ଯାହାଜ ଉପରେ ଡ୍ରୋନ ଷ୍ଟ୍ରାଇକ୍ ଘଟଣାରେ ପ୍ରତିରକ୍ଷାମନ୍ତ୍ରୀଙ୍କ ବୟାନ, ଗଭୀର ସମୁଦ୍ରରୁ ବି ଖୋଜି ବାହାର କରିବୁ

ମୁମ୍ବାଇ:ପ୍ରତିରକ୍ଷାମନ୍ତ୍ରୀଙ୍କ ଉପସ୍ଥିତିରେ ଆଜି ଭାରତୀୟ ନୌସେନାରେ ସାମିଲ ହୋଇଛି ବିଧ୍ୱଂସକ ସ୍ୱଦେଶୀ ଯୁଦ୍ଧ ଜାହାଜ ଆଇଏନଏସ ଇମ୍ଫାଲ । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯାହାଜ ଉପରେ ଡ଼୍ରୋନ ଆକ୍ରମଣ ମାମଲାରେ କହିଛନ୍ତି ଯେ ଜାହାଜ 'ଏମଭି କେମ ପ୍ଲୁଟୋ' ଏବଂ 'ଏମଭି ସାଇବାବା' ଉପରେ ହୋଇଥିବା ଡ୍ରୋନ୍ ଆକ୍ରମଣକୁ ଭାରତ ସରକାର ଗୁରୁତର ସହ ନେଇଛନ୍ତି । ଆଉ ଏଥିରେ ଅଭିଯୁକ୍ତଙ୍କୁ ସମୁଦ୍ରତଳୁ ବି ଖୋଜି ବାହାର କରିବୁ' ଆଉ କଡ୍ଡା ଦଣ୍ଡ ଦିଆଯିବ ସେମାନଙ୍କୁ । ଆଉ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କେନ୍ଦ୍ର ସରକାର ।

ସମଗ୍ର ଭାରତ ମହାସାଗରରେ ସୁରକ୍ଷା ଯୋଗାଇବା ପାଇଁ ଭାରତ ଆଗରେ ରହିଛି । ଏହା ସହିତ ସାମୁଦ୍ରିକ କାରବାରକୁ ସୁରକ୍ଷା ଯୋଗାଇବା ପାଇଁ ଭାରତ ଏହାର ମିତ୍ର ରାଷ୍ଟ୍ର ମାନଙ୍କ ସହିତ ଏହି ଦିଗେ ମଧ୍ୟ କାର୍ଯ୍ୟ କରୁଛି । ଜାହାଜ 'ଏମଭି କେମ ପ୍ଲୁଟୋ'ରେ ଶନିବାର ଦିନ ପୋରବନ୍ଦରରୁ ୨୧୭ ସାମୁଦ୍ରିକ ମାଇଲ ପହଁଞ୍ଚିବା ପରେ କିଛି ଦୁବୃର୍ତ୍ତ ଡ୍ରୋନ ଆକ୍ରମଣ କରିଥିଲେ ସେହି ଜାହାଜ ଉପରକୁ , ଆଉ ଏହି ଡ୍ରୋନ ଆକ୍ରମଣ ରେ ଜାହାଜରେ ଲାଗି ଯାଇଥିଲା ନିଆଁ । ଆଉ ଏଡି ଖବର ପାଇବାକ୍ଷଣି ଭାରତୀୟ ନୌସେନା ଏବଂ ଭାରତୀୟ ତଟରକ୍ଷୀ ବାହିନୀ ଜାହାଜରେ ସହାୟତା ଯୋଗାଇବା ପାଇଁ ଅନେକ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

rajnath singh

ପରେ ଭାରତୀୟ ଅଧିକାରୀମାନେ ସ୍ପଷ୍ଟ କରିଥିଲେ ଯେ ଏହି ବାଣିଜ୍ୟିକ ତୈଳ ଯାହାଜଟି ଭାରତୀୟ ପତାକା ବିଶିଷ୍ଟ ନଥିଲା ।
ଆଉ ଏହି ଘଟଣାକୁ ନେଇ ନୌ ସେନା ମୁଖ୍ୟ ଆଡମିରାଲ ଆର ହରି କୁମାର କହିଛନ୍ତି ଯେ ବ୍ୟବସାୟିକ ଜାହାଜ ଉପରେ ଡକାୟତି ଏବଂ ଡ୍ରୋନ୍ ଆକ୍ରମଣର ମୁକାବିଲା ପାଇଁ ଚାରିଟି ବିନାଶକାରୀ ଯାହାଜ ନିୟୋଜିତ ହୋଇଛି । ସେ କହିଛନ୍ତି ଯେ ଡକାୟତି ଏବଂ ଡ୍ରୋନ୍ ଆକ୍ରମଣର ବିପଦକୁ ପ୍ରତିହତ କରିବା ପାଇଁ ପି-୮ଓ ବିମାନ, ଡର୍ନିୟର୍ସ, ସାଗର ଗାର୍ଡିଆନ୍‌, ହେଲିକପ୍ଟର ଏବଂ କୋଷ୍ଟଗାର୍ଡ ଜାହାଜ ମିଳିତ ଭାବେ ନିୟୋଜିତ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+