Get Updates
Get notified of breaking news, exclusive insights, and must-see stories!

ଧୂଆଁମୟ ଦେଶର ରାଜଧାନୀ: ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ, ବନ୍ଦ ହେଲା ସ୍କୁଲ୍

Delhi Weather Updates: ଦେଶର ରାଜଧାନୀ ଦିଲ୍ଲୀର ପାଗ କ୍ରମାଗତ ଭାବେ ବଦଳୁଛି, ସାମାନ୍ୟ ଶୀତ ମଧ୍ୟରେ ପ୍ରଦୂଷଣ ବୃଦ୍ଧି ବର୍ତ୍ତମାନ ସମସ୍ତଙ୍କ ଚିନ୍ତା ବଢାଉଛି । ପରିସ୍ଥିତି ଏପରି ହୋଇଯାଇଛି ଯେ, ରାଜଧାନୀରେ ନିଶ୍ୱାସ ନେବା କଷ୍ଟକର ହୋଇପଡିଛି। ପାଣିପାଗ ବିଶେଷଜ୍ଞମାନେ ସକାଳ ଓ ସନ୍ଧ୍ୟାରେ ବୁଲିବାକୁ ଯାଉଥିବା ଲୋକଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦେଇଛି କାରଣ ଏହି ପ୍ରଦୂଷଣ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ।

ଆଜି ସକାଳେ ଦିଲ୍ଲୀରେ ପାଗ ଅତ୍ୟନ୍ତ ଖରାପ ରହିଛି । ସ୍ଥିତି ଜଟିଳ ଥିବାରୁ ଦୁଇ ଦିନ ପାଇଁ ସ୍କୁଲ ବନ୍ଦ ରଖିବାକୁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି । ସମସ୍ତ ବିଦ୍ୟାଳୟଗୁ଼ଡିକୁ ଅନଲାଇନରେ ପାଠ ପଢିବାକୁ ପରାମର୍ସ ଦିଆଯାଇଛି । ଏଥିସହ ନିର୍ମାଣ କାର୍ଯ୍ୟକୁ କିଛି ଦିନ ବନ୍ଦ ରଖିବାକୁ କୁହାଯାଇଛି । ସେହିପରି ଭଙ୍ଗାରୁଜା କାର୍ଯ୍ୟ ମଧ୍ୟ ବନ୍ଦ ରହିବ ।

Delhi Air Pollution

ସେହିପରି ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ହରିୟାଣାରୁ ଆସୁଥିବା ଡିଜେଲ ବସ୍ ଦିଲ୍ଲୀରେ ପ୍ରବେଶ କରିପାରିବ ନାହିଁ । ବର୍ତ୍ତମାନ, ଏଠାରେ ସର୍ବାଧିକ ତାପମାତ୍ରା ପ୍ରାୟ 34 ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ପ୍ରାୟ 18 ଡିଗ୍ରୀ ରହିବ ଏବଂ ଦିନସାରା ପାଗ ଶୁଖିଲା ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।

ଅନ୍ୟପକ୍ଷରେ ଦିଲ୍ଲୀର ଅବସ୍ଥା ହୋଇଥିବାବେଳେ ଆଜି ତାମିଲନାଡୁ ଏବଂ କେରଳରେ ବର୍ଷା ସତର୍କ ସୂଚନା ଜାରି କରାଯାଇଥିବାବେଳେ କର୍ଣ୍ଣାଟକ ଏବଂ ଆନ୍ଧ୍ରରେ ମଧ୍ୟ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ହିମାଚଳ-ଉତ୍ତରାଖଣ୍ଡ ଏବଂ କାଶ୍ମୀରର ଉପର ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ଥିବାବେଳେ ବିହାର, ୟୁପି, ପଞ୍ଜାବ, ହରିୟାଣା, ଛତିଶଗଡ, ଝାଡଖଣ୍ଡ, ଓଡ଼ିଶା, ମହାରାଷ୍ଟ୍ରରେ ମଧ୍ୟ ପାଗ ଶୁଖିଲା ରହିବ । ମଣିପୁର, ନାଗାଲାଣ୍ଡ, ମିଜୋରାମ ଏବଂ ତ୍ରିପୁରାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ତେଣୁ ପାଣିପାଗ ବିଭାଗ ପକ୍ଷରୁ ଏକ ସତର୍କ ସୂଚନା ଜାରି କରିଛି।

ଦିନକୁ ଦିନ ଦୀଲ୍ଲିର ପରିବେଷ ଖରାପ ହେବାରେ ଲାଗିଛି । ଏହି ସ୍ଥିତିର ସମୀକ୍ଷା ପାଇଁ ଆଜି ମଧ୍ୟାନ ୧୨ଟାରେ ଦିଲ୍ଲୀ ପରିବେଶ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ଦିଲ୍ଲୀରେ ଅଧିକାଂଶ ସ୍ଥାନରେ ବାୟୁର ମାନ ୪୦୦ ପାର କରିଛି । ଯାହା ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ କ୍ଷତିକାରକ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+