Republic Day 2024: ଦିଲ୍ଲୀରେ ଆକାଶରେ ଏତିକି ସମୟ ପର୍ଯ୍ୟନ୍ତ ଉଡିବ ନାହିଁ ବିମାନ
Republic Day 2024: ଗଣତନ୍ତ୍ର ଦିବସ ପାଇଁ ଚାଲିଛି ଯୋରଦାର ପ୍ରସ୍ତୁତି । ଯେଉଁଥି ପାଇଁ ସୁରକ୍ଷାକୁ ଦୃଷ୍ଟିରେ ରଖି ଦେଶର ରାଜଧାନୀ ଦିଲ୍ଲୀ ଆକାଶରେ ଆଜିଠୁ ୨୬ ତାରିଖ ପର୍ଯ୍ୟନ୍ତ ୨ ଘଣ୍ଟା ପାଇଁ ଉଡିବ ନାହିଁ କୌଣସି ବିମାନ । ଗଣତନ୍ତ୍ର ଦିବସ ପ୍ରସ୍ତୁତି ପାଇଁ ଦିଲ୍ଲୀ ବିମାନବନ୍ଦରରେ ସକାଳ 10:20 ରୁ 12:45 ମଧ୍ୟରେ କୌଣସି ବିମାନ ଚଳାଚଳ କରିବ ନାହିଁ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।
ଦିଲ୍ଲୀ ବିମାନବନ୍ଦର ମାଇକ୍ରୋ ବ୍ଲଗିଂ ସାଇଟ୍ ଏକ୍ସ ( ଟ୍ୱିଟର)ରେ ଏକ ପୋଷ୍ଟ କରି ଏନେଇ ସୂଚନା ଜାରି କରିଛି । ଏଥିରେ ଲେଖାଯାଇଛି ଯେ, NOTAM ପକ୍ଷରୁ ଜାରି କରାଯାଇଥିବା ନୋଟିସ୍ ଅନୁସାାରେ, 19 ରୁ 26 ଜାନୁଆରୀ ମଧ୍ୟରେ କୌଣସି ବିମାନ ଉଡ଼ାଣ କିମ୍ବା ଅବତରଣ କରିବ ନାହିଁ ।
Kind attention to all flyers ! pic.twitter.com/K9RN3n5vHX
— Delhi Airport (@DelhiAirport) January 18, 2024
ଗଣତନ୍ତ୍ର ଦିବସକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସୁରକ୍ଷା ବୃଦ୍ଧି କରାଯାଇଛି। ଏହି କାର୍ଯ୍ୟରେ ଭାରତ ଏବଂ ବିଦେଶର ବହୁ ପ୍ରସିଦ୍ଧ ବ୍ୟକ୍ତିତ୍ୱ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ ଫ୍ରାନ୍ସର ରାଷ୍ଟ୍ରପତି ମଧ୍ୟ ଯୋଗଦେବେ, ଯିଏ ଚଳିତ ବର୍ଷ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଅଟନ୍ତି । ଏହା ବ୍ୟତୀତ ଗଣତନ୍ତ୍ର ଦିବସକୁ ଦୃଷ୍ଟିରେ ରଖି ଦିଲ୍ଲୀ ମେଟ୍ରୋ, ପ୍ରମୁଖ ବଜାର ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟର ସମସ୍ତ ଷ୍ଟେସନ ବାହାରେ ସୁରକ୍ଷା ବୃଦ୍ଧି କରାଯାଇଛି।

ସୂଚନାଥାଉ ଯେ, ଚଳିତବର୍ଷ ଗଣତନ୍ତ୍ର ପରେଡରେ ପ୍ରଥମ ଥର ପାଇଁ ବିଏସଏଫର ସମସ୍ତ ମହିଳା ଯବାନ ଶୋଭାଯାତ୍ରା ସହ ବ୍ରାସ ବ୍ୟାଣ୍ତ ଟିମଙ୍କୁ ମଧ୍ୟ ଦେଖିବା ପାଇଁ ମିଳିବ । ୧୪୪ ଜଣ ମହିଳା ବିଏସଏଫ କନେଷ୍ଟବଳ ଜାନୁଆରୀ ୨୬ ତାରିଖରେ କର୍ତ୍ତବ୍ୟ ପଥର ପଦଯାତ୍ରାରେ ସାମିଲ ହେବେ ।












Click it and Unblock the Notifications