Delhi air pollution : ଘନ କୁହୁଡ଼ି କବଳରେ ରାଜଧାନୀ ଦିଲ୍ଲୀ-ଏନସିଆର୍‌ , କଲବଲ ଦିଲ୍ଲୀବାସୀ

ନୂଆଦିଲ୍ଲୀ: ଘନ କୁହୁଡି ଓ ପ୍ରଦୂଷଣ କାରଣରୁ ଅସ୍ତବ୍ୟସ୍ତ ହୋଇପଡିଛନ୍ତି ରାଜଧାନୀବାସୀ । ପାରଦର ହ୍ରାସ କାରଣରୁ ଥଣ୍ଡାର ପ୍ରକୋପ ବଢିବାରେ ଲାଗିଛି ଏହା ସହ ପ୍ରଦୂଷଣର ମାତ୍ରା ମଧ୍ୟ ବୃଦ୍ଧି ପାଉଛି । ଯୁଆଡେ ଦେଖିଲେ ଖାଲି ଧୂଆଁମୟ ପରିବେଶ । ବୁଧବାର ସକାଳୁ ଦିଲ୍ଲୀ-ଏନସିଆର୍‌, ଉତ୍ତରପ୍ରଦେଶ ଏବଂ ପଞ୍ଜାବ ସମେତ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ଭୟଙ୍କର କୁହୁଡ଼ି ଦେଖିବାକୁ ମିଳିଛି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଦିଲ୍ଲୀବାସୀ ।

ସେପଟେ କୁହୁଡ଼ି ସମୟ ପ୍ରଦୂଷଣ ମାତ୍ରା ମଧ୍ୟ ଲଗାତର ବଢ଼ି ଚାଲିଛି। ଦିଲ୍ଲୀ-ଏନ୍‌ସିଆର୍‌ ଅଞ୍ଚଳରେ ବାୟୁର ଗୁଣବତ୍ତା ଲଗାତର ହ୍ରାସ ପାଉଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ ଜାତୀୟ ରାଜଧାନୀରେ ବାୟୁ ଗୁଣବତ୍ତା ବୁଧବାର ମଧ୍ୟ 'ଅତ୍ୟନ୍ତ ଖରାପ' ବର୍ଗରେ ରହିଛି।

Delhi air pollution

ଆଜି ସକାଳେ ଦିଲ୍ଲୀର ହାରାହାରି AQI ୩୪୪ ଥିବା ରେକର୍ଡ କରାଯାଇଛି। ସେହିପରି ଅୟାନ ନଗରରେ ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ଥିବା ରେକର୍ଡ ହୋଇଛି। ଏଠାକାର AIQ ସକାଳ ୮ଟା ସୁଦ୍ଧା ୪୧୭ ଥିବା ରେକର୍ଡ କରାଯାଇଛି।

ସହରରେ ବାୟୁ ପ୍ରଦୂଷଣର ସବୁଠାରୁ ବଡ଼ କାରଣ ହେଉଛି ଗାଡ଼ିରୁ ବାହାରୁଥିବା ଧୂଆଁ, ନିର୍ମାଣ କାର୍ଯ୍ୟ, ଶିଳ୍ପ ପ୍ରଦୂଷଣ ଏବଂ ନଡ଼ା ଜଳିବା ସାମିଲ ଅଛି।| ବାୟୁ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଦିଲ୍ଲୀ ସରକାର ଏବଂ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଯାନ ସଂଖ୍ୟାକୁ ନିୟନ୍ତ୍ରଣ କରିବା, ନିର୍ମାଣ କାର୍ଯ୍ୟ ଉପରେ ନିଷେଧାଦେଶ ଏବଂ ନଢ଼ା ଜଳିବା ଉପରେ ମଧ୍ୟ ରୋକ୍‌ ଲଗାଯାଇଛି। ତଥାପି କମ୍‌ ହେଉନି ପ୍ରଦୂଷଣ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+