ବିଜୟା ଦଶମୀରେ ଶସ୍ତ୍ର ପୂଜା କଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ : ବିଜୟାଦଶମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନରେନ୍ଦ୍ର ମୋଦି ସୋସିଆଲ ମିଡିଆ 'ଏକ୍ସ'ରେ ମୋଦି କହିଛନ୍ତି, ବିଜୟାଦଶମୀ ଉପଲକ୍ଷେ ଦେଶବାସୀଙ୍କୁ ଅନେକ ଶୁଭକାମନା। ମା' ଦୁର୍ଗା ଓ ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରୁ ସମସ୍ତଙ୍କ ବିଜୟ ହେଉ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅନ୍ୟପଟେ ଆଜି ଅର୍ଥାତ୍ ବିଜୟା ଦଶମୀରେ ଶସ୍ତ୍ର ପୂଜା କଲେ ପ୍ରତିରକ୍ଷା ମନ୍ତ୍ରୀ। ପଶ୍ଚିମବଙ୍ଗ ଦାର୍ଜିଲିଂର ସୁକନା କ୍ୟାଣ୍ଟରେ ରାଜନାଥ ସିଂହ ପହଞ୍ଚି ଶସ୍ତ୍ର ପୂଜା କରିଛନ୍ତି।

rajnath singh

କ୍ୟାଣ୍ଟରେ ଥିବା ଆଧୁନିକ ରାଇଫଲ ଏବଂ ରକେଟ ଲର୍ଞ୍ଚର ପୂଜା କରିଛନ୍ତି। ଏହା ସହ ଯବାନଙ୍କ ମନୋବଳ ବଢାଇଛନ୍ତି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଦେଶବାସୀଙ୍କୁ ବିଜୟାଦଶମୀର ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, "ଭାରତ ଏକମାତ୍ର ଏଭଳି ଦେଶ ଯେଉଁଠାରେ ଶାସ୍ତ୍ର ଏବଂ ଶସ୍ତ୍ର ପୂଜା କରାଯାଏ। ଲୁହା ଏବଂ କାଠରେ ନିର୍ମିତ ଉପକରଣ ପୂଜା କରିବା ଆମର ବିଶାଳ ପରମ୍ପରାର ପ୍ରତୀକ। କୌଣସି ବସ୍ତୁକୁ ବ୍ୟବହାର କରିବା ପୂର୍ବରୁ କିମ୍ୱା ପରେ ଆମେ ତାକୁ କୃତଜ୍ଞତା ଜଣାଉ ବୋଲି ରାଜନାଥ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+