ଆମେରିକା ପ୍ରତିରକ୍ଷା ସଚିବଙ୍କ ସହ କଥା ହେଲେ ରାଜନାଥ ସିଂହ
ଆମେରିକା ପ୍ରତିରକ୍ଷା ସଚିବଙ୍କ ସହ କଥା ହେଲେ ରାଜନାଥ ସିଂହ । ପହଲଗାମ୍ ଘଟଣାକୁ ନେଇ ଦୁଃଖପ୍ରକାଶ କଲେ ଆମେରିକା ପ୍ରତିରକ୍ଷା ସଚିବ । ଆତଙ୍କବାଦ ବିରୋଧ ଲଢ଼େଇରେ ଭାରତ ପ୍ରତି ସମର୍ଥନ ଜଣାଇଲେ । ଆତଙ୍କବାଦୀଙ୍କୁ ପାକିସ୍ତାନ ସମର୍ଥନ କରୁଥିବା ଜଣାଇଲେ ରାଜନାଥ ।
ରାଜନାଥ ସିଂହ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟ ଉଭୟଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସମ୍ପର୍କରେ କୌଣସି ସରକାରୀ ବିବୃତ୍ତି ଜାରି କରିନାହିଁ । ତଥାପି ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି ।

ଜମ୍ମୁକାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ତାଙ୍କ ପରିବାର ସହିତ ଭାରତରେ ଥିବା ସମୟରେ ଏହି ଆକ୍ରମଣ ହୋଇଥିଲା । ଆତଙ୍କବାଦୀ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କୁ 'ପୂର୍ଣ୍ଣ ସମର୍ଥନ'ର ପ୍ରତିଶ୍ରୁତି ଦେଇଥିଲେ। ଆମେରିକା ବ୍ୟତୀତ ରୁଷ, ଇସ୍ରାଏଲ, ବ୍ରିଟେନ ଭଳି ଅନେକ ଦେଶ ମଧ୍ୟ ଭାରତକୁ ସମର୍ଥନ ଜଣାଇଛନ୍ତି ।












Click it and Unblock the Notifications