ଦେଶର ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ପରିସ୍ଥିତିର ସମୀକ୍ଷା କଲେ ପ୍ରତିରକ୍ଷା ମନ୍ତ୍ରୀ
ନୂଆଦିଲ୍ଲୀରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ଉଚ୍ଚସ୍ତରୀୟବୈଠକରେ ଦେଶର ପଶ୍ଚିମାଞ୍ଚଳ ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ପରିସ୍ଥିତିର ସମୀକ୍ଷା କରିଛନ୍ତି ।

ବୈଠକରେ ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନୀଲ ଚୌହ୍ୱାନ, ନୌସେନା ମୁଖ୍ୟ ଆଡମିରାଲ ଦୀନେଶ କୁମାର ତ୍ରିପାଠୀ, ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏବଂ ବାୟୁସେନା ଉପମୁଖ୍ୟ ଏୟାର ମାର୍ଶାଲ ନର୍ମଦେଶ୍ୱର ତିୱାରୀ ଉପସ୍ଥିତ ଥିଲେ । ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ ମଧ୍ୟ ବୈଠକରେ ଉପସ୍ଥିତ ଥିବା ଜଣାପଡିଛି ।












Click it and Unblock the Notifications