ଆପ୍ ଜାରିକଲା ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ବଦଳିଲା ସିସୋଦିଆଙ୍କ ଆସନ, ଅୱଧ ଓଝା ଲଢ଼ିବେ ଏହି ଆସନରୁ

Delhi Assembly Election: ଦିଲ୍ଲୀର ଶାସକ ଆମ୍ ଆଦମୀ ପାର୍ଟି (ଆପ୍ ) ତାହାର ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ଘୋଷଣା କରିଛି । ଫେବୃଆରୀରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇପାରେ, ଏହା ପୂର୍ବରୁ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଆପ୍ ପ୍ରସ୍ତୁତି ଜୋରଦାର କରିଛି। ଆଉ ଏଥିଲାଗି ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ୨୦ ଜଣ ପ୍ରାର୍ଥୀ ନାମ ଘୋଷଣା କରିଛି ଦଳ ।

ଆପର ଏହି ତାଲିକାରେ ମନୀଷ ସିସୋଦିଆଙ୍କ ଆସନ ପରିବର୍ତ୍ତନ କରାଯାଇଛି । ତାଙ୍କୁ ପାଟପରଗଞ୍ଜ ବଦଳରେ ଜଙ୍ଗପୁରା ଆସନରୁ ଟିକେଟ ଦିଆଯାଇଛି। ଏହା ବ୍ୟତୀତ ରାଖୀ ବିର୍ଲାନଙ୍କ ଆସନ ମଧ୍ୟ ପରିବର୍ତ୍ତନ କରାଯାଇଛି। ନିକଟରେ ଆପ ରେ ଯୋଗ ଦେଇଥିବା ଶିକ୍ଷକ ଅୱଧ ଓଝାଙ୍କୁ ପୂର୍ବ ଦିଲ୍ଲୀର ପାତପରଗଞ୍ଜରୁ ଟିକେଟ ଦେଇଛି ।

ଦ୍ୱିତୀୟ ତାଲିକାରେ, ନିକଟରେ ଆପ୍ ରେ ଯୋଗ ଦେଇଥିବା ଅନେକ ଚେହେରାକୁ ମଧ୍ୟ ଦଳ ପ୍ରାର୍ଥୀ କରିଛି । ଏଥିରେ ଜିତେନ୍ଦ୍ର ସିଂ ଶାନ୍ତିଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ନଭେମ୍ବରରେ ଆପ୍ ପ୍ରଥମ ତାଲିକା ପ୍ରକାଶ କରିଥିଲା ଯେଉଁଥିରେ ୧୧ ଜଣ ପ୍ରାର୍ଥୀଙ୍କୁ ସୁଯୋଗ ଦିଆଯାଇଥିଲା । ଏଥିମଧ୍ୟରୁ ୬ ଜଣ ଏଭଳି ନେତା ଯିଏକି ନିକଟରେ କଂଗ୍ରେସ କିମ୍ବା ବିଜେପି ଛାଡି କେଜ୍ରିୱାଲଙ୍କ ଦଳରେ ଯୋଗ ଦେଇଥିଲେ ।

aap

ଅନ୍ୟପଟେ ଆମ୍ ଆଦମୀ ପାର୍ଟି (ଆପ୍‌) ମୁଖ୍ୟ ଅରବିନ୍ଦ କେଜ୍ରି୍ୱାଲ ଆଜି କଂଗ୍ରେସ ତଥା ଇଣ୍ଡି ମେଣ୍ଟକୁ ବଡ଼ ଝଟ୍‌କା ଦେଇଛନ୍ତି। ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦଳ ଏକାକୀ ଲଢ଼ିବ ବୋଲି କେଜ୍ରିୱାଲ ଘୋଷଣା କରିବା ସହ ଦିଲ୍ଲୀରେ ମେଣ୍ଟ ହେବନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଆସନ୍ତା ବର୍ଷ ଆରମ୍ଭରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଜାତୀୟ ରାଜଧାନୀରେ ରାଜନୀତି ସରଗରମ ହେଉଥିବା ବେଳେ କେଜ୍ରିୱାଲ ଏହି ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ଅନେକ ହାଇପ୍ରୋଫାଇଲ ଦଳବଦଳ ହୋଇସାରିଛି ଏବଂ ଅନେକ କଂଗ୍ରେସ ଓ ବିଜେପି ନେତା ଆପ୍‌ରେ ସାମିଲ ହୋଇଛନ୍ତି। ଦିଲ୍ଲୀରେ କଂଗ୍ରେସ, ସମାଜବାଦୀ ପାର୍ଟି ଓ ଅନ୍ୟ ଇଣ୍ଡି ମେଣ୍ଟ ସହଯୋଗୀମାନେ ଆପ୍ ସହ ମେଣ୍ଟ କରି ନିର୍ବାଚନ ଲଢ଼ିବାକୁ ଯୋଜନା କରୁଥିବା ବେଳେ କେଜ୍ରୱାଲଙ୍କ ଏକପାଖିଆ ଘୋଷଣା ଚର୍ଚ୍ଚାର ବିଷୟ ହୋଇଛି।

ଏକ ସାମ୍ବାଦିକ ସମ୍ମିଳନୀରେ ଏକ ପ୍ରଶ୍ନର ଉତ୍ତରରେ କେଜ୍ରିୱାଲ କହିଛନ୍ତି, ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆପ୍ କାହା ସହ କୌଣସି ମେଣ୍ଟ କରିବ ନାହିଁ। କେଜ୍ରିୱାଲଙ୍କ ଏହି ଘୋଷଣା ଇଣ୍ଡି ମେଣ୍ଟରେ ବିଭାଜନର ସଙ୍କେତ ଦେଉଥିବା ବେଳେ ବିଜେପିକୁ ଏହା ସୁହାଇବ ବୋଲି କୁହାଯାଉଛି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+