ଅପରେସନ ସିନ୍ଦୂର ଉପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବଡ଼ ବୟାନ, କହିଲେ ଆମେ ବି କମ୍ ନୁହେଁ

ପହଲଗାମ୍ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ । ରାତି ଅଧିଆ ପାକିସ୍ତାନସ୍ଥିତ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରି ପହଲଗାମ୍ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ । ଏହି ଆକ୍ରମଣରେ ଅନେକ ଆତଙ୍କୀ ନିହତ ହୋଇଥିବା ସୂଚନା ରହିଛି । ଆଉ ଏହାରି ଭିତରେ ପ୍ରେସମିଟ୍ କରି ଭାରତୀୟ ସେନାକୁ ଧନ୍ୟବାଦ ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

Rajnath Singh

ପ୍ରେସମିଟ୍ କରି ରାଜନାଥ କହିଛନ୍ତି, ଭାରତକୁ ଐତିହାସିକ ସଫଳତା ମିଳିଛି । ପରାକ୍ରମର ପ୍ରମାଣ ଦେଇଛନ୍ତି ଆମ ସେନା । ନୂଆ ଇତିହାସ ରଚିଛନ୍ତି ଭାରତୀୟ ଯବାନ । ପାକିସ୍ତାନର କୌଣସି ସାଧାରଣ ଲୋକଙ୍କ ଉପରେ ଆକ୍ରମଣ ହୋଇନି । କୌଣସି ବି ନୀରିହ ଲୋକଙ୍କ ଜୀବନ ଯାଇନି । ଆମେ କେବଳ ତାଙ୍କୁ ମାରିଛୁ, ଯେଉଁମାନେ ଆମ ନୀରିହ ଲୋକଙ୍କୁ ମାରିଥିଲେ । ଆତଙ୍କୀ ଟ୍ରେନିଂ କ୍ୟାମ୍ପ ଉପରେ ଆକ୍ରମଣ କରାଯାଇଛି । ଆତଙ୍କୀଙ୍କୁ ନିପାତ କରାଯାଇଛି । ଯେଉଁ ସ୍ଥାନରେ ଆତଙ୍କୀମାନେ ଟ୍ରେନିଂ ନେଉଥିଲେ, ଯେଉଁସ୍ଥାନରେ ଆତଙ୍କୀ କ୍ୟାମ୍ପ ରହିଥିଲା, ସେହି ସ୍ଥାନ ଉପରେ ଆକ୍ରମଣ କରିଛି ଭାରତୀୟ ସେନା । ଆଉ ସେଠାରେ ଉପସ୍ଥିତ ଆତଙ୍କୀଙ୍କୁ ନିପାତ କରିଛି । ଏହି ଆକ୍ରମଣ କରି ସେନେ ନିଜର ପରାକାଷ୍ଠା ପ୍ରଦର୍ଶନ କରିଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+