ଆଜି ୨୪ ଲକ୍ଷ ଦୀପରେ ପ୍ରଜ୍ୱଳିତ ହେବ ରାମନଗରୀ ଅଯୋଧ୍ୟା

ଅଯୋଧ୍ୟା: ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏହା ପୂ୍ର୍ବରୁ ଏଥର ଦୀପାବଳିକୁ ସୂତନ୍ତ୍ର କରିବା ପାଇଁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏଥର ୨୪ ଲକ୍ଷ ଦୀପରେ ପ୍ରଜ୍ୱଳିତ ହେବ ରାମନଗରୀ ଅଯୋଧ୍ୟା । ଯେଉଁଥି ପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । ଦୀପାବଳି ପାଇଁ ସଜେଇ ହୋଇଛି ପୁରା ସହର ।

ଖାସ କରି ରାମଙ୍କ ପୀଠ ଓ ଚୌଧୁରୀ ଚରଣ ସିଂହଙ୍କ ଘାଟ ସମେତ ୫୧ଟି ପ୍ରମୁଖ ଘାଟରେ ପ୍ରସ୍ତୁତି କରାଯାଇଛି । ଏହାସହ ଦୀପୋତ୍ସବରେ ଲେଜର ଲାଇଟ୍ ସୋ'ର ଆୟୋଜନ ମଧ୍ୟ କରାଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ଏହି ଦୀପୋତ୍ସବର ଆୟୋଜନ କରାଯାଇଛି । ଏହି କାର୍ଯ୍ୟରେ ୨୫ ହଜାରରୁ ଅଧିକ ସ୍ୱେଚ୍ଛାସେବୀ ସାମିଲ ହୋଇଛନ୍ତି ଗତ ଥର ପରି ଏଥର ମଧ୍ୟ ଦୀରୋତ୍ସବ ପୁଣି ରେକର୍ଡ କରିବ ।

 Deepotsav 2023

ଗତବର୍ଷ ଦୀପାବଳିରେ ପ୍ରାୟ ୧୮ ଲକ୍ଷରୁ ଅଧିକ ଦୀପରେ ଆଲୋକିତ ହୋଇଥିଲା ଅଯୋଧ୍ୟା ଯେଉଁଥି ପାଇଁ ୨.୦୫କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । ଗତବର୍ଷ ଦୀପୋତ୍ସବର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସୂଚନାଥାଉ ଯେ, ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେବା ପରେ ରାମ ନଗରୀରେ ଗତ ୫ ବର୍ଷ ହେବେ ଦୀପୋତ୍ସବର ଆୟୋଜନ କରାଯାଉଛି । ଏଥର ଦୀପୋତ୍ସବରେ ଋଷିଆ, ଶ୍ରୀଲଙ୍କା, ସିଙ୍ଗାପୁର ଏବଂ ନେପାଳର ବିଦେଶୀ କଳାକାରଙ୍କୁ ନେଇ ରାମଲୀଳ ଆୟୋଜିନ କରାଯିବର କାର୍ଯ୍ୟକ୍ରମ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+