Delhi AQI falls: ଦିଲ୍ଲୀ ପୁଣିଥରେ ବିଶ୍ୱର ସବୁଠୁ ପ୍ରଦୂଷିତ ସହରରେ ପରିଣତ

ଦିଲ୍ଲୀ ପୁଣିଥରେ ବିଶ୍ୱର ସବୁଠୁ ପ୍ରଦୂଷିତ ସହରରେ ପରିଣତ ହୋଇଛି । ରବିବାର ଦିଲ୍ଲୀର ବାୟୁ ମାନ ସୂଚକାଙ୍କ (ଏକ୍ୟୁଆର୍‌) ୩୮୨ରେ ପହଞ୍ଚତ୍ଥିବାବେଳେ ଆନନ୍ଦ ବିହାରରେ ୪୩୭ରେ ପହଞ୍ଚିଛି । ନଡ଼ାପୋଡି, ଯାନବାହନ ଏବଂ ଶିଳ୍ପାଞ୍ଚଳରୁ ଧୂଆଁ ନିର୍ଗମନ ହ୍ରାସ ପାଇଥିଲେ ମଧ୍ୟ ନିର୍ମାଣଜନିତ ଧୂଳି ଯୋଗୁ ସହରର ବାୟୁ ମାନ ଗମ୍ଭୀର ସ୍ଥିତିରେ ପହଞ୍ଚତ୍ଥିବା କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥ୍ୟରୁ ଜଣାପଡ଼ିଛି । ପ୍ରଦୂଷଣ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବା ସତ୍ତ୍ୱେ ଏହା ବଢ଼ିଚାଲିଥିବାରୁ ଦିଲ୍ଲୀବାସୀଙ୍କ ଚିନ୍ତା ବଢ଼ିଯାଇଛି ।

ଗତ ଶୁକ୍ରବାର ଦିଲ୍ଲୀ ବାୟୁ ପ୍ରଦୂଷଣର ୩୫ ପ୍ରତିଶତ ନଡ଼ାପୋଡ଼ି ଯୋଗୁ ହୋଇଥିବାବେଳେ ଶନିବାର ଏହା ୧୫ ପ୍ରତିଶତକୁ ହ୍ରାସ ପାଇଥିଲା । ଫଳରେ ଅନ୍ୟାନ୍ୟ କାରଣରୁ ଦିଲ୍ଲୀର ବାୟୁ ମାନ ଅଧିକ ଖରାପ ହେଉଥିବା ସ୍ପଷ୍ଟ ହୋଇଛି । ଏଥିରେ ଯାନବାହନ, ଶିଳ୍ପାଞ୍ଚଳର ଧୂଳି ଧୂଆଁ ଏବଂ ନିର୍ମାଣଜନିତ ଧୂଳି ମୁଖ୍ୟ କାରକ ହୋଇରହିଛି । ଏହା ବ୍ୟତୀତ ଦିଲ୍ଲୀର ଭୌଗୋଳିକ ଏବଂ ପାଣିପାଗଜନିତ ସ୍ଥିତି ମଧ୍ୟ ପ୍ରଦୂଷଣ ପାଇଁ ଅନେକାଂଶରେ ଦାୟୀ।

Delhi AQI falls

ଏହି କାରଣରୁ ପ୍ରଦୂଷିତ ଉପାଦନଗୁଡ଼ିକ ସ୍ଥଳଭାଗ ନିକଟରେ ଜମିରହୁଛି। ଆନନ୍ଦ ବିହାର, ଅଶୋକ ବିହାର, ବଓ୍ବାନା, ଦ୍ୱାରକାର ଦୁଇଟିଯାକ ମନିଟରିଂ ଷ୍ଟେଶନ, ଜାହାଙ୍ଗୀରପୁରୀ, ମୁଣ୍ଡ୍‌କା, ଲଜପତ୍‌ ନଗର, ପତ୍‌ପରଗଞ୍ଜ, ବିବେକ ବିହାର, ରୋହିଣୀ, ପଞ୍ଜାବୀ ବାଗ୍‌ ଏବଂ ଓ୍ବାଜିରପୁରରେ ବାୟୁ ମାନ ସବୁଠୁ ଖରାପ ରହିଛି। ଆନନ୍ଦ ବିହାରରେ ଏକ୍ୟୁଆଇ ୪୩୭ ଥିବାବେଳେ ରୋହିଣୀରେ ୪୩୫, ଲଜପତ ନଗରରେ ୪୩୦ ଏବଂ ପଞ୍ଜାବୀବାଗ୍‌ରେ ୪୨୫ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+