Get Updates
Get notified of breaking news, exclusive insights, and must-see stories!

Delhi Acid Attack: ସ୍କୁଲ ଛାତ୍ରୀଙ୍କୁ ଏସିଡ୍‌ ମାଡ଼, ଜଣେ ଗିରଫ,ସିସିଟିଭିରେ କୟଦ ହେଲେ ଦୃଶ୍ୟ

ଦିଲ୍ଲୀ: ସ୍କୁଲ ଛାତ୍ରୀଙ୍କୁ ଏସିଡ୍‌ ମାଡ଼, ଜଣେ ଗିରଫ,ସିସିଟିଭିରେ କୟଦ ହେଲେ ଦୃଶ୍ୟ

Delhi Acid Attack: ସକାଳ ୭.୩୦ ସମୟ । ପୀଡିତା ସାନ ଉଭଣୀ ସହ ସ୍କୁଲ ଯିବା ପାଇଁ ବାହିରିଥିଲେ । ସବୁ କିଛି ସ୍ୱାଭାବିକ୍ ମନେ ହେଉଥିଲା, ହେଲେ ଦୁଇ ଜଣ ଯୁବକ ଗୋଟିଏ ବାଇକରେ ଆସି ୧୭ ବର୍ଷୀୟ ଝିଅଟି ଉପରକୁ ଏସିଡ୍ ମାଡ଼ କରିଥିଲେ । ଏପରି ଘଟଣା ଦେଶର ରାଜଧାନୀ ଦିଲ୍ଲୀର ମୋହନ୍ ଗାର୍ଡେନ୍ ପୋଲିସ ଷ୍ଟେସନ ଅଧିନରେ ଘଟିଛି । ଏହି ଘଟଣାର ସିସିଟିଭି ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ସେପଟେ ଏହି ଘଟଣାରେ ଜଣଙ୍କୁ ଅଟକ ରହିଛି ପୋଲିସ ।

Delhi Acid Attack

ଦେଶର ରାଜଧାନୀ ଦିଲ୍ଲୀରେ ଦ୍ୱାଦଶ ଶ୍ରେଣୀର ଛାତ୍ରୀଙ୍କ ଉପରେ ଏସିଡ୍ ଆକ୍ରମଣ ଘଟଣା ଏବେ ସାରା ଦେଶରେ ଚହଳ ସୃଷ୍ଟି କରିଛି । ଏହି ଘଟଣା ସକାଳ ପ୍ରାୟ ୭.୩୦ ସମୟର । ସାନ ଭଉଣୀ ସହ ସ୍କୁଲ ଯିବା ପାଇଁ ଛିଡା ହୋଇଥିବା ବେଳେ ପୀଡିତାଙ୍କ ଉପରକୁ ଏସିଡ୍ ମାଡ଼ ହୋଇଥିଲା । ଘଟଣା ପରେ ତାଙ୍କୁ ତୁରନ୍ତ ସବଦରଗଞ୍ଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନଙ୍କ ତାଙ୍କର ଚିକିତ୍ସା ଜାରି ରହିଛି ।

ସୂଚନା ଅନୁସାରେ, ସକାଳ ୯ଟାରେ ପୋଲିସ୍ କଣ୍ଟ୍ରୋଲ ରୁମକୁ ଜଣେ ଝିଅ ଉପରକୁ ଏସିଡ୍ ମାଡ଼ ହୋଇଥିବା ନେଇ କଲ୍ ଆସିବା ପରେ ତୁରନ୍ତ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀମାନେ ଡାକ୍ତରଖାନାରେ ପହଞ୍ଚିଛନ୍ତି । ଛାତ୍ରୀଙ୍କ ବିୟାନ ରେକର୍ଡ କରିବାକୁ ପ୍ରୟାସ ଚାଲିଛି । ଏହି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ଏକ ଅଭିଯୁକ୍ତ ଫେରାର ଅଛି । ପୋଲିସ ସିସିଟିଭି ଫୁଟେଜ ଯାଞ୍ଜ କରିବା ସହ ଘଟଣା ସମୟରେ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ମଧ୍ୟ ପଚରାଉଚରା କରୁଛି । ପୁଅ ଏବଂ ଝିଅ ପରସ୍ପରକୁ ପୂର୍ବରୁ ଜାଣିଥିବା ନେଇ ପୋଲିସ ସୂଚନା ଦେଇଛି ।

ଦିଲ୍ଲୀ ମହିଳା କମିଶନର ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ୍ ମଧ୍ୟ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ସେ କହିଛନ୍ତି, ଦ୍ୱାରକା ମୋଡ଼ ପାଖରେ ସ୍କୁଲ ଛାତ୍ରୀଙ୍କ ଉପରକୁ ଏସିଡ ଫିଙ୍ଗା ଯାଇଛି । ଆମ ଟିମ୍ ପୀଡିତାଙ୍କୁ ସହଯୋଗ କରିବା ପାଇଁ ଡାକ୍ତରଖାନାରେ ପହଁଚିଛି । ଝିଅକୁ ନ୍ୟାୟ ମିଳିବା ଉଚିତ୍ । ଦିଲ୍ଲୀ ମହିଳା କମିଶନ ଦୀର୍ଘ ଦିନ ହେବ ଏସିଡ୍ ବ୍ୟାନ କରିବା ପାଇଁ ଲେଢେଇ ଜାରି ରଖିଛି । କେବେ ସରକାରଙ୍କ ନିଦ ଭାଙ୍ଗିବ ବୋଲି ସେ ପ୍ରଶ୍ନ କରିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+