Delhi election live updates: ସନ୍ଧ୍ୟା ୫ଟା ସୁଦ୍ଧା ଦିଲ୍ଲୀରେ ​​୫୭.୭୮ ପ୍ରତିଶତ ମତଦାନ

ନୂଆଦିଲ୍ଲୀ : ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ । ଏଥର ବିଜେପି ଓ ଆପ୍ ମଧ୍ୟରେ କଡ଼ା ଟକ୍କର ହେବ ବୋଲି କୁହାଯାଉଛି। ପୂର୍ବରୁ ୨ଥର ବିଜୟ ଲାଭ କରିଥିବା ଆମ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ କଡା ଟକ୍କର ପରିଲକ୍ଷିତ ହେଉଥିବା ବେଳେ ଆସନ୍ତାକଲି ଭାଗ୍ୟ ନିର୍ଧାରଣ କରିବେ ଜନତା ଜନାର୍ଦନ। ତେବେ ଦିଲ୍ଲୀ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ କରିବା ପାଇଁ ୧୫୦ ପାରାମିଲିଟ୍ରି ଫୋର୍ସ ଏବଂ ୩୦ ହଜାରରୁ ଅଧିକ ପୋଲିସ କର୍ମୀଙ୍କୁ ମୁତୟନ କରାଯାଇଛି ।

ପାଖାପାଖି ୩ହଜାର ମତଦାନ କେନ୍ଦ୍ରକୁ ସମ୍ୱେଦନଶୀଳ କେନ୍ଦ୍ରଭାବେ ତାଲିକାଭୂକ୍ତ କରାଯାଇଛି । ଏହି ସମ୍ୱେଦନଶୀଳ ମତଦାନକେନ୍ଦ୍ର ଗୁଡିକରେ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ ପାଇଁ ବ୍ୟବସ୍ଥା କରାଯାଇଛି । ସବୁଠୁ ବଡ କଥା ହେଉଛି ମତଦାନକେନ୍ଦ୍ର ଉପରେ ଡ୍ରୋନ୍ ସାହାଯ୍ୟରେ ବି ନଜର ରଖାଯିବାର ବ୍ୟବସ୍ଥା କରାଯାଇଛି । ଡ୍ରୋନ୍ ସର୍ଭିଲାନ୍ସରେ ରହିବ ସମ୍ୱେଦନଶୀଳ ବୁଥ୍ ।

delhi assembly election

ନିର୍ବାଚନ ଦିନରେ ସର୍ବନିମ୍ନ ୪୨୦୦୦ ପୋଲିସ ନିୟୋଜିତ ହେବା ସହିତ ସେଣ୍ଟ୍ରାଲ ଆର୍ମଡ଼ ଫୋର୍ସର ୧୫୦ କମ୍ପାନୀ, ଆର୍ମଡ଼ ଫୋର୍ସରୁ ୭୦ କମ୍ପାନୀ ଓ ବିଭିନ୍ନ ରାଜ୍ୟରୁ ପାଖାପାଖି ୧୦ କମ୍ପାନୀ ସୁରକ୍ଷା କର୍ମୀ ଦିଲ୍ଲୀରେ ସୁରକ୍ଷିତ ଓ ନିର୍ଦ୍ୱନ୍ଦରେ ନିର୍ବାଚନ ପ୍ରକ୍ରିୟାର ପରିଚାଳନା ପାଇଁ ମୁତୟନ ହୋଇଛନ୍ତି।

Feb 05, 2025, 6:01 pm IST

କେଉଁଠାରେ ମତଦାନ ସବୁଠାରୁ କମ୍ ହୋଇଛି

ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ସନ୍ଧ୍ୟା ୫ଟା ସୁଦ୍ଧା ଦିଲ୍ଲୀରେ ୫୭.୭୦ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ଏଠାରେ, ଉତ୍ତର ପୂର୍ବ ଦିଲ୍ଲୀର ମୁସ୍ତାଫାବାଦ ଆସନରେ ସର୍ବାଧିକ ଭୋଟିଂ ହୋଇଛି ଦକ୍ଷିଣ ଦିଲ୍ଲୀର କାଲକାଜି ଆସନରେ ସର୍ବନିମ୍ନ ୫୧.୮୧ ପ୍ରତିଶତ ମତଦାନ ହୋଇଛି ।
Feb 05, 2025, 5:50 pm IST

ସନ୍ଧ୍ୟା ୫ଟା ସୁଦ୍ଧା ଦିଲ୍ଲୀରେ ​​୫୭.୭୮ ପ୍ରତିଶତ ମତଦାନ

ସନ୍ଧ୍ୟା ୫ଟା ସୁଦ୍ଧା ଦିଲ୍ଲୀରେ ​​୫୭.୭୮ ପ୍ରତିଶତ ମତଦାନ ହୋଇଛି ।
Feb 05, 2025, 5:33 pm IST

ଭଲ ସ୍କୁଲ ଏବଂ ହସ୍ପିଟାଲ ପାଇଁ ଭୋଟ ଦିଅନ୍ତୁ...

ଭଲ ସ୍କୁଲ ଏବଂ ହସ୍ପିଟାଲ ପାଇଁ ଭୋଟ ଦିଅନ୍ତୁ - ଆମ ଆଦମୀ ପାର୍ଟି ନେତା ସନ୍ଦୀପ ପାଠକ ଦିଲ୍ଲୀର ଲୋକମାନଙ୍କୁ ଯଥାସମ୍ଭବ ଭୋଟ ଦେବାକୁ ଅପିଲ କରିଛନ୍ତି। ସେ କହିଛନ୍ତି, ମୁଁ ଦିଲ୍ଲୀବାସୀଙ୍କୁ ଗଣତନ୍ତ୍ରକୁ ବଞ୍ଚାଇବାକୁ ଅନୁରୋଧ କରୁଛି।
Feb 05, 2025, 5:07 pm IST

ଦିଲ୍ଲୀରେ ଅପରାହ୍ନ ୩ଟା ସୁଦ୍ଧା ୪୬.୫୫% ମତଦାନ

ଦିଲ୍ଲୀରେ ଅପରାହ୍ନ ୩ଟା ସୁଦ୍ଧା ୪୬.୫୫% ମତଦାନ
Feb 05, 2025, 4:40 pm IST

ସୀଲମପୁର ଆସନରେ ବିଜେପି କର୍ମୀଙ୍କ ହଙ୍ଗାମା

ଦିଲ୍ଲୀର ସୀଲମପୁର ବିଧାନସଭା ଆସନରେ ବିଜେପି କର୍ମୀମାନେ ହଙ୍ଗାମା କରିଛନ୍ତି । ସେମାନେ କଥିତ ନକଲି ଭୋଟିଂ ବିରୋଧରେ ପ୍ରତିବାଦ କରିଥିଲେ।
Feb 05, 2025, 3:53 pm IST

ଅପରାହ୍ନ ୩ ସୁଦ୍ଧା ଦିଲ୍ଲୀରେ ୪୬.୫୫ ପ୍ରତିଶତ ମତଦାନ

ଭାରତୀୟ ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ଦିଲ୍ଲୀରେ ଅପରାହ୍ନ 3ଟା ପର୍ଯ୍ୟନ୍ତ 46.55% ମତଦାନ ହୋଇଛି।
Feb 05, 2025, 3:39 pm IST

ଦୃଷ୍ଟିହୀନ ଯୁବକ ଯୁବତୀମାନେ ପ୍ରଥମ ଥର ପାଇଁ ଭୋଟ ଦେଇଥିଲେ।

ଦୃଷ୍ଟିହୀନ ଯୁବକ ଯୁବତୀମାନେ ପ୍ରଥମ ଥର ପାଇଁ ଭୋଟ ଦେଇଥିଲେ।
Feb 05, 2025, 3:30 pm IST

ଦିଲ୍ଲୀରେ ବିଜେପିର ଡବଲ ଇଞ୍ଜିନ୍ ସରକାର ଗଠନ ହେବ

କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କହିଛନ୍ତି, "...ଆମେ ହରିୟାଣା ଏବଂ ମହାରାଷ୍ଟ୍ରରେ ସରକାର ଗଠନ କରିଛୁ। ଆମେ ଦିଲ୍ଲୀରେ ମଧ୍ୟ ପୂର୍ଣ୍ଣ ବହୁମତ ସହିତ ସରକାର ଗଠନ କରିବୁ। ଦିଲ୍ଲୀରେ ବିଜେପିର ଡବଲ ଇଞ୍ଜିନ୍ ସରକାର ଗଠନ ହେବ ଏବଂ AAP କ୍ଷମତାରୁ ବାହାର ହୋଇଯିବ..."
Feb 05, 2025, 3:16 pm IST

ଦଳୀୟ ବୁଥରେ ବିଜେପି ସାଂସଦ

ତିମାରପୁର ବିଧାନସଭା ନିର୍ବାଚନମଣ୍ଡଳୀର ଦଳୀୟ ବୁଥରେ ବିଜେପି ସାଂସଦ ମନୋଜ ତିୱାରୀ
Feb 05, 2025, 3:00 pm IST

ଦିଲ୍ଲୀରେି ଜିତିବ ବିଜେପ - କେନ୍ଦ୍ର ମନ୍ତ୍ରୀ

କେନ୍ଦ୍ର ମନ୍ତ୍ରୀ ରାମଦାସ ଆଠୱାଲେ କହିଛନ୍ତି, "ଦିଲ୍ଲୀରେ ମତଦାନ ଚାଲିଛି। ଭୋଟ୍ ହାର ଆହୁରି ବୃଦ୍ଧି ପାଇବ। ଲୋକମାନେ ଆପ୍ ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ। ସେମାନେ ଲୋକଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି, ତେଣୁ ଆପ୍ କୁ ହଟାଇବାକୁ ପଡିବ ଏବଂ ବିଜେପି କ୍ଷମତାକୁ ଆସିବା ଉଚିତ୍‌। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଦେଶ ଆଗକୁ ବଢ଼ୁଛି। ଆମେ ନିଶ୍ଚିତ ଯେ ଦିଲ୍ଲୀରେ ବିଜେପି ଜିତିବ ବୋଲି କେନ୍ଦ୍ର ମନ୍ତ୍ରୀ ଦୃଢ଼ୋକ୍ତି ବାଢ଼ିଛନ୍ତି ।
Feb 05, 2025, 2:42 pm IST

ସୈନିକ ବିହାରରେ ହୋଇଥିବା ଅଭିଯୋଗ ଉପରେ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟର ବିବୃତ୍ତି ଆସିଛି।

ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ଉତ୍ତର ଦିଲ୍ଲୀ ଟ୍ୱିଟ୍ କରି କହିଛି, "ସୈନିକ ବିହାରରେ ଜଣେ ପୋଲିସ କର୍ମଚାରୀ ଜଣେ ଭୋଟରଙ୍କୁ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ସପକ୍ଷରେ ଭୋଟ ଦେବାକୁ ବାଧ୍ୟ କରୁଥିବା ଅଭିଯୋଗ ପାଇବା ପରେ, ଫ୍ଲାଇଂ ସ୍କ୍ୱାଡ୍ (FST)କୁ ତୁରନ୍ତ ସେହି ସ୍ଥାନକୁ ପଠାଯାଇଥିଲା। ସେଠାରେ ଉପସ୍ଥିତ ରାଜନୈତିକ ଦଳର ଏଜେଣ୍ଟମାନେ ନିଶ୍ଚିତ କରିଛନ୍ତି ଯେ ସମସ୍ତ ଭୋଟର ମତଦାନ କେନ୍ଦ୍ରରେ ନିଜେ ଭୋଟ ଦେଉଛନ୍ତି ଏବଂ ଏହି ଭିଡିଓଟି ସମ୍ପୂର୍ଣ୍ଣ ମିଥ୍ୟା..."
Feb 05, 2025, 2:29 pm IST

ଆମେ ନିଶ୍ଚିତ ଯେ ଦିଲ୍ଲୀରେ ବିଜେପି ଜିତିବ...

କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ କହିଛନ୍ତି, "ଦିଲ୍ଲୀରେ ମତଦାନ ଚାଲିଛି। ପ୍ରତିଶତ ଆହୁରି ବୃଦ୍ଧି ପାଇବ। ଲୋକମାନେ ଆପ ଏବଂ ଅରବିନ୍ଦ କେଜରିୱାଲଙ୍କ ବିରୁଦ୍ଧରେ ଅଛନ୍ତି। ସେମାନେ ଲୋକଙ୍କୁ ଠକିଛନ୍ତି, ଏବଂ ସେଥିପାଇଁ ଆପକୁ ହଟାଇ ବିଜେପିକୁ କ୍ଷମତାକୁ ଆସିବା ଉଚିତ... ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶ ପ୍ରଗତି କରୁଛି। ଆମେ ନିଶ୍ଚିତ ଯେ ଦିଲ୍ଲୀରେ ବିଜେପି ଜିତିବ...
Feb 05, 2025, 2:07 pm IST

ସୀଲମପୁରରେ ସର୍ବାଧିକ ଏବଂ ଚାନ୍ଦନୀ ଚୌକରେ ସର୍ବନିମ୍ନ ଭୋଟଦାନ

ଦିଲ୍ଲୀରେ ଏପର୍ଯ୍ୟନ୍ତ 33.31% ମତଦାନ, ସୀଲମପୁରରେ ସର୍ବାଧିକ ଏବଂ ଚାନ୍ଦନୀ ଚୌକରେ ସର୍ବନିମ୍ନ ମତଦାନ
Feb 05, 2025, 2:06 pm IST

ଦିନ ୧ ସୁଦ୍ଧା ୩୩. ୩୧ ମତଦାନ

ଦିଲ୍ଲୀ ନିର୍ବାଚନ 2025 ଅନ୍ତର୍ଗତ ଚାଲିଥିବା ମତଦାନରେ, ଅପରାହ୍ନ ୧ ଟାଏ ପର୍ଯ୍ୟନ୍ତ 33.31% ମତଦାନ ରେକର୍ଡ କରାଯାଇଛି। ସୀଲମପୁରରେ ସର୍ବାଧିକ ଭୋଟଦାନ ପ୍ରତିଶତ ରେକର୍ଡ କରାଯାଇଥିବା ବେଳେ ଚାନ୍ଦନୀ ଚୌକରେ ସର୍ବନିମ୍ନ ଭୋଟଦାନ ପ୍ରତିଶତ ରେକର୍ଡ କରାଯାଇଛି।
Feb 05, 2025, 2:00 pm IST

ଦିଲ୍ଲୀରେ ୧ଟା ସୁଦ୍ଧା 33.31% ଭୋଟ୍,

ଦିଲ୍ଲୀରେ ଏପର୍ଯ୍ୟନ୍ତ 33.31% ଭୋଟ୍, ସେଲାମପୁରରେ ସର୍ବାଧିକ ଏବଂ ଚାନ୍ଦନୀ ଚକ୍ରେ ସର୍ବନିମ୍ନ
Feb 05, 2025, 1:52 pm IST

ଦିନ ୧ଟା ସୁଦ୍ଧା ଦିଲ୍ଲୀରେ ୩୩.୩୧% ଭୋଟ୍ ଗ୍ରହଣ

ଦିନ ୧ଟା ସୁଦ୍ଧା ସିଲାମପୁରରେ ଭୋଟ୍ ସର୍ବାଧିକ ଏବଂ ଚାନ୍ଦନୀ ଚୌକ୍ ଦିଲ୍ଲୀ ନିର୍ବାଚନରେ ସର୍ବନିମ୍ନ ଭୋଟ ଗ୍ରହଣ ହୋଇଛି
Feb 05, 2025, 1:47 pm IST

ଭୋଟ ଦେଲେ ପୂର୍ବତନ ସିଜେଆଇ ଡିୱାଇ ଚନ୍ଦ୍ରଚୂଡ

ପୂର୍ବତନ ସିଜେଆଇ ଡିୱାଇ ଚନ୍ଦ୍ରଚୂଡ ସିଂହ ବିଦ୍ୟା ସିନିୟର ମାଧ୍ୟମିକ ବିଦ୍ୟାଳୟର ୨୯ ଏବଂ ୪୮ ମତଦାନ ବୁଥରେ ଭୋଟ୍ ଦେଇଛନ୍ତି।
Feb 05, 2025, 1:29 pm IST

ଦୁର୍ନୀତିଗ୍ରସ୍ତ ସରକାର ବିରୋଧରେ ଲୋକମାନେ ମତଦାନ କରୁଛନ୍ତି:ବିରେନ୍ଦ୍ର ସଚ୍ଚେଦେବ

ଦିଲ୍ଲୀ ବିଜେପି ସଭାପତି ବିରେନ୍ଦ୍ର ସଚ୍ଚେଦବା କହିଛନ୍ତି, "ଦିଲ୍ଲୀରେ ପରିବର୍ତ୍ତନର ଲହରୀ ଖେଳିଯାଇଛି। ଲୋକମାନେ ଦୁର୍ନୀତିଗ୍ରସ୍ତ ସରକାର ବିରୋଧରେ ଭୋଟ୍ ଦେଉଛନ୍ତି।
Feb 05, 2025, 1:26 pm IST

ଲୋକଙ୍କୁ ଭୋଟ୍ ଦେବାରୁ କିଭଳି ବଞ୍ଚିତ ହେବେ ସେଥିଲାଗି ଚେଷ୍ଟା କରାଯାଉଛି : ସୌରଭ ଭରଦ୍ୱାଜ ଗ୍ରେଟର କୈଲାଶ ବିଧାନସଭା ଆସନରୁ ଆପ ପ୍ରାର୍ଥୀ ସୌରଭ ଭରଦ୍ୱାଜ ଅଭିଯୋଗ କରିଛନ୍ତି ଯେ ଦିଲ୍ଲୀ ପୋଲିସ ଏକ ମତଦାନ କେନ୍ଦ୍ରରେ ଲୋକଙ୍କୁ ଭୋଟ୍ ଦେବାରୁ କିଭଳି ବଞ୍ଚିତ ହେବେ ସେଥିନେଇ ଚେଷ୍ଟା କରୁଛି ।
Feb 05, 2025, 1:01 pm IST

ମନୀଷ ସିସୋଦିଆଙ୍କ ଅଭିଯୋଗ

ମନୀଷ ସିସୋଦିଆଙ୍କ ଅଭିଯୋଗ, ଚିରାଗ ଦିଲ୍ଲୀରେ ଭୋଟରଙ୍କୁ ଭୋଟ୍ ଦେବା ପାଇଁ ଅଟକାଉଛି ପୋଲିସ । ଅନ୍ୟପକ୍ଷରେ ବୁର୍ଖା ପନ୍ଧିଥିବା ମହିଳାଙ୍କୁ ନେଇ ଉଠୁଛି ପ୍ରଶ୍ନ ।
Feb 05, 2025, 12:52 pm IST

ଯିଏ କାମ କରୁଛି ଲୋକେ ତାଙ୍କୁ ଭୋଟ୍ ଦେବେ...

ଅରବିନ୍ଦ କେଜରିୱାଲ କହିଲେ- ଯେଉଁମାନେ କାମ କରନ୍ତି ସେମାନଙ୍କୁ ଲୋକମାନେ ଭୋଟ ଦେବେ। ଆପର ଜାତୀୟ ସଂଯୋଜକ ଏବଂ ନୂଆଦିଲ୍ଲୀ ବିଧାନସଭା ଆସନରୁ ପ୍ରାର୍ଥୀ ଅରବିନ୍ଦ କେଜରିୱାଲ କହିଛନ୍ତି, "ମୁଁ ଦିଲ୍ଲୀର ସମସ୍ତ ଲୋକଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯେ ସେମାନେ ବାହାରକୁ ଆସି ଭୋଟ ଦିଅନ୍ତୁ ଏବଂ ସେମାନଙ୍କର ମତଦାନ ଅଧିକାର ବ୍ୟବହାର କରନ୍ତୁ। ମୁଁ ସମସ୍ତଙ୍କୁ ଦିଲ୍ଲୀର ବିକାଶ ପାଇଁ ଭୋଟ ଦେବାକୁ ଅନୁରୋଧ କରୁଛି। ସ୍ପଷ୍ଟ ଭାବରେ, ଲୋକମାନେ କାମ କରୁଥିବା ଲୋକଙ୍କୁ ଭୋଟ ଦେବେ।"
Feb 05, 2025, 12:51 pm IST

ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମତଦାନ କରିଛନ୍ତି ।

ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମତଦାନ କରିଛନ୍ତି ।
Feb 05, 2025, 12:15 pm IST

ମତଦାନ କଲେ ଅରବିନ୍ଦ କ୍ରେଜ୍ରିୱାଲ, ସକାଳ ୧୧ଟା ସୁଦ୍ଧା ୧୯.୯୫ ପ୍ରତିଶତ ଭୋଟିଂ

ଆପର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ତାଙ୍କ ପତ୍ନୀ ସୁନୀତା କେଜରିୱାଲ ଏବଂ ପିତାମାତା ଗୋବିନ୍ଦ ରାମ କେଜରିୱାଲ ଏବଂ ମା ଗୀତା ଦେବୀଙ୍କ ସହିତ ଭୋଟ ଦେବାକୁ ପହଞ୍ଚିଥିଲେ। ସେହିପରି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭୋଟ ଦେବା ପାଇଁ ଲୋଦି ଇଷ୍ଟେଟରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କ ସ୍ୱାମୀ ରବର୍ଟ ଭଦ୍ରା ଏବଂ ପୁଅ ରେହାନ ଭଦ୍ରା ମଧ୍ୟ ତାଙ୍କ ସହିତ ଉପସ୍ଥିତ ଥିଲେ ।
Feb 05, 2025, 12:07 pm IST

ସକାଳ ୧୧ଟା ସୁଦ୍ଧା ଦିଲ୍ଲୀରେ ୨୬.୩୩% ମତଦାନ

ସକାଳ ୧୧ଟା ସୁଦ୍ଧା ଦିଲ୍ଲୀରେ ୨୬.୩୩% ମତଦାନ ।
Feb 05, 2025, 11:53 am IST

ଭୋଟ୍ ଦେଲେ ପ୍ରିୟଙ୍କା ଗାନ୍ଧୀ

କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭୋଟ ଦେବା ପାଇଁ ଲୋଦି ଇଷ୍ଟେଟରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କ ସ୍ୱାମୀ ରବର୍ଟ ଭଦ୍ରା ଏବଂ ପୁଅ ରେହାନ ଭଦ୍ରା ମଧ୍ୟ ତାଙ୍କ ସହିତ ଉପସ୍ଥିତ ଥିଲେ ।
Feb 05, 2025, 11:44 am IST

ଭୋଟ ଦେଲେ ଅରବିନ୍ଦ କେଜ୍ରିୱାଲ

ଭୋଟ ଦେଲେ ଅରବିନ୍ଦ କେଜ୍ରିୱାଲ
Feb 05, 2025, 11:24 am IST

ଭୋଟ୍ ଦେଲେ ରାଷ୍ଟ୍ରପତି ଜଗଦୀପ ଧନଖଡ

ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଏବଂ ତାଙ୍କ ପତ୍ନୀ ସୁଦେଶ ଧନଖଡ ଭୋଟ ଦେବାକୁ ପହଞ୍ଚିଲେ ।
Feb 05, 2025, 10:51 am IST

ଆପ ସାଂସଦ ରାଘବ ଚଢା କହିଲେ

ଆପ ସାଂସଦ ରାଘବ ଚଢା କହିଛନ୍ତି, "ଆଜି ଗଣତନ୍ତ୍ରର ସବୁଠାରୁ ବଡ଼ ପର୍ବ, ଏକ ପର୍ବ, ମୁଁ ଦିଲ୍ଲୀର ପ୍ରତ୍ୟେକ ଭୋଟରଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯେ ସେମାନେ ଘରୁ ବାହାରକୁ ଆସି ଭୋଟ୍ ଦିଅନ୍ତୁ । ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ, ଏକ ଉନ୍ନତ ଶିକ୍ଷା ବ୍ୟବସ୍ଥା ପାଇଁ, ବିଦ୍ୟୁତ, ପାଣି ଏବଂ ସ୍ୱାସ୍ଥ୍ୟ ଭଳି ମୌଳିକ ପ୍ରସଙ୍ଗ ପାଇଁ ଭୋଟ ଦିଅନ୍ତୁ...
Feb 05, 2025, 10:32 am IST

ଭୋଟ୍ ଦେଲେ ପବନ ଖେଡା

ଦିଲ୍ଲୀ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ନେତା ପବନ ଖେଡା ଭୋଟ ଦେଇଛନ୍ତି।
Feb 05, 2025, 9:58 am IST

ସକାଳ 9ଟା ପର୍ଯ୍ୟନ୍ତ ଦିଲ୍ଲୀରେ 8.10 ପ୍ରତିଶତ ଭୋଟିଂ

ସକାଳ 9ଟା ପର୍ଯ୍ୟନ୍ତ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମୋଟ 8.10 ପ୍ରତିଶତ ମତଦାନ ହୋଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି ଏବଂ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜାରି ରହିବ । କେନ୍ଦ୍ରୀୟ ଦିଲ୍ଲୀ: 6.67 ପ୍ରତିଶତ ପୂର୍ବ ଦିଲ୍ଲୀ: ୮.୨୧ ପ୍ରତିଶତ ନୂଆଦିଲ୍ଲୀ: ୬.୫୧ ପ୍ରତିଶତ ଉତ୍ତର ଦିଲ୍ଲୀ: ୭.୧୨ ପ୍ରତିଶତ ଉତ୍ତର ପୂର୍ବ ଦିଲ୍ଲୀ: ୧୦.୭୦ ପ୍ରତିଶତ ଉତ୍ତର-ପଶ୍ଚିମ ଦିଲ୍ଲୀ: ୭.୬୬ ପ୍ରତିଶତ ଶାହଦରା: ୮.୯୨ ପ୍ରତିଶତ ଦକ୍ଷିଣ ଦିଲ୍ଲୀ: ୮.୪୩ ପ୍ରତିଶତ ଦକ୍ଷିଣ ପୂର୍ବ ଦିଲ୍ଲୀ: ୮.୩୬ ପ୍ରତିଶତ ଦକ୍ଷିଣ ପଶ୍ଚିମ ଦିଲ୍ଲୀ: ୯.୩୪ ପ୍ରତିଶତ ପଶ୍ଚିମ ଦିଲ୍ଲୀ: ୬.୬୭ ପ୍ରତିଶତ
READ MORE

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+