Get Updates
Get notified of breaking news, exclusive insights, and must-see stories!

Delhi air pollution:ଏଣିକି ଘରେ ରହି ୫ ପ୍ରତିଶତ ସରକାରୀ କର୍ମଚାରୀ କରିବେ କାମ

ଦିଲ୍ଲୀ ସରକାର' ବାୟୁର ଗୁଣାତ୍ମକ ମାନ ହ୍ରାସ ପାଇଥିବା ଯୋଗୁଁ ଦିଲ୍ଲୀ ଏନ୍‍ସିଆର ଅଞ୍ଚଳରେ କାର୍ଯ୍ୟ କରୁଥିବା ପ୍ରାୟ ୫୦ ପ୍ରତିଶତ କର୍ମଚାରୀ ଘରେ ରହି କାମ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ବାୟୁ ପ୍ରଦୂଷଣ ପରିସ୍ଥିତିର ଗୁରୁତ୍ୱକୁ ଉପଲବ୍ଧ କରି ପରିବେଶ ମନ୍ତ୍ରୀ ଗୋପାଲ ରାୟ ଆଜି ଅପରାହ୍ନରେ ଏକ ବୈଠକ ଆହ୍ୱାନ କରିଛନ୍ତି ।

ଆଜି ସକାଳ୧୧ଟା ସମୟରେ ଦିଲ୍ଲୀ ଏନ୍‍ସିଆର ଅଞ୍ଚଳରେ ବାୟୁର ଗୁଣାତ୍ମକ ସୂଚୀ ଇଛଓ ହାରାହାରି ୪୨୭ ରହିଥିଲା । କେନ୍ଦ୍ରୀୟ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀର କେତେକ ଅଞ୍ଚଳରେ AQI ର ସ୍ତର ୪୫୦ ଅତିକ୍ରମ କରିଛି । ଦିଲ୍ଲୀର ଅଶୋକବିହାର ଷ୍ଟେସନରେ ୪୫୭, ଆନନ୍ଦବିହାରରେ ୪୫୪, ଜାହାଙ୍ଗୀରପୁରୀରେ ୪୬୦, ମୁଣ୍ଡକାରେ ୪୬୩' AQI ମାନ ଥିବା ଜଣାପଡ଼ିଛି ।

କହିରଖୁ, ପୂର୍ବରୁ ଘରୋଇ କମ୍ପାନୀର କର୍ମଚାରୀଙ୍କୁ ମଧ୍ୟ ଘରୁ କାମ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ସେପଟେ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ଏନ୍‌ସିଆର୍‌ରେ ସମସ୍ତ ସ୍କୁଲ କଲଜେ ମଧ୍ୟ ମଧ୍ୟ ରହିଛି। ଅନ୍‌ଲାଇନ୍‌ କ୍ଳାସ କରିବାକୁ ସମସ୍ତ ଶିକ୍ଷାନୁଷ୍ଠାନଗୁଡିକୁ ପରାମର୍ଶ ଦିଆଯାଇଛି।

Delhi air pollution

ଦିଲ୍ଲୀରେ ବିଷାକ୍ତ ବାୟୁ ଯୋଗୁ ଲେକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାରେ ଲାଗିଛି। ଏଥିପାଇଁ ହନ୍ତସନ୍ତ ହେଉଛନ୍ତି ଦିଲ୍ଲୀବାସୀ। ଆଖିପୋଡିବା ସହ ନିଶ୍ୱାସ ନେବା କଷ୍ଟକର ହୋଇପଡିଛି। ଲଗାତାର ଭାବେ ୮ ଦିନ ହେବ ଏକ୍ୟୁଆଇ ସାଂଘାତିକ ସ୍ତରରେ ପହଞ୍ଚିଛି। ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (ଜିଆରଏପି)-୪ ଲାଗୁ କରାଯାଇଛି। ଏହାର ବ୍ୟବହାରକୁ ନିଶ୍ଚିତ କରିବା ପାଇଁ ଦିଲ୍ଲୀ ପୁଲିସ ମଙ୍ଗଳବାର ରାତିରେ ପେଟ୍ରୋଲିଂ କରିବା ସହ ବିଭିନ୍ନ ଯାନ ଯାଞ୍ଚ କରିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+