ନାମାଙ୍କନ ପତ୍ର ଭରିଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଏପରି ଭିଡିଓ ହେଲା ଭାଇରାଲ
Rajnath Singh Nomination: ଲକ୍ଷ୍ନୌ ଲୋକସଭା ଆସନରୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ରାଜନାଥ ସିଂ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏହି ସମୟରେ ତାଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଉପସ୍ଥିତ ଥିଲେ। ଏହି ଆସନରୁ ୨୦ ମଇରେ ପଞ୍ଚମ ପର୍ଯ୍ୟାୟରେ ଲକ୍ଷ୍ନୌରେ ମତଦାନ ଅନୁଷ୍ଠିତ ହେବ ।

ରାଜନାଥ ସିଂ ଲଗାତାର ତୃତୀୟ ଥର ପାଇଁ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି । 2014 ଏବଂ 2019 ରେ ମଧ୍ୟ ଲକ୍ଷ୍ନୌରୁ ନିର୍ବାଚନ ଜିତିଥିଲେ । 2014ରେ ଲକ୍ଷ୍ନୌ ନିଜର ପ୍ରଥମ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପୂର୍ବରୁ 2009ରେ ସେ ଗାଜିଆବାଦରୁ ଲୋକସଭା ନିର୍ବାଚନରେ ବିଜୟ ଲାଭ କରିଥିଲେ ।
#WATCH लखनऊ (यूपी): केंद्रीय रक्षा मंत्री और लखनऊ लोकसभा सीट से बीजेपी उम्मीदवार राजनाथ सिंह ने नामांकन दाखिल किया। इस दौरान मुख्यमंत्री योगी आदित्यनाथ, उत्तराखंड के सीएम पुष्कर सिंह धामी मौजूद रहें। pic.twitter.com/dvz4dnAR6P
— ANI_HindiNews (@AHindinews) April 29, 2024
ଲକ୍ଷ୍ନୌ ଆସନ ବିଜେପିର ଗଡ଼ ବୋଲି ବିବେଚନା କରାଯାଏ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟ ଏଠାରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ (1991, 1996, 1998, 1999 ଏବଂ 2004)। ଏହାପୂର୍ବରୁ 1989ରେ ଜନତା ଦଳର ମଣ୍ଡଳ ସିଂ ଜନତା ଦଳ ଟିକେଟରେ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ।












Click it and Unblock the Notifications