ଜେଲରୁ ବାହାରି ବିଜେପି ଉପରେ ବର୍ଷିଲେ ସଞ୍ଜୟ ସିଂହ: କହିଲେ, ଷଡଯନ୍ତ୍ର କରି କେଜ୍ରିୱାଲଙ୍କୁ ଗିରଫ କରାଯାଇଛି
Delhi App Sanjay Singh: ଆମ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଶୁକ୍ରବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫକୁ ନେଇ ବିଜେପି ଏବଂ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଜେଲରୁ ବାହାରିବା ପରେ ସଞ୍ଜୟ ସିଂହ ସାମ୍ବାଦିକ ସମ୍ମିଳନୀ କରିଛନ୍ତି, ଯେଉଁଥିରେ ସେ ସିଧାସଳଖ ବିଜେପିକୁ ଟାର୍ଗେଟ୍ କରିବା ସହ କହିଛନ୍ତି କେଜ୍ରିୱାଲଙ୍କୁ ଏକ ବଡ଼ ଷଡଯନ୍ତ୍ର କରି ଗିରଫ କରାଯାଇଛି । ଜଣେ ଏପରି ମୁଖ୍ୟମନ୍ତ୍ରୀଙ୍କୁ ଜେଲରେ ରଖାଯାଇଛି ଯିଏ ସାଧାରଣ ଲୋକଙ୍କ ପାଇଁ କାମ କରନ୍ତି ।
ସେ କହିଛନ୍ତି, Magunta Sreenivasulu Reddy ନାମକ ଜଣେ ବ୍ୟକ୍ତି ଅଛନ୍ତି, ଯିଏ ୩ଟି ବୟାନ ଦେଇଥିବା ବେଳେ ତାଙ୍କ ପୁଅ ରାଘବ ରେଡ୍ଡୀ ୭ଟି ବୟାନ ଦେଇଛନ୍ତି । ସେପ୍ଟେମ୍ବର ୧୬ରେ, Magunta Reddyଙ୍କୁ ଇଡି ଯେତେବେଳେ ପ୍ରଥମ ଥର ପଚରାଯାଇଥିଲା ଯେ, ଅରବିନ୍ଦ କେଜ୍ରିୱାଲଙ୍କୁ ଜାଣିଛନ୍ତି କି ? ସେତେବେଳେ ସେ ସତ କହିଥିଲେ ଏବଂ କହିଥିଲେ ଯେ ସେ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି, କିନ୍ତୁ ଚ୍ୟାରିଟେବଲ୍ ଟ୍ରଷ୍ଟ ଜମି ବିଷୟରେ। ଏହା ପରେ ତାଙ୍କ ପୁଅକୁ ଗିରଫ କରାଯାଇଥିଲା ଏବଂ ୫ ମାସ ଜେଲରେ ରଖାଯାଇଥିଲା । ଯାହା ପରେ ତାଙ୍କ ବାପାଙ୍କ ବୟାନ ପରିବର୍ତ୍ତନ ହୋଇଯାଇଥିଲା ।
#WATCH | Delhi: Aam Aadmi Party MP Sanjay Singh says, "...There is a person Sarath Reddy, whose residence was raided on 9th November 2022. When he was asked if he knew Arvind Kejriwal, he denied it and said that he had never met him. 12 statements of Sarath Reddy were recorded… pic.twitter.com/zdynwMchhS
— ANI (@ANI) April 5, 2024
ସଞ୍ଜୟ ସିଂ ଆହୁରି କହିଛନ୍ତି ଯେ, ୧୦ ଫେବୃଆରୀରୁ 16 ଜୁଲାଇ ପର୍ଯ୍ୟନ୍ତ ରାଘବ ରେଡ୍ଡୀଙ୍କର ୭ଟି ବୟାନ ନିଆଯାଇଥିଲା । ଯାହା ମଧ୍ୟରୁ ସେ ୬ଟି ବିବୃତ୍ତିରେ କେଜ୍ରିୱାଲଙ୍କ ବିରୋଧରେ କିଛି କହିନଥିଲ ହେଲେ ଜୁଲାଇ ୧୬ ତାରିଖରେ ନିଆଯାଇଥିବା ବୟାନରେ ସେ ନିଜ ଆଭିମୁଖ୍ୟ ବଦଳାଇ ଷଡଯନ୍ତ୍ରର ଏକ ଅଂଶ ହୋଇଥିଲେ। ତାଙ୍କୁ ୫ ମାସ ନିର୍ଯାତନା ଦିଆଯାଇଥିଲା ଯାହା ପରେ ସେ ନିଜର ବିବୃତ୍ତି ବଦଳାଇ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଠିଆ ହୋଇଥିଲେ।

ଅନ୍ୟପଟେ ଆପ୍ ନେତା ମନିଷ ସିସୋଦିଆ ମଧ୍ୟ ଜେଲରୁ ବାହାରିବା ପାଇଁ ଯାଉଛନ୍ତି । ସେ ଜେଲରୁ ଥାଇ ଏକ ଚିଠି ଲେଖିଛନ୍ତି, ଯେଉଁଥିରେ ସେ ଖୁବ୍ ଶୀଘ୍ର ବାହାରେ ଭେଟିବା କଥା ଉଲ୍ଲେଖ କରିଛନ୍ତି । ଯାହା ଦେଖି ଅନୁମାନ କରାଯାଉଛି ଯେ, ଖୁବ୍ ଶୀଘ୍ର ଆପର ଆଉ ଜଣେ ନେତା ମଧ୍ୟ ଜେଲରୁ ବାହାରି ପାରନ୍ତି ।
ସୂଚନାଥାଉ ଯେ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସଞ୍ଜୟ ସିଂହଙ୍କୁ ଗିରଫ କରାଯାଇଥିଲା । ୬ ମାସ ଜେଲରେ ରହିବା ପରେ ତାଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଥିଲା । ସେହିପରି କୋର୍ଟରେ ସଞ୍ଜୟଙ୍କ ଜାମିନକୁ ଇଡି ବିରୋଧ କରିନଥିଲା ଯାହା ପରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା ।












Click it and Unblock the Notifications