Get Updates
Get notified of breaking news, exclusive insights, and must-see stories!

ଜୋମାଟୋର ସିଇଓ ପଦରୁ ଇସ୍ତଫା ଦେଲେ ଦୀପିନ୍ଦର ଗୋୟଲ

ଜୋମାଟୋ ଏବଂ ବ୍ଲିଙ୍କିଟର ପ୍ୟାରେଣ୍ଟ କମ୍ପାନୀ ଇଟର୍ନାଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଦୀପିନ୍ଦର ଗୋୟଲ ଗୁରୁବାର ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ସେୟାର ହୋଲ୍ଡରମାନଙ୍କୁ ଏକ ଚିଠି ଲେଖି ସେ ଘୋଷଣା କରିଛନ୍ତି ଯେ ୧ ଫେବୃଆରୀ ୨୦୨୬ ରୁ ଗ୍ରୁପ୍ ସିଇଓ ପଦରୁ ଇସ୍ତଫା ଦେବେ। ତଥାପି, ସେ କମ୍ପାନୀରୁ ସମ୍ପୂର୍ଣ୍ଣ ପଦ ଛାଡିବେ ନାହିଁ ଏବଂ ସେୟାରହୋଲ୍ଡରଙ୍କ ଅନୁମୋଦନ ଅନୁସାରେ ଉପାଧ୍ୟକ୍ଷ ଭାବରେ ଇଟର୍ନାଲର ସହିତ ଜଡିତ ରହିବେ। ସେ କହିଛନ୍ତି ଅଲବିନ୍ଦର ଧିଣ୍ଡସା ବର୍ତ୍ତମାନର କମ୍ପାନୀର ନେତୃତ୍ୱ ନେବେ।

ତାଙ୍କୁ ନୂତନ ସିଇଓ ଭାବରେ ନିଯୁକ୍ତ କରାଯାଇଛି। ଅଲବିନ୍ଦର ହେଉଛନ୍ତି ଜୋମାଟୋର କୋ-ଫାଉଣ୍ଡର ଆକୃତୀ ଚୋପ୍ରାଙ୍କ ସ୍ବାମୀ। ସେ ବ୍ଲିଙ୍କିଟ୍‌ର ମଧ୍ୟ ସିଇ କମ୍ପାନୀ ସ୍ପଷ୍ଟ କରିଛି ଯେ ଏହି ପରିବର୍ତ୍ତନ ପରିଚାଳନା ଏବଂ ଭବିଷ୍ୟତ ଯୋଜନା ଉପରେ ଭଲ ଭାବରେ ଧ୍ୟାନ ଦେବା ପାଇଁ ଏକ ସୁଚିନ୍ତିତ ରଣନୀତି। ଏହାଦ୍ବାରା ମ୍ୟାନେଜମେଣ୍ଟ ଓ ଭବିଷ୍ୟତର ଯୋଜନା ଉପରେ ଭଲ ଭାବରେ ଫୋକସ୍ କରିହେବ।

​​​​​​​

zomato
ଗୋୟଲ ତାଙ୍କ ଚିଠିରେ କମ୍ପାନୀର ଅଭିବୃଦ୍ଧି, ଟିମ୍ ଅବଦାନ ଏବଂ ଭବିଷ୍ୟତ ରଣନୀତି ଉପରେ ଆଲୋକପାତ କରି କହିଛନ୍ତି ଯେ ନେତୃତ୍ୱ ପରିବର୍ତ୍ତନ ଏଟର୍ନାଲର ପରବର୍ତ୍ତୀ ଅଭିବୃଦ୍ଧି ପର୍ଯ୍ୟାୟ ପାଇଁ ଏକ ଆବଶ୍ୟକୀୟ ପଦକ୍ଷେପ। ସେ ବିଶ୍ୱାସ ପ୍ରକାଶ କରିଛନ୍ତି ଯେ ଆଲବିନ୍ଦର ଧିଣ୍ଡସାଙ୍କ ନେତୃତ୍ୱରେ କମ୍ପାନୀ ଜୋମାଟୋ ଏବଂ ବ୍ଲିଙ୍କିଟ ଉଭୟ ବ୍ରାଣ୍ଡକୁ ନୂତନ ଶିଖରରେ ପହଁଞ୍ଚାଇବ। ଏହି ପରିବର୍ତ୍ତନ ଏଟର୍ନାଲକୁ ଅଧିକ ଗଭୀର ଭାବରେ ଧ୍ୟାନ ଦେବାକୁ ଏବଂ ନୂତନ ଚିନ୍ତାଧାରା ଉପରେ କାମ କରିବାକୁ ସୁଯୋଗ ଦେବ। ଏହି ଡେଭଲପମେଣ୍ଟ ଏପରି ଏକ ସମୟରେ ଆସିଛି ଯେତେବେଳେ ଏଟର୍ନାଲକୁ ସୁଧ ଏବଂ ଜରିମାନା ସହିତ ମୋଟ ୨୭.୫୬ କୋଟି ଜିଏସଟି ଦେବାକୁ କୁହାଯାଇଛି।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+