ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଚିନ୍ତା ପ୍ରକଟ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥନୈତିକ ପ୍ରଭାବ ପଡ଼ିବା ନେଇ ଦେଲେ ଚେତା
ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ଚିନ୍ତା ପ୍ରକଟ କରିଛନ୍ତି। ଯୁଦ୍ଧ ପାଇଁ ଦେଶରେ ଅର୍ଥନୈତିକ ପ୍ରଭାବ ପଡ଼ିବା ନେଇ ଚେତାବନୀ ଦେଇଛନ୍ତି। ପର୍ସିଆନ ଗଲ୍ଫ ଅଞ୍ଚଳ ବିଶ୍ୱର ଶକ୍ତି ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଅଞ୍ଚଳରେ ବ୍ୟାଘାତ ହେଲେ ତେଲ ଓ ଗ୍ୟାସ ଯୋଗାଣରେ ପ୍ରଭାବ ପଡ଼ିବ। ଯାହା ଅର୍ଥନୀତି ଏବଂ ବିଶ୍ୱ ବାଣିଜ୍ୟକୁ ପ୍ରଭାବିତ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ କହିଛନ୍ତି।

ଇସ୍ଲାମିକ ସାଧାରଣତନ୍ତ୍ର ଇରାନ ବିରୋଧରେ ଆମେରିକା ଓ ଇସ୍ରାଏଲ୍ର ଘମାଘୋଟ ଯୁଦ୍ଧ ଦିନକୁ ଦିନ ପରିସ୍ଥିତିକୁ ଜଟିଳ କରୁଛି। ଯୁଦ୍ଧ ଜାରି ରହିଲେ ଭବିଷ୍ୟତରେ ଏହା ଆହୁରି ପ୍ରଭାବ ପକାଇବ ବୋଲି ବୁଦ୍ଧିଜୀବୀମାନେ ମଧ୍ୟ ମତ ପ୍ରକାଶ କରିଛନ୍ତି।
ଏପରିକି ଯୁଦ୍ଧ ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ସୀମିତ ନ ରହି ଅନ୍ୟ ଭୂଖଣ୍ଡକୁ ବ୍ୟାପିବା ଆରମ୍ଭ ହୋଇଛି। ବୁଧବାର ଭାରତୀୟମାନେ ହୋଲି ଖେଳିବାରେ ବ୍ୟସ୍ତ ଥିବାବେଳେ ଭାରତ ମହାସାଗରରେ ଆମେରିକା ନୌସେନା ପକ୍ଷରୁ ଇରାନ୍ର ଏକ ଯୁଦ୍ଧଜାହାଜକୁ ଆକ୍ରମଣ କରାଯାଇଛି। ଆମେରିକାର ବୁଡ଼ାଜାହାଜ ଶ୍ରୀଲଙ୍କା ଉପକୂଳରେ ଇରାନୀୟ ଯୁଦ୍ଧଜାହାଜ ଆଇଆର୍ଆଇଏସ ଡେନାକୁ ଟାର୍ଗେଟ କରି ବୁଡ଼ାଇଦେବାରେ ସକ୍ଷମ ହୋଇଛି। ଏହି ଘଟଣାକ୍ରମ ପରେ ଯୁଦ୍ଧର କ୍ରମବର୍ଦ୍ଧିଷ୍ଣୁ ପରିସୀମା ଓ ପ୍ରଭାବ ଭାରତ ପାଇଁ ଚିନ୍ତାର କାରଣ ହୋଇଛି।
ଏହାକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛି। ଭାରତ ନିଜ ପଡ଼ୋଶୀ ଦେଶଗୁଡ଼ିକ ଉପରେ ନିୟନ୍ତ୍ରଣ ହରାଇଥିବା ବିରୋଧୀ ପକ୍ଷରୁ ଅଭିଯୋଗ କରାଯାଇଛି।
-
ପାଇଲ୍ସ ସର୍ଜରୀ ପରେ ମିଳିଲାନି ଛୁଟି: ବରିଷ୍ଠ ଅଧିକାରୀଙ୍କ ଆଗରେ ପ୍ୟାଣ୍ଟ ଖୋଲିଦେଲେ ଲୋକୋ ପାଇଲଟ -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ଭାରତ କିଣିବ ଋଷ ତେଲ, ଏମିତି କହିଲା ଆମେରିକା -
ସୁଖୋଇ- 30MKI ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ଗତକାଲି ଆସାମ ଆକାଶ ରାଡାରରୁ ନିଖୋଜ ହୋଇଯାଇଥିଲା ବିମାନ -
ମଧ୍ୟପ୍ରାଚ୍ୟ ମହାଯୁଦ୍ଧ ଭିତରେ ଭାରତ ପାଇଁ ବଡ଼ ଆଶ୍ୱସ୍ତି, କେବଳ ଏହି ସବୁ ଦେଶ ପାଇଁ ବନ୍ଦ ରହିବ ହର୍ମୁଜ ଜଳପଥ -
ଆଜି ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଉପସ୍ଥିତ ରହିବେ ଗୃହମନ୍ତ୍ରୀ ଅମିତ ଶାହ ! -
ରାଜ୍ୟସଭା ସଦସ୍ୟ ହେବାକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଇଚ୍ଛା, X'ରେ ଦେଲେ ସୂଚନା -
ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ନୀତିଶ କୁମାରଙ୍କ ,ଉପସ୍ଥିତ ଥିଲେ ଗୃହମନ୍ତ୍ରୀ ଅମିତ ଶାହ -
ଯୁଦ୍ଧରେ ଦୋହଲି ଯାଇଛି ଭାରତୀୟ ସେୟାର ବଜାର, ନିବେଶକ ହରାଇଲେ ୯ ଲକ୍ଷ କୋଟି ଟଙ୍କା -
ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ : ଭାରତୀୟଙ୍କ ପାଇଁ କଣ୍ଟ୍ରୋଲ ରୁମ୍ ସ୍ଥାପନ କଲେ କେନ୍ଦ୍ର ସରକାର , ଜାରି ହେଲା ହେଲ୍ପଲାଇ -
ହୋଲିରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ











Click it and Unblock the Notifications