ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି, ଆଗାମୀ ୩ ଦିନ ଯାଏଁ ସମସ୍ତ ସରକାରୀ କାର୍ଯ୍ୟକ୍ରମ କଲେ ସ୍ଥଗିତ.ଜାଣନ୍ତୁ କାରଣ......
ରୋମାନ କ୍ୟାଥୋଲିକ ଚର୍ଚ୍ଚର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସଙ୍କ ଦେହାନ୍ତ ଗତକାଲି ହୋଇଛି । ଯାହାକୁ ନେଇ ଭାରତ ସରକାର ତାଙ୍କ ସମ୍ମାନାର୍ଥେ ୩ ଦିନିଆ ରାଜକୀୟ ଶୋକ ଘୋଷଣା କରିଛନ୍ତି । ୟୁପିରେ ମଧ୍ୟ ରାଜ୍ୟ ସରକାର ସମସ୍ତ କାର୍ଯ୍ୟକ୍ରମ ସ୍ଥଗିତ କରିଛନ୍ତି । ୮୮ ବର୍ଷ ବୟସରେ ପୋପ୍ ଫ୍ରାନ୍ସିସ ସୋମବାର ସକାଳ ୭:୩୫ରେ ଭାଟିକାନରେ ଥିବା ତାଙ୍କ ବାସସ୍ଥାନ କାସା ସାନ୍ତା ମାର୍ଟାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।
ଏହାପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୋପ ଫ୍ରାନ୍ସିସଙ୍କ ନିଧନରେ ଶୋକ ବ୍ୟକ୍ତ କରିଥିଲେ । ଏକ ବୟାନ ଜାରି କରି ଯୋଗୀ କହିଥିଲେ, 'ଖ୍ରୀଷ୍ଟଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ ଫ୍ରାନ୍ସିସଙ୍କ ନିଧନରେ ଅତ୍ୟନ୍ତ ଦୁଃଖିତ ଏବଂ ଆଧ୍ୟାତ୍ମିକ ଜଗତ ପାଇଁ ଅପୂରଣୀୟ କ୍ଷତି । ଏଭଳି ଦୁଃଖ ସମୟରେ ମୋର ସମବେଦନା ସମସ୍ତ ବିଶ୍ବର କ୍ୟାଥେଲିକ ସମୁଦାୟ ସହିତ ରହିଛି ।

ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, "ପୋପ୍ ଫ୍ରାନ୍ସିସଙ୍କ ଦେହାନ୍ତ ପାଇଁ ସମଗ୍ର ଭାରତରେ ୩ ଦିନିଆ ରାଜକୀୟ ଶୋକ ପାଳନ କରାଯିବ ।" ଏହି ଶୋକ ଏପ୍ରିଲ ୨୨ ଅର୍ଥାତ ଆଜି ଏବଂ ଏପ୍ରିଲ ୨୩ (ବୁଧବାର) ଦୁଇ ଦିନ ଏବଂ ତାଙ୍କ ଅନ୍ତିମ ସଂସ୍କାର ଦିନ ପାଳନ କରାଯିବ । ଏହି ସମୟରେ ଭାରତରେ ଜାତୀୟ ପତାକା ନିୟମିତ ଉଡୁଥିବା ସମସ୍ତ ସରକାରୀ ବିଲିଡିଂରେ ଅର୍ଦ୍ଧନମିତ ରହିବ ଏବଂ କୌଣସି ସରକାରୀ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ନାହିଁ।












Click it and Unblock the Notifications