ପଦାକୁ ଆସୁଛି ବାବାଙ୍କ ଗୁମର,ମାମଲା ରୁଜୁ ହେବା ପରେ ବିଭିନ୍ନ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରୁ ଉଠାଇଛନ୍ତି ପ୍ରାୟ ୫୦ ଲକ୍ଷ ଟଙ୍କା

ପଦାକୁ ଆସୁଛି ଦିଲ୍ଲୀ ବାବା ସ୍ବାମୀ ଚୈତନ୍ୟାନନ୍ଦ ସରସ୍ବତୀଙ୍କ ଗୁମର। ଦିଲ୍ଲୀର ଏକ ପ୍ରତିଷ୍ଠାନରେ ୧୭ ଜଣ ଝିଅଙ୍କୁ ଯୌନ ନିର୍ଯାତନା ଦେବାଠାରୁ ଆରମ୍ଭ କରି ତାଙ୍କ ବିଳାସପୂର୍ଣ୍ଣ କାର ପାଇଁ ନକଲି ଲାଇସେନ୍ସ ପ୍ଲେଟ୍ ବ୍ୟବହାର କରିବା ପର୍ଯ୍ୟନ୍ତ, ଆତ୍ମଘୋଷିତ ଧାର୍ମିକ ନେତା ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀଙ୍କ ବିରୋଧରେ ଅଭିଯୋଗର ତାଲିକା ବେଶ୍‌ ଲମ୍ବା।

ଚୈତନ୍ୟାନନ୍ଦଙ୍କୁ ଡକ୍ଟର ପାର୍ଥସାରଥୀ ମଧ୍ୟ କୁହାଯାଏ। ଚୈତନ୍ୟାନନ୍ଦଙ୍କ ବିରୋଧରେ ଏଫଆଇଆର ଦାୟର ହେବା ପରଠାରୁ ଏବେ ଆଶ୍ଚର୍ଯ୍ୟଜନକ ବିବରଣୀ ସାମ୍ନାକୁ ଆସିଛି। ଚୈତନ୍ୟାନନ୍ଦ କିପରି ଆର୍ଥିକ ଦୁର୍ବଳ ବର୍ଗର ଛାତ୍ରୀମାନଙ୍କୁ ଯୌନ ନିର୍ଯାତନା ଦେଉଥିଲେ ଏବଂ ସେମାନଙ୍କ ଉପରେ ନଜର ରଖିଥିଲେ, ପ୍ରତିବାଦ କରିବାକୁ ସାହସ କଲେ ସେମାନଙ୍କୁ ବିଫଳ କରିବାକୁ ଧମକ ମଧ୍ୟ ଦେଉଥିଲେ ବୋଲି ଜଣାପଡ଼ିଛି।

delhi baba

ପିଟିଆଇର ଏକ ରିପୋର୍ଟ ଅନୁଯାୟୀ, 'ବାବା'ଙ୍କ ବିରୋଧରେ ଚାଲିଥିବା କାର୍ଯ୍ୟାନୁଷ୍ଠାନ ମଧ୍ୟରେ, କର୍ତ୍ତୃପକ୍ଷମାନେ ଜାଣିବାକୁ ପାଇଛନ୍ତି ଯେ ଚୈତନ୍ୟାନନ୍ଦ ବ୍ୟାଙ୍କ ଆକାଉଣ୍ଟ ପରିଚାଳନା ପାଇଁ ଭିନ୍ନ ଭିନ୍ନ ନାମ ଏବଂ ପ୍ରମାଣପତ୍ର ବ୍ୟବହାର କରିଥିଲେ। ତଦନ୍ତକାରୀମାନେ କହିଛନ୍ତି ଯେ ଏଫଆଇଆର ଦାୟର ହେବା ପରେ ବାବା ୫୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଉଠାଇ ନେଇଥିଲେ।

ବାବା କିପରି ଛାତ୍ରୀମାନଙ୍କୁ ଫୁସୁଲାଉଥିଲେ ତାହାର ଖୁଲାସା କରିଛନ୍ତି ଶ୍ରୀ ସାରଦା ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆନ ମ୍ୟାନେଜମେଣ୍ଟ ରିସର୍ଚ୍ଚର ଜଣେ ପୂବତନ ଛାତ୍ରୀ। ମାଗଣା ବିଦେଶ ଯାତ୍ରା, ଆଇଫୋନ, ଆରାମଦାୟକ କାର୍ ସେବା, ଲାପଟପ ଆଦି ଛାତ୍ରୀମାନଙ୍କୁ ଯୋଗାଉଥିବା କହିଛନ୍ତି ପୂର୍ବତନ ଛାତ୍ରୀ। ତେବେ ଏହି ପ୍ରସଙ୍ଗକୁ ନେଇ ସେତେବେଳେ ଛାତ୍ରୀଙ୍କୁ ବସନ୍ତକୁଞ୍ଜସ୍ଥିତ ପ୍ରତିଷ୍ଠାନରୁ ବାହାର କରିଦିଆଯାଇଥିଲା।

ଏପରିକି ଆଡମିଶନ ସମୟରେ ଛାତ୍ରୀଙ୍କୁ ବିଭିନ୍ନ ମିଛ କୁହାଯାଉଥିଲା। ଛାତ୍ରୀମାନଙ୍କୁ ଅଧିକ ମାର୍କ ଦେବା, ବିଦେଶରେ ଇଣ୍ଟର୍ଣ୍ଣସିପ, ଭଲ ଜାଗାରେ ପ୍ଲେସମେଣ୍ଟ ଲାଗି ଲୋଭ ଦେଖାଯାଉଥିଲା। ଯେଉଁମାନେ ଏହାକୁ ଗ୍ରହଣ କରୁଥିଲେ ସେମାନେ ନାନା ସୁବିଧା ପାଉଥିଲେ। ଯେଉଁମାନେ ମନା କରୁଥିଲେ ସେମାନେ କ୍ଷତିର ଶିକାର ହେଉଥିଲେ। ବାବା ଛାତ୍ରୀମାନଙ୍କ ସହ ୱାନ-ଟୁ-ୱାନ କଥା ହେଉଥିଲେ। ଯେଉଁମାନଙ୍କୁ ଟାର୍ଗେଟ କରାଯାଉଥିଲା ସେମାନଙ୍କୁ ବାବାଙ୍କ ଅଫିସକୁ ଯିବା ଲାଗି କୁହାଯାଉଥିଲା। ବର୍ତ୍ତମାନ ପ୍ରତିଷ୍ଠାନରେ କାର୍ଯ୍ୟରତ କିଛି କର୍ମଚାରୀ ପୂର୍ବତନ ଛାତ୍ରୀ ବୋଲି ସୂଚନା ମିଳିଛି। କିଛି ଛାତ୍ରୀଙ୍କୁ ବେବି, ସୁଇଟ ଗାର୍ଲ ବୋଲି ବାବା ସମ୍ବୋଧନ କରୁଥିଲେ। ଛାତ୍ରୀମାନଙ୍କର ଓରିଜିନାଲ ଡକ୍ୟୁମେଣ୍ଟ ପ୍ରତିଷ୍ଠାନରେ ରଖାଯାଉଥିଲା। ଫଳରେ ପିଲାଙ୍କୁ ଧମକାଇବା ସହଜ ହେଉଥିଲା। ପ୍ରତିଷ୍ଠାନରେ ୧୭୦ ସିସିଟିଭି କ୍ୟାମେରା ଲାଗିଥିଲା। ସିସିଟିଭି ଉପରେ ବାବାଙ୍କ ନଜର ଥିଲା। ବାବାଙ୍କ ଏମଫିଲ୍ ଡିଗ୍ରୀ ଫେକ୍ ଥିବା ସୂଚନା ମିଳିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+