ଦିଲ୍ଲୀ ଅଘଟଣ ; ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ, ରେଲୱେ ପକ୍ଷରୁ ଗଠନ ହେଲା ସ୍ବତନ୍ତ୍ର କମିଟି

ଦିଲ୍ଲୀ ରେଲୱେ ଷ୍ଟେସନରେ ବଡ଼ ଅଘଟଣ। ଦଳାଚକଟାରେ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ବହୁ ଲୋକ ଆହତ ହୋଇଛନ୍ତି। ମହାକୁମ୍ଭରେ ଯୋଗଦେବାକୁ ପ୍ରୟାଗରାଜ ଯିବା ପାଇଁ ଲୋକମାନେ ଦିଲ୍ଲୀ ରେଲୱେ ଷ୍ଟେସନରେ ଏକାଠି ହୋଇଥିଲେ । ହେଲେ ଏତେ ଭିଡ଼ ହୋଇଥିଲା ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ରେଳ ଷ୍ଟେସନର ୧୪ ଓ ୧୬ ନମ୍ବର ପ୍ଲାଟଫର୍ମରେ ଏହି ଅଘଟଣ ଘଟିଛି । ୧୮ ମୃତକଙ୍କ ମଧ୍ୟରେ ୧୪ ଜଣ ମହିଳା, ୪ ଶିଶୁ ଅଛନ୍ତି ।

Delhi accident kumbha mel

ଏଲଏନଜେପି ହସ୍ପିଟାଲ ଚିଫ୍ କଜୁଆଲିଟି ମେଡିକାଲ ଅଫିସର ଏହାର ପୁଷ୍ଟି କରିଛନ୍ତି । ଗୋଟିଏ ଏନଡିଆରଏଫ ଟିମ୍ ମଧ୍ୟ ରେଲୱେ ଷ୍ଟେସନରେ ପହଂଚିଥିଲା। ଅଗ୍ନିଶମ ବିଭାଗ ଓ ଅମ୍ବୁଲାନ୍ସ ମଧ୍ୟ ଘଟଣାସ୍ଥଳରେ ପହଂଚିଥିଲା । ଦଳଚକଟା ନେଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏହାସହ ରେଳଷ୍ଟେସନରେ ଜମାହୋଇଥିବା ଲୋକଙ୍କ ପାଇଁ ୪ଟି ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି ।

ସେପଟେ ଦିଲ୍ଲୀ ରେଳଷ୍ଟେସନ ଅଘଟଣକୁ ନେଇ ଦୁଖ ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ରାଷ୍ଟ୍ରପତି । ସେପଟେ ପ୍ରଧାନମନ୍ତ୍ରୀ ମୋଦୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।ଏଥିସହ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ଦଳାଚକଟା ଘଟଣାକୁ ନେଇ ଦୁଖ ପ୍ରକାଶ କରିଛନ୍ତି ।ସେପଟେ ମୃତକ ଓ ଆହତଙ୍କ ପାଇଁ ସହାୟତା ରାଶି ଘୋଷଣା କରାଯାଇଛି ।

ମୃତକଙ୍କ ପରିବାରଙ୍କୁ ୧୦ଲକ୍ଷ ଟଙ୍କା ଲେଖାଏଁ, ଗୁରୁତର ଆହତଙ୍କ ପାଇଁ ଅଢ଼େଇ ଲକ୍ଷ ଟଙ୍କା ଲେଖାଏଁ ଓ ସାମାନ୍ୟ ଆହତଙ୍କ ପାଇଁ ଲକ୍ଷେ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛି ରେଳ ମନ୍ତ୍ରାଳୟ । ସେପଟେ ମିଳିଥିବା ସୂଚନା ଅନୁସାରେ ୧୮ ମୃତକଙ୍କ ମଧ୍ୟରେ ୯ଜଣ ବିହାରର, ୮ଜଣ ଦିଲ୍ଲୀର ଓ ଜଣେ ହରିୟାଣାର ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ପହଁଚି ସ୍ଥିତି ନିରିକ୍ଷଣ କରିଛନ୍ତି ଲୋକସଭା ବାଚସ୍ପତି ଓମବିର୍ଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+