ଥାଇଲାଣ୍ଡରେ ଫସିଛନ୍ତି ଏୟାର ଇଣ୍ଡିଆର ଭାରତୀୟ ଯାତ୍ରୀ
ନୂଆଦିଲ୍ଲୀ: ଥାଇଲାଣ୍ଡର ଫୁକେଟରେ ଏୟାର ଇଣ୍ଡିଆର ଯାତ୍ରୀମାନେ ଗତ ପ୍ରାୟ ୮୦ ଘଣ୍ଟା ଧରି ଫସି ରହିଛନ୍ତି। ବିମାନରେ ବୈଷୟିକ ତ୍ରୁଟି ଯୋଗୁଁ ବିମାନକୁ ବାତିଲ କରାଯାଇଛି। ସୂଚନା ଅନୁସାରେ, ଏୟାର ଇଣ୍ଡିଆର ବିମାନ ନମ୍ବର ଏଆଇ୩୭୭ ଫୁକେଟରୁ ଦିଲ୍ଲୀ ଆସିବାର ଥିଲା। ନଭେମ୍ବର ୧୬ ତାରିଖ ରାତିରେ ବିମାନଟି ଦିଲ୍ଲୀରେ ପହଞ୍ଚିବାର ଥିଲା

କିନ୍ତୁ ଏପର୍ଯ୍ୟନ୍ତ ପହଞ୍ଚି ନାହିଁ। ଏହି ବିମାନରେ ଆସିବାକୁ ଥିବା ୩୫ରୁ ୪୦ ଜଣ ଭାରତୀୟ ଯାତ୍ରୀ ଏବେ ଫୁକେଟରେ ଅଛନ୍ତି, ସେମାନଙ୍କୁ ଆଜି ସନ୍ଧ୍ୟାରେ ବିମାନ ଯୋଗେ ଅଣାଯିବାର ସମ୍ଭାବନା ରହିଛି। ସୂଚନା ଅନୁଯାୟୀ, ୧୬ ତାରିଖ ଦିନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନଟି ୬ ଘଣ୍ଟା ବିଳମ୍ବରେ ଉଡ଼ାଣ ଭରିବ ବୋଲି ଘୋଷଣା କରାଯାଇଥିଲା। ଚଢ଼ିବା ଆରମ୍ଭ ହେବା ପରେ ଘଣ୍ଟାଏ ପରେ ଯାତ୍ରୀଙ୍କୁ ଓହ୍ଲାଇ ବିମାନ ବାତିଲ୍ ହେବା ନେଇ ସୂଚନା ଦିଆଯାଇଥିଲା।












Click it and Unblock the Notifications