Delhi Air Pollution: ଦିଲ୍ଲୀ-ନୋଏଡାରେ ବଢିଲା ବାୟୁ ପ୍ରଦୁଷଣ, ୨୮୬ ସ୍ତରରେ ପହଞ୍ଚିଲା AQI

Delhi Air Pollution AQI Update: ଶୀତଦିନ ଆରମ୍ଭ ହେବା ସହିତ ଦିଲ୍ଲୀରେ ବାୟୁ ପ୍ରଦୂଷଣର ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି। ଆଜି 28 ଅକ୍ଟୋବର ଶନିବାର ଦିନ ଦିଲ୍ଲୀ-ଏନସିଆରରେ ବାୟୁ ଆହୁରି ଖରାପ ସ୍ତରରେ ରେକର୍ଡ କରାଯାଇଛି । SAFAR-India ରିପୋର୍ଟ ଅନୁସାରେ, ଦିଲ୍ଲୀର ସାମଗ୍ରିକ ବାୟୁ ଗୁଣବତ୍ତା 286ର AQI ସହିତ 'ଖରାପ' ସ୍ତରରେ ରେକର୍ଡ କରାଯାଇଛି ।

ଦିଲ୍ଲୀର ବାୟୁ ଗୁଣବତ୍ତା ଏବଂ ନୋଏଡା 255ର AQI ସହିତ 'ପ୍ରଦୂଷଣ'ସ୍ତରରେ ରେକର୍ଡ କରାଯାଇଥିଲା । ଗୁରୁଗ୍ରାମରେ ବାୟୁ ଗୁଣବତ୍ତା ଦିଲ୍ଲୀ ଏବଂ ନୋଏଡା ଅପେକ୍ଷା ଭଲ ରହିଥଛିଲା ଗୁରୁଗ୍ରାମରେ ବାୟୁ ଗୁଣବତ୍ତା 200ର AQI ସହିତ 'ମଧ୍ୟମ' ବର୍ଗରେ ରେକର୍ଡ କରାଯାଇଥିଲା ।

 delhi pollution

ଦିଲ୍ଲୀ ଏନସିଆର ବାସିନ୍ଦାଙ୍କୁ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ବିଶେଷକରି ଯେଉଁ ଲୋକ ମାନଙ୍କର ଶ୍ୱାସ ରୋଗ ରହିଛି ସେମାନଙ୍କୁ ସତର୍କ ରରିବା ପାଇଁ କୁହାଯାଇଛି ।

ଶୁକ୍ରବାର ଦିନ ମଧ୍ୟ ନୂଆଦିଲ୍ଲୀରେ ବାୟୁସ୍ତର ପ୍ରଦୂଷିତ ରହିଥିଲା, ଯାହାକି ସକାଳ 249ର AQI ଅଟେ । ପ୍ରଦୂଷଣ ସ୍ତରର ବୃଦ୍ଧି ସହ ମୁକାବିଲା ପାଇଁ ଦିଲ୍ଲୀରେ ଗ୍ରେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (GRAP)ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+