଂହାସନରେ ବିଜେପି ବସିବା ନିଶ୍ଚିତ ହୋଇଛି।

ସୂଚନାଯୋଗ୍ୟ, ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ସରକାର ଗଠନ ପାଇଁ କୁହୁକ ସଂଖ୍ୟା ୩୬ ରହିଛି। ଏହି କୁହୁକ ସଂଖ୍ୟାଠାରୁ ଅଧିକ ଆସନ ବିଜେପି ଦଖଲ କରିବାକୁ ସକ୍ଷମ ହୋଇଛି। ଫଳରେ ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀ ଦରବାରରେ ବିଜେପି ପ୍ରବେଶ କରିଛି।
ଶେଷ ଥର ପାଇଁ, ୧୯୯୮ ମସିହାରେ, ସୁଷମା ସ୍ୱରାଜ ବିଜେପିର ମୁଖ୍ୟମନ୍ତ୍ରୀ ଥିଲେ, କିନ୍ତୁ ସେ କେବଳ ୫୨ ଦିନ ପାଇଁ ଏହି ପଦବୀରେ ରହିଥିଲେ।
ନୂଆଦିଲ୍ଲୀ ଆସନରେ ବିଜେପି ପ୍ରାର୍ଥୀ ପ୍ରବେଶ ବର୍ମାଙ୍କଠାରୁ ଅରବିନ୍ଦ କେଜରିୱାଲ ପରାଜିତ ହୋଇଛନ୍ତି। ସେହିପରି ଜଙ୍ଗପୁରା ଆସନରୁ ମନୀଷ ସିସୋଦିଆ ୬୭୫ ଭୋଟରେ ପରାସ୍ତ ହୋଇଛନ୍ତି। ବିଜେପିର ତରବିନ୍ଦର ସିଂହ ଏଠାରୁ ବିଜୟ ହାସଲ କରିଛନ୍ତି।
ତେବେ ଦିଲ୍ଲୀର କାଲକାଜୀ ଆସନରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ଜିତିଛନ୍ତି। ବିଜେପିର ରମେଶ ବିଧୁରୀଙ୍କୁ ଏହି ଆସନରୁ ପରାଜିତ ହୋଇଛନ୍ତି। ଅନ୍ୟପକ୍ଷରେ, କସ୍ତୁରବା ନଗରରୁ ବିଜେପିର ନୀରଜ ବାସୋୟା ବିଜୟୀ ହୋଇଛନ୍ତି।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
ପୁଣି ଖସିଲା ସୁନା-ରୂପା ରେଟ୍ -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
ନିର୍ବାଚନକୁ ନେଇ ମୁହଁ ଖୋଲିଲେ ନବୀନ: କହିଲେ ଭାଜପା..... -
ଇରାନ ଉପରେ ଟ୍ରମ୍ପଙ୍କ ବଡ଼ ଦାବି, କହିଦେଲେ କିଛି ଏମିତି....... -
୧ ଏପ୍ରିଲରୁ ଆୟକର ନିୟମରେ ହେବ ବଡ଼ ପରିବର୍ତ୍ତନ, ଆୟକର ବିଭାଗ ଆପଣଙ୍କର ସୋସିଆଲ ମିଡିଆ..... -
ଶୁଭମନ ଗିଲ୍ ସର୍ବଶ୍ରେଷ୍ଠ ଅନ୍ତରାଷ୍ଟ୍ରୀୟ କ୍ରିକେଟର -
ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୨ ମୃତ -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
ଏଥର ପ୍ରଚଣ୍ଡ ହେବ ଗୁଷ୍ମ ପ୍ରବାହ, ୪୦ ଛୁଇଁବ ପାରଦ -
ଗହଣା କିଣିବା ପୂର୍ବରୁ ପକାନ୍ତୁ ନଜର, ଜାଣିରଖନ୍ତୁ ଆଜିର ଦାମ୍












Click it and Unblock the Notifications